ଦୋହଲି ଗଲା ଆତଙ୍କୀସ୍ତାନର ଆର୍ଥିକ ମେରୁଦଣ୍ଡ: ମିସାଇଲ୍ ମାଡ଼ରେ ୨୯ ହଜାର କୋଟି ସ୍ୱାହା
ନୂଆଦିଲ୍ଲୀ: ଯେଉଁ ଅସ୍ତ୍ରକୁ ନେଇ ବାହାସ୍ଫୋଟ ମାରୁଥିଲା ପାକିସ୍ତାନ…. ତାକୁ ମାଟିରେ ମିଶାଇଲା ଭାରତର ସୁଦର୍ଶନ। ପାକିସ୍ତାନର ଦୂରଗାମୀ ମିଶାଇଲ ଧ୍ୱଂସ କରି ଶତ ପ୍ରତିଶତ ସଫଳ ଏବଂ ପ୍ରଭାବଶାଳୀ ପ୍ରମାଣିତ କରିଛି ଭାରତର S-400। ୩୧୪ କିଲୋମିଟର ଦୂର ଲକ୍ଷ୍ୟସ୍ଥଳରେ ଭେଦ କରି ଇତିହାସ ସୃଷ୍ଟି କରିଛି ଭାରତର ଏହି ମିଶାଇଲ ସିଷ୍ଟମ। ଶତ୍ରୁ ଦେଶରେ ପଶି ସବୁଠାରୁ ଦୀର୍ଘ ଦୂରତାରେ କଲା ଆକ୍ରମଣ। ନିମିଷକେ ଧ୍ୱଂସ କରିଦେଲା ପାକିସ୍ତାନ ଆକାଶର ଚିଲ ଆଖି AWACS ଏୟାରକ୍ରାଫ୍ଟକୁ। କେବଳ ସେତିକି ନୁହେଁ, ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ହରାଇଛି ୪ଟି F-16 ଫାଇଟର ଜେଟ୍, ୬ଟି ଦାମୀ ଡ୍ରୋନ୍, ୨ ସାହିନ୍ କ୍ଲାସ୍ ମିଶାଇଲ। ହେଲେ ଜାଣିଛନ୍ତି ଏହାର ମୂଲ୍ୟ କେତେ? ଅପରେସନ ସିନ୍ଦୂରରେ କେତେ ଆର୍ଥିକ କ୍ଷତି ସହିଛି ପାକିସ୍ତାନ ? ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି ଭାରତୀୟ ଥିଙ୍କ ଟ୍ୟାଙ୍କ ଚକ୍ର ଡାଏଲଗ୍ସ ଫାଉଣ୍ଡେସନ୍ CDF। ପାକିସ୍ତାନ ଆକାଶର ଚିଲଆଖି AWACS ଏୟାରକ୍ରାଫ୍ଟ। ଏହି ଏୟାରକ୍ରାଫ୍ଟ ଏକ ଏୟାର ଡିଫେନ୍ସ ଓ୍ୱାର୍ଣ୍ଣିଂ ସିଷ୍ଟମ। ଯାହା ୪୦୦ କିମି ଦୂରରୁ ଶତ୍ରୁ ପକ୍ଷର କାର୍ଯ୍ୟକଳାପ ଉପରେ ନଜର ରଖେ। ଏହି ସିଷ୍ଟମ ଶତ୍ରୁପକ୍ଷର ଯୁଦ୍ଧ ବିମାନ, ଡ୍ରୋନ୍ ଏବଂ ମିଶାଇଲ ଚିହ୍ନଟ କରେ। ଯାହାକୁ ଧ୍ୱଂସ କରିଦେଇଛି ଭାରତ। ଜାଣିଛନ୍ତି ଏହି AWACS ଏୟାରକ୍ରାଫ୍ଟର ମୂଲ୍ୟ କେତେ? ଏହାର ମୂଲ୍ୟ ୯୩ ମିଲିୟନ ଡଲାର ଅର୍ଥା
ନୂଆଦିଲ୍ଲୀ: ଯେଉଁ ଅସ୍ତ୍ରକୁ ନେଇ ବାହାସ୍ଫୋଟ ମାରୁଥିଲା ପାକିସ୍ତାନ…. ତାକୁ ମାଟିରେ ମିଶାଇଲା ଭାରତର ସୁଦର୍ଶନ। ପାକିସ୍ତାନର ଦୂରଗାମୀ ମିଶାଇଲ ଧ୍ୱଂସ କରି ଶତ ପ୍ରତିଶତ ସଫଳ ଏବଂ ପ୍ରଭାବଶାଳୀ ପ୍ରମାଣିତ କରିଛି ଭାରତର S-400। ୩୧୪ କିଲୋମିଟର ଦୂର ଲକ୍ଷ୍ୟସ୍ଥଳରେ ଭେଦ କରି ଇତିହାସ ସୃଷ୍ଟି କରିଛି ଭାରତର ଏହି ମିଶାଇଲ ସିଷ୍ଟମ। ଶତ୍ରୁ ଦେଶରେ ପଶି ସବୁଠାରୁ ଦୀର୍ଘ ଦୂରତାରେ କଲା ଆକ୍ରମଣ। ନିମିଷକେ ଧ୍ୱଂସ କରିଦେଲା ପାକିସ୍ତାନ ଆକାଶର ଚିଲ ଆଖି AWACS ଏୟାରକ୍ରାଫ୍ଟକୁ।
କେବଳ ସେତିକି ନୁହେଁ, ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ହରାଇଛି ୪ଟି F-16 ଫାଇଟର ଜେଟ୍, ୬ଟି ଦାମୀ ଡ୍ରୋନ୍, ୨ ସାହିନ୍ କ୍ଲାସ୍ ମିଶାଇଲ। ହେଲେ ଜାଣିଛନ୍ତି ଏହାର ମୂଲ୍ୟ କେତେ? ଅପରେସନ ସିନ୍ଦୂରରେ କେତେ ଆର୍ଥିକ କ୍ଷତି ସହିଛି ପାକିସ୍ତାନ ? ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି ଭାରତୀୟ ଥିଙ୍କ ଟ୍ୟାଙ୍କ ଚକ୍ର ଡାଏଲଗ୍ସ ଫାଉଣ୍ଡେସନ୍ CDF।
ପାକିସ୍ତାନ ଆକାଶର ଚିଲଆଖି AWACS ଏୟାରକ୍ରାଫ୍ଟ। ଏହି ଏୟାରକ୍ରାଫ୍ଟ ଏକ ଏୟାର ଡିଫେନ୍ସ ଓ୍ୱାର୍ଣ୍ଣିଂ ସିଷ୍ଟମ। ଯାହା ୪୦୦ କିମି ଦୂରରୁ ଶତ୍ରୁ ପକ୍ଷର କାର୍ଯ୍ୟକଳାପ ଉପରେ ନଜର ରଖେ। ଏହି ସିଷ୍ଟମ ଶତ୍ରୁପକ୍ଷର ଯୁଦ୍ଧ ବିମାନ, ଡ୍ରୋନ୍ ଏବଂ ମିଶାଇଲ ଚିହ୍ନଟ କରେ। ଯାହାକୁ ଧ୍ୱଂସ କରିଦେଇଛି ଭାରତ। ଜାଣିଛନ୍ତି ଏହି AWACS ଏୟାରକ୍ରାଫ୍ଟର ମୂଲ୍ୟ କେତେ? ଏହାର ମୂଲ୍ୟ ୯୩ ମିଲିୟନ ଡଲାର ଅର୍ଥାତ୍ ୭୯୨ କୋଟି। ଭାରତର ଗୋଟିଏ ଝଟ୍କାରେ ବଡ଼ ପରିମାଣର କ୍ଷତି ସହିଛି ପାକିସ୍ତାନ।
ଏତିକିରେ ସରିନଥିଲା ପାକିସ୍ତାନ ଉପରେ ସିନ୍ଦୂରର ପ୍ରହାର। ପାକିସ୍ତାନର ପ୍ରମୁଖ ଯୁଦ୍ଧାସ୍ତ୍ର ୨ ଶାହିନ କ୍ଲାସ୍ର ମିଶାଇଲକୁ ନଷ୍ଟ କରିଦେଇଛି ଭାରତ। ଏଥିପାଇଁ ପାକିସ୍ତାନକୁ ୮ ନିୟୁତ ଡଲାରର କ୍ଷତି ସହିଛି। IL-78 ଇନ୍ଧନ ଭର୍ତ୍ତି ଟ୍ୟାଙ୍କର୍ ମଧ୍ୟ ଧ୍ୱଂସ ହୋଇଯାଇଛି। ଯାହାର ମୂଲ୍ୟ ୩୫ ନିୟୁତ ଡଲାର ବୋଲି କହିଛି CDF। ସେହିପରି CM-400AKG ମିଶାଇଲକୁ ମଧ୍ୟ ନଷ୍ଟ କରିଛି ଭାରତ, ଯାହାର ମୂଲ୍ୟ ୩.୨ ନିୟୁତ ଡଲାର।
CDF ରିପୋର୍ଟ ଅନୁସାରେ ଭାରତର ଆକ୍ରମଣରେ ଛଅଟି ବେରାକ୍ଟର୍ TB2 UCAV ଶକ୍ତିଶାଳୀ ଡ୍ରୋନ ମଧ୍ୟ ନଷ୍ଟ ହୋଇଯାଇଛି। ଏହି ଡ୍ରୋନ୍କୁ ତୁର୍କୀ ଠାରୁ କିଣିଥିଲା ପାକିସ୍ତାନ। ଗୋଟିଏ ଡ୍ରୋନର ମୂଲ୍ୟ ୬ ନିୟୁତ । ଏହି କ୍ରମରେ ୬ଟି ଡ୍ରୋନର ମୂଲ୍ୟ ୩୬ ନିୟୁତ ଡଲାର। ଏହା ବ୍ୟତୀତ ପାକିସ୍ତାନ ବାୟୁସେନାର ୪ଟି F-16 ଲଢ଼ୁଆ ବିମାନ ମଧ୍ୟ ନଷ୍ଟ ହୋଇଯାଇଛି। ଯେଉଁଥିପାଇଁ ପାକିସ୍ତାନକୁ କ୍ଷତି ସହିବାକୁ ପଡ଼ିଛି ୩୫୦ ମିଲିୟନ ଡଲାର।
ମେ ୧୦ ତାରିଖରେ ଭାରତୀୟ ବାୟୁସେନା (IAF) ପାକିସ୍ତାନୀ ବିମାନ ଏବଂ ସାମରିକ ପ୍ରତିଷ୍ଠାନ ଉପରେ ମିଶାଇଲ ମାଡ଼ କରିଥିଲା। ଭାରତର ଏହି ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିଲା ପାକିସ୍ତାନର ସରଗୋଧା ଏୟାରବେସ୍। ଏହାର ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ପାଇଁ ଅତି କମରେ ପାକିସ୍ତାନକୁ 100 ମିଲିୟନ ଡଲାର ଆବଶ୍ୟକ। F16- ଫାଇଟର ଜେଟ୍ ପାକିସ୍ତାନର ସରଗୋଧା ଏୟାରବେସରୁ ଉଡ଼ାଣ କରିଥିଲା। ଏହା ପାକିସ୍ତାନ ବାୟୁସେନାର ଏକ ପ୍ରମୁଖ ବାୟୁସେନା ଷ୍ଟେସନ। ଭାରତୀୟ ସେନାର ହମ୍ଲାରେ ପାକିସ୍ତାନକୁ କ୍ଷତି ସହିବାକୁ ପଡିଛି ପ୍ରାୟ ୩.୪ ବିଲିୟନ ଡଲାର ଅର୍ଥାତ ୨୯ ହଜାର କୋଟି ଟଙ୍କା।