ପୁଅ ଟଙ୍କା ମାଗିବାରୁ ମା’ଙ୍କ ଆତ୍ମହତ୍ୟା

ଭଞ୍ଜନଗର,୨ା୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଲିପଡା ଗ୍ରାମର ଝୁନୁ ପ୍ରଧାନ (୬୦) ସୋମବାର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପାରିବାରିକ ଅଶାନ୍ତିରୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଭଞ୍ଜନଗର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି। ଖବରରୁ ଜଣାପଡିଛି, ସକାଳେ ଝୁନୁଙ୍କ ବଡପୁଅ ତାଙ୍କୁ କିଛି ଟଙ୍କା ମାଗିଥିଲେ। ଝୁନୁ ପୁଅକୁ ଟଙ୍କା ଦେଇ ନ ଥିଲେ। ପୁଅ ଅସନ୍ତୋଷ ପ୍ରକାଶ କରି ବଜାରକୁ ଭେଣ୍ଡି ବିକ୍ରି କରିବାକୁ […] The post ପୁଅ ଟଙ୍କା ମାଗିବାରୁ ମା’ଙ୍କ ଆତ୍ମହତ୍ୟା appeared first on Dharitri Odia News.

ପୁଅ ଟଙ୍କା ମାଗିବାରୁ ମା’ଙ୍କ ଆତ୍ମହତ୍ୟା

ଭଞ୍ଜନଗର,୨ା୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଲିପଡା ଗ୍ରାମର ଝୁନୁ ପ୍ରଧାନ (୬୦) ସୋମବାର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପାରିବାରିକ ଅଶାନ୍ତିରୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଭଞ୍ଜନଗର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି। ଖବରରୁ ଜଣାପଡିଛି, ସକାଳେ ଝୁନୁଙ୍କ ବଡପୁଅ ତାଙ୍କୁ କିଛି ଟଙ୍କା ମାଗିଥିଲେ। ଝୁନୁ ପୁଅକୁ ଟଙ୍କା ଦେଇ ନ ଥିଲେ। ପୁଅ ଅସନ୍ତୋଷ ପ୍ରକାଶ କରି ବଜାରକୁ ଭେଣ୍ଡି ବିକ୍ରି କରିବାକୁ ଚାଲିଯାଇଥିଲେ। ପରେ ଝୁନୁ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ କୂଅରେ ଝୁଲି ପଡ଼ିଥିଲେ ବୋଲି ତାଙ୍କ ସାନପୁଅ କହିିଛନ୍ତି। ବଡପୁଅ ବଜାରରୁ ଫେରି ମା’ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ। ଖବରପାଇ ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

The post ପୁଅ ଟଙ୍କା ମାଗିବାରୁ ମା’ଙ୍କ ଆତ୍ମହତ୍ୟା appeared first on Dharitri Odia News.