ଟିମ୍ ଇଣ୍ଡିଆର ଅଧିନାୟକ ହେବେ କି ଶ୍ରେୟସ ଆୟର ?
ନନ୍ଦିଘୋଷ ବ୍ୟୁରୋ : ଶ୍ରେୟସ ଆୟର ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ବହୁତ ଭଲ ଫର୍ମରେ ଥିଲେ । ସେ... The post ଟିମ୍ ଇଣ୍ଡିଆର ଅଧିନାୟକ ହେବେ କି ଶ୍ରେୟସ ଆୟର ? appeared first on .
ନନ୍ଦିଘୋଷ ବ୍ୟୁରୋ : ଶ୍ରେୟସ ଆୟର ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ବହୁତ ଭଲ ଫର୍ମରେ ଥିଲେ । ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ସିଜିନରେ ପଞ୍ଜାବ କିଙ୍ଗସ୍ ପାଇଁ ତାଙ୍କର ଫର୍ମ ଜାରି ରଖିଥିଲେ। ମୁମ୍ବାଇର ଏହି ଡାହାଣହାତୀ ବ୍ୟାଟସମ୍ୟାନ୍ ପଞ୍ଜାବ କିଙ୍ଗସ୍ ପାଇଁ ୧୭ ମ୍ୟାଚରେ ମୋଟ ୬୦୪ ରନ କରିଥିଲେ। ଏକ ଜାତୀୟ ଗଣମାଧ୍ୟମ ଭାରତୀୟ କ୍ରିକେଟ୍ ସୂତ୍ରକୁ ଉଦ୍ଧୃତ କରି କହିଛି, ବର୍ତ୍ତମାନ ସେ କେବଳ ଏକଦିବସୀୟ ଖେଳନ୍ତି, କିନ୍ତୁ ଏହି ଆଇପିଏଲ ପରେ ଆମେ ତାଙ୍କୁ ଟି୨୦ ଆନ୍ତର୍ଜାତୀୟ ଓ ଟେଷ୍ଟରୁ ମଧ୍ୟ ଦୂରେଇ ରଖିପାରିବୁ ନାହିଁ। ଏହା ସହିତ, ସେ ଏବେ ଆନୁଷ୍ଠାନିକ ଭାବରେ ହ୍ବାଇଟ୍ ବଲ୍ ଅଧିନାୟକତ୍ୱ ଦୌଡ଼ରେ ମଧ୍ୟ ଅଛନ୍ତି।
ତାଙ୍କର ଉତ୍କୃଷ୍ଟ ବ୍ୟାଟିଂ ବ୍ୟତୀତ, ତାଙ୍କ ନେତୃତ୍ବ ପାଇଁ ସେ ଆଗରେ ଅଛନ୍ତି । ୨୦୧୪ ପରେ ସେ ପ୍ରଥମ ଥର ପାଇଁ ପଞ୍ଜାବ କିଙ୍ଗସକୁ ଆଇପିଏଲ ଫାଇନାଲରେ ପହଞ୍ଚାଇଥିଲେ । ସେ ଏବେ ହ୍ବାଇଟ ବଲ ଅଧଇନାୟକତ୍ବ ଦୌଡରେ ଅଛନ୍ତି ।
ଏପର୍ଯ୍ୟନ୍ତ ସେ ୧୪ ଟେଷ୍ଟ, ୭୦ ଦିନିକିଆ ଓ ୫୧ ଟି-୨୦ ଖେଳିଛନ୍ତି । ଆୟର ଭାରତ ପାଇଁ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଫେବୃଆରୀ ୨୦୨୪ରେ ଖେଳିଥିଲେ । ତାଙ୍କର ଶେଷ ଟି-୨୦ ମ୍ୟାଚ୍ ଡିସେମ୍ବର ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ଗତ ବର୍ଷ କୋଲକାତା ନାଇଟ୍ ରାଇଡର୍ସକୁ ଆଇପିଏଲ୍ ୨୦୨୪ ଟାଇଟଲ ଜିତିଥିବା ଆୟର ଘରୋଇ କ୍ରିକେଟରେ ଅଧିନାୟକ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତଥାପି ତାଙ୍କୁ କେବେ ବି ଖେଳର କୌଣସି ଫର୍ମାଟରେ ଭାରତୀୟ ପୁରୁଷ ଦଳର ଅଧିନାୟକ ହେବାର ସୁଯୋଗ ମିଳିନାହିଁ।
The post ଟିମ୍ ଇଣ୍ଡିଆର ଅଧିନାୟକ ହେବେ କି ଶ୍ରେୟସ ଆୟର ? appeared first on .