ଫୋନ୍ରେ କ’ଣ ସବୁ ଦେଖୁଛନ୍ତି ସହଜରେ ପଡ଼ିଯିବେ ଧରା, ଜାଣନ୍ତୁ କେମିତି…
ଆଜିର ଯୁଗରେ ସ୍ମାର୍ଟଫୋନ କେବଳ କଲ୍ କିମ୍ବା ମେସେଜିଂର ଏକ ମାଧ୍ୟମ ନୁହେଁ ବରଂ ଏହା ଆମ ବ୍ୟକ୍ତିଗତ ଜୀବନର ସବୁଠାରୁ ବଡ଼ ଅଂଶ ପାଲଟିଯାଇଛି ଫଟୋ, ଭିଡିଓ, ସୋସିଆଲ ମିଡିଆ, ବ୍ୟାଙ୍କିଂ ବିବରଣୀ ଏବଂ ଅନେକ ବ୍ୟକ୍ତିଗତ ଜିନିଷ ଏଥିରେ ଲୁଚି ରହିଥାଏ। ସେଥିପାଇଁ ଆମେ ପାସ୍ଓ୍ବାର୍ଡ, ଫିଙ୍ଗରପ୍ରିଣ୍ଟ୍ କିମ୍ବା ଫେସ୍ ଲକ୍ ସହିତ ଆମର ଫୋନକୁ ସୁରକ୍ଷିତ ରଖିଥାଉ। କିନ୍ତୁ ଆପଣ କ’ଣ ଜାଣନ୍ତି, କେତେବେଳେ ଆପଣଙ୍କ ବନ୍ଧୁ, ଭାଇଭଉଣୀ କିମ୍ବା ପରିବାରର ସଦସ୍ୟମାନେ […] The post ଫୋନ୍ରେ କ’ଣ ସବୁ ଦେଖୁଛନ୍ତି ସହଜରେ ପଡ଼ିଯିବେ ଧରା, ଜାଣନ୍ତୁ କେମିତି… appeared first on Dharitri Odia News.
ଆଜିର ଯୁଗରେ ସ୍ମାର୍ଟଫୋନ କେବଳ କଲ୍ କିମ୍ବା ମେସେଜିଂର ଏକ ମାଧ୍ୟମ ନୁହେଁ ବରଂ ଏହା ଆମ ବ୍ୟକ୍ତିଗତ ଜୀବନର ସବୁଠାରୁ ବଡ଼ ଅଂଶ ପାଲଟିଯାଇଛି ଫଟୋ, ଭିଡିଓ, ସୋସିଆଲ ମିଡିଆ, ବ୍ୟାଙ୍କିଂ ବିବରଣୀ ଏବଂ ଅନେକ ବ୍ୟକ୍ତିଗତ ଜିନିଷ ଏଥିରେ ଲୁଚି ରହିଥାଏ। ସେଥିପାଇଁ ଆମେ ପାସ୍ଓ୍ବାର୍ଡ, ଫିଙ୍ଗରପ୍ରିଣ୍ଟ୍ କିମ୍ବା ଫେସ୍ ଲକ୍ ସହିତ ଆମର ଫୋନକୁ ସୁରକ୍ଷିତ ରଖିଥାଉ।
କିନ୍ତୁ ଆପଣ କ’ଣ ଜାଣନ୍ତି, କେତେବେଳେ ଆପଣଙ୍କ ବନ୍ଧୁ, ଭାଇଭଉଣୀ କିମ୍ବା ପରିବାରର ସଦସ୍ୟମାନେ ଚୁପ୍ଚାପ୍ ଆପଣଙ୍କ ଫୋନ୍ ଖୋଲି ସେଥିରେ କ’ଣ ଅଛି ଦେଖିପାରନ୍ତି। ତା’ପରେ ଭୟ ଲାଗିଥାଏ ଯେ, ସେମାନେ କୌଣସି ବ୍ୟକ୍ତିଗତ ଜିନିଷ ଦେଖିନାହାନ୍ତି ତ? ଏବେ ଆପଣ ଏକ ବିଶେଷ ଟ୍ରିକ ସାହାଯ୍ୟରେ ଜାଣିପାରିବେ ଯେ, ଆପଣଙ୍କ ଫୋନ୍ରେ କେଉଁ ଆପ୍ ବ୍ୟବହାର କରାଯାଇଥିଲା, କେବେ ଏବଂ କେତେ ସମୟ ପାଇଁ।
ଆପଣଙ୍କ ଫୋନରେ ଏକ ସିକ୍ରେଟ୍ କୋଡ୍ ଅଛି ଯାହା ଆପଣଙ୍କ ମୋବାଇଲର ହିଷ୍ଟ୍ରି ଖୋଲିଥାଏ, ଅର୍ଥାତ୍ତ୍ ଏହା ଦେଖାଏ ଯେ କେଉଁ ଆପ କେବେ ଏବଂ କେତେ ସମୟ ପାଇଁ ଖୋଲା ଯାଇଥିଲା। ଏହ ସିକ୍ରେଟ୍ କୋଡ୍ *#*#4636#*#* କିମ୍ବା କେତେକ ଫୋନ୍ରେ ##4636## ଡାଏଲ କରିବାକୁ ପଡ଼ିଥାଏ।
ଯେଉଁ ଫୋନର ଡାଏଲର ଆପଣ ନମ୍ବର ଡାଏଲ କରିବେ ସେହି ଫୋନର ଡାଏଲରକୁ ଯାଆନ୍ତୁ। ଏଠାରେ ସେହି କୋଡ୍ ଟାଇପ କରନ୍ତୁ। କୋଡ ଏଣ୍ଟ୍ରି କରିବା ମାତ୍ରେ ଏକ ଗୁପ୍ତ ସେଟିଂସ ପୃଷ୍ଠା ସ୍ବୟଂଚାଳିତ ଭାବରେ ଖୋଲିଯିବ। ଆପଣଙ୍କ ସାମ୍ନାରେ ତିନୋଟି ଅପ୍ସନ ବା ବିକଳ୍ପ ଦେଖାଯିବ। ଫୋନ ସୂଚନା ବ୍ୟବହାର ଷ୍ଟାଟିଟିକ୍ସ ଏବଂ ଓ୍ବାଇଫାଇ ସୂଚନା ଦେଖାଯିବ।
ଏଠାରେ ଆପଣଙ୍କୁ ବ୍ୟବହାର ଷ୍ଟାଟିଟିକ୍ସର ଅପ୍ସନ ଉପରେ କ୍ଲିକ୍ କରିବାକୁ ପଡ଼ିବ। ବ୍ୟବହାର ଷ୍ଟାଟିଟିକ୍ସରେ ଆପଣ ଏକ ଲମ୍ବା ଲିଷ୍ଟ ଦେଖିବେ, ଯେଉଁଥିରେ ଏହି ସମସ୍ତ ଜିନିଷ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ। କେଉଁ ଆପ୍ ଖୋଲାଯାଇଥିଲା, କେବେ ଖୋଲାଯାଇଥିଲା, କେତେ ସମୟ ପାଇଁ ବ୍ୟବହାର କରାଯାଇଥିଲା, ସବୁକିଛି ଦେଖାଯିବ।
ଏହି କୋଡ ଅଧିକାଂଶ ଆଣ୍ଡ୍ରଏଡ୍ ଫୋନ୍ରେ କାମ କରେ, ଯଥା Samsung, Xiaomi, Realme, Vivo, Oppo, Motorola, ଇତ୍ୟାଦି। ଏହି ଟ୍ରିକ iPhone ରେ କାମ କରେ ନାହିଁ।
The post ଫୋନ୍ରେ କ’ଣ ସବୁ ଦେଖୁଛନ୍ତି ସହଜରେ ପଡ଼ିଯିବେ ଧରା, ଜାଣନ୍ତୁ କେମିତି… appeared first on Dharitri Odia News.