ପୁଅ ଜିଦ୍‌ କଲେ ଏମିତି ଖେଳନା, କ୍ରେନ୍‌ ସାହାଯ୍ୟରେ ଘରକୁ ଆଣିଲେ ବାପା

ଖେଳନା ପିଲାମାନଙ୍କ ପ୍ରିୟ ଜିନିଷ ମଧ୍ୟରୁ ଅନ୍ୟତମ। ଏମିତି କୌଣସି ପିଲା ନାହାଁନ୍ତି ଯିଏ ଖେଳନା ପାଇଁ ଜିଦ୍‌ କରନ୍ତି ନାହିଁ। ପ୍ରାୟତଃ କାଛି ମା’ବାପା ପିଲାଙ୍କ ଜିଦ୍‌ ପୂରଣ କରିଥାନ୍ତି। କିନ୍ତୁ ଆଜିକାଲି ଜଣେ ବାପା ଚର୍ଚ୍ଚାରେ ଅଛନ୍ତି। ସେ ନିଜ ପିଲାଙ୍କ ପାଇଁ ଏକ ନିଆରା ଖେଳନା କିଣିଛନ୍ତି, ଯାହା ଦେଖି ତାଙ୍କ ଆଖପାଖର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ବ୍ୟକ୍ତିଙ୍କ ନାମ ହେଉଛି ଆଣ୍ଡ୍ରେ ବିସନ। ଆଣ୍ଡ୍ରେଙ୍କର ଏକ ଚାରି ବର୍ଷର ପୁଅ […] The post ପୁଅ ଜିଦ୍‌ କଲେ ଏମିତି ଖେଳନା, କ୍ରେନ୍‌ ସାହାଯ୍ୟରେ ଘରକୁ ଆଣିଲେ ବାପା appeared first on Dharitri Odia News.

ପୁଅ ଜିଦ୍‌ କଲେ ଏମିତି ଖେଳନା, କ୍ରେନ୍‌ ସାହାଯ୍ୟରେ ଘରକୁ ଆଣିଲେ ବାପା

ଖେଳନା ପିଲାମାନଙ୍କ ପ୍ରିୟ ଜିନିଷ ମଧ୍ୟରୁ ଅନ୍ୟତମ। ଏମିତି କୌଣସି ପିଲା ନାହାଁନ୍ତି ଯିଏ ଖେଳନା ପାଇଁ ଜିଦ୍‌ କରନ୍ତି ନାହିଁ। ପ୍ରାୟତଃ କାଛି ମା’ବାପା ପିଲାଙ୍କ ଜିଦ୍‌ ପୂରଣ କରିଥାନ୍ତି। କିନ୍ତୁ ଆଜିକାଲି ଜଣେ ବାପା ଚର୍ଚ୍ଚାରେ ଅଛନ୍ତି। ସେ ନିଜ ପିଲାଙ୍କ ପାଇଁ ଏକ ନିଆରା ଖେଳନା କିଣିଛନ୍ତି, ଯାହା ଦେଖି ତାଙ୍କ ଆଖପାଖର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଏହି ବ୍ୟକ୍ତିଙ୍କ ନାମ ହେଉଛି ଆଣ୍ଡ୍ରେ ବିସନ। ଆଣ୍ଡ୍ରେଙ୍କର ଏକ ଚାରି ବର୍ଷର ପୁଅ ଅଛି। ପୁଅ ଯାହା ଖେଳନା ମାଗନ୍ତି, ଆଣ୍ଡ୍ରେ ତୁରନ୍ତ ତାଙ୍କ ପାଇଁ ଏହାକୁ କିଣନ୍ତି। ଏଥର ସେ ତାଙ୍କ ପିତାଙ୍କୁ ଏକ ଡାଇନୋସର ଖେଳନା କିଣିବାକୁ ଜିଦ୍‌ କରିଥିଲେ। ତା’ପରେ ବାପା ଏକ ଡାଇନୋସର କିଣିଥିଲେ, କିନ୍ତୁ ସେହି ଡାଇନୋସର ଏକ ଛୋଟ ଡାଇନୋସର ନୁହେଁ ବରଂ ଅନେକ ଫୁଟ ଲମ୍ବ ଥିଲା, ଯାହା କ୍ରେନ ଦ୍ୱାରା ଘରକୁ ଅଣାଯାଇଥିଲା।
ଆଣ୍ଡ୍ରେ ତାଙ୍କ ପୁଅ ଥିଓଙ୍କ ପାଇଁ ଡାଇନୋସର ଖେଳଣା କିଣିଥିଲେ, ସେତେବେଳେ ସେ ଭାବିଥିଲେ ଏହାର ଲମ୍ବ ତିନି ମିଟର ହେବ, କିନ୍ତୁ ଯେତେବେଳେ କମ୍ପାନୀ ଏହାକୁ ଘରେ ପହଞ୍ଚାଇଥିେଲେ ସେତେବେଳେ ଏହାର ଲମ୍ବ ୬ ମିଟର ଏବଂ ଉଚ୍ଚତା ୨.୩ ମିଟର ଥିଲାବେଳେ ଏହାର ଓଜନ ପ୍ରାୟ ଥିଲା ଦୁଇ ଟନ। ଆଣ୍ଡ୍ରେ ଏହି ବିଶାଳ ଡାଇନୋସରକୁ ଏକ ହଜାର ପାଉଣ୍ଡରେ କିଣିଥିଲେ ଅର୍ଥାତ୍‌ ପ୍ରାୟ ୧ ଲକ୍ଷ ୫ ହଜାର ଟଙ୍କା।

The post ପୁଅ ଜିଦ୍‌ କଲେ ଏମିତି ଖେଳନା, କ୍ରେନ୍‌ ସାହାଯ୍ୟରେ ଘରକୁ ଆଣିଲେ ବାପା appeared first on Dharitri Odia News.