ପୁଅର ଚୋରି ପଇସାରେ ଅଏସ କରୁଥିଲା ମାଆ, ପଡିଗଲେ ପୋଲିସ ହାବୁଡରେ
ଉଦଳା ୦୪/୦୪: ମାଆ ଟଙ୍କା ଆଣିବାକୁ କହୁଥିଲା, ଆଉ ପୁଅ ଚୋରି କରି ଆଣି ଟଙ୍କା ଦେଉଥିଲା । ହେଲେ ଏଥର ପୋଲିସ୍ ହାବୁଡରେ ପଡିଗଲେ ଉଭୟ ମାଆ ଏବଂ ପୁଅ । ଉଭୟ ଧରାପଡିବା ପରେ ସାମ୍ନାକୁ ଆସିଛି ପୁରା ଘଟଣା ଏବଂ ମାଆ ପୁଅଙ୍କ କାରନାମା । କପ୍ତିପଦା ଥାନା ଖପରାପାଳ ଗ୍ରାମରେ ଥିବା ଏକ ଦୋକାନରୁ ମାର୍ଚ୍ଚ ୩୧ ତାରିଖ ରାତିରେ ୩ ଲକ୍ଷ ୭୦ ହଜାର ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଲୁଟେରାମାନେ ଦୋକାନରେ ଥିବା ଏକ ଟଙ୍କା ବାକ୍ସକୁ ନେଇଯାଇଥିବା ଅଭିଯୋଗ ହୋଇଥିଲା ।ଅଭିଯୋଗ ପାଇବା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ସ୍ଥାନୀୟ ସୋନ ନଈ ନିକଟରୁ ଚୋରି ହୋଇଥିବା ବାକ୍ସ ପାଇଥିଲେ ସୁଦ୍ଧା ଟଙ୍କା ପାଇନଥିଲା । ଶେଷରେ ତଦନ୍ତ ପରେ ଉକ୍ତ ଗ୍ରାମର ମାଆ ବାରି ହେମ୍ବ୍ରମ୍ ଏବଂ ପୁଅ ମହନ୍ତ ହେମ୍ବ୍ରମକୁ ପୋଲିସ୍ ଗିରଫ କରିଛି ।ଗିରଫ ହେବା ପରେ ସାମ୍ନାକୁ ଆସିଛି ପୁରା ଘଟଣା । ମହନ୍ତ ହେମ୍ବ୍ରମକୁ ଟଙ୍କା ଆଣିବା ନିମନ୍ତେ କହିଥିଲା ମାଆ ବାରି ହେମ୍ବ୍ରମ୍ । ଟଙ୍କା ଆଣିବା ପାଇଁ ପୁଅ ମହନ୍ତ ହେମ୍ବ୍ରମ ଘର ଠାରୁ ୫ଶହ ମିଟର ଦୂରରେ ଥିବା ଏକ ଦୋକାନକୁ ରାତିରେ ଯାଇ ସେଠାରୁ ଟଙ୍କା ବାକ୍ସ ଚୋରି କରି ଆଣିଥିଲା । ଚୋରି କରିଥିବା ଟଙ୍କା ବାକ୍ସରେ ୩ ଲକ୍ଷ ୭୦ ହଜାର ଟଙ୍କା ରହିଥିବା ବେଳେ ସେହି ଟଙ୍କାରୁ ୩୫ ହଜାର ଟଙ୍କା ଦେଇ ମହନ୍ତ ଏକ ମୋବାଇଲ କିଣିବା ପରେ ବାକି ତକ ଟଙ୍କା ମାଆ ବାରି କୁ ଦେଇ ଦେଇଥିଲା । ବାରି ସେହି ଟଙ୍
ଉଦଳା ୦୪/୦୪: ମାଆ ଟଙ୍କା ଆଣିବାକୁ କହୁଥିଲା, ଆଉ ପୁଅ ଚୋରି କରି ଆଣି ଟଙ୍କା ଦେଉଥିଲା । ହେଲେ ଏଥର ପୋଲିସ୍ ହାବୁଡରେ ପଡିଗଲେ ଉଭୟ ମାଆ ଏବଂ ପୁଅ । ଉଭୟ ଧରାପଡିବା ପରେ ସାମ୍ନାକୁ ଆସିଛି ପୁରା ଘଟଣା ଏବଂ ମାଆ ପୁଅଙ୍କ କାରନାମା ।
କପ୍ତିପଦା ଥାନା ଖପରାପାଳ ଗ୍ରାମରେ ଥିବା ଏକ ଦୋକାନରୁ ମାର୍ଚ୍ଚ ୩୧ ତାରିଖ ରାତିରେ ୩ ଲକ୍ଷ ୭୦ ହଜାର ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଲୁଟେରାମାନେ ଦୋକାନରେ ଥିବା ଏକ ଟଙ୍କା ବାକ୍ସକୁ ନେଇଯାଇଥିବା ଅଭିଯୋଗ ହୋଇଥିଲା ।
ଅଭିଯୋଗ ପାଇବା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ସ୍ଥାନୀୟ ସୋନ ନଈ ନିକଟରୁ ଚୋରି ହୋଇଥିବା ବାକ୍ସ ପାଇଥିଲେ ସୁଦ୍ଧା ଟଙ୍କା ପାଇନଥିଲା । ଶେଷରେ ତଦନ୍ତ ପରେ ଉକ୍ତ ଗ୍ରାମର ମାଆ ବାରି ହେମ୍ବ୍ରମ୍ ଏବଂ ପୁଅ ମହନ୍ତ ହେମ୍ବ୍ରମକୁ ପୋଲିସ୍ ଗିରଫ କରିଛି ।
ଗିରଫ ହେବା ପରେ ସାମ୍ନାକୁ ଆସିଛି ପୁରା ଘଟଣା । ମହନ୍ତ ହେମ୍ବ୍ରମକୁ ଟଙ୍କା ଆଣିବା ନିମନ୍ତେ କହିଥିଲା ମାଆ ବାରି ହେମ୍ବ୍ରମ୍ । ଟଙ୍କା ଆଣିବା ପାଇଁ ପୁଅ ମହନ୍ତ ହେମ୍ବ୍ରମ ଘର ଠାରୁ ୫ଶହ ମିଟର ଦୂରରେ ଥିବା ଏକ ଦୋକାନକୁ ରାତିରେ ଯାଇ ସେଠାରୁ ଟଙ୍କା ବାକ୍ସ ଚୋରି କରି ଆଣିଥିଲା ।
ଚୋରି କରିଥିବା ଟଙ୍କା ବାକ୍ସରେ ୩ ଲକ୍ଷ ୭୦ ହଜାର ଟଙ୍କା ରହିଥିବା ବେଳେ ସେହି ଟଙ୍କାରୁ ୩୫ ହଜାର ଟଙ୍କା ଦେଇ ମହନ୍ତ ଏକ ମୋବାଇଲ କିଣିବା ପରେ ବାକି ତକ ଟଙ୍କା ମାଆ ବାରି କୁ ଦେଇ ଦେଇଥିଲା । ବାରି ସେହି ଟଙ୍କାରୁ କିଛି ତାଙ୍କ ଭାଇକୁ ଦେଇଥିବା ବେଳେ ବାକି ତକ ଟଙ୍କା ପାଖରେ ରଖିଥିଲେ ।
ହେଲେ ଖବର ପାଇ ପୋଲିସ୍ ଚଢାଉ କରିବା ପରେ ମାଆ ଓ ପୁଅ ନିକଟରୁ ୮୮ ହଜାର ୫ଶହ ଟଙ୍କା ଜବତ କରିବା ସହିତ କିଣା ଯାଇଥିବା ମୋବାଇଲକୁ ମଧ୍ୟ ଜବତ କରିଛି । ଏବଂ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି । ଟଙ୍କା ଆଣିବାକୁ ମାଆ କହିଲା ମାତ୍ରେ ପୁଅ ମାଡି ଯାଉଥିବା ଚୋରି କରିବାକୁ, ଆଉ ଚୋରି କରି ଟଙ୍କା ଆଣି ଧରାଇ ଦେଉଥିଲା ମାଆକୁ ।