ପୁଅର ବରଯାତ୍ରୀରେ ଯିବା ହେଲା ବାପାର ଶେଷ ଯାତ୍ରା, ଦୁର୍ଘଟଣାରେ ଚାଲିଗଲା ଜୀବନ
ଆଠଗଡ଼: ପୁଅର ବରଯାତ୍ରୀରେ ଯିବା ବାପା ପାଇଁ ପାଲଟିଲା ଶେଷ ଯାତ୍ରା। ବରଯାତ୍ରୀ ବସ୍ ଚଢ଼ିଯାଇ ଅକାଳରେ ଚାଲିଗଲା ବାପାର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଚତରାପଦା ଗ୍ରାମରେ ଚତରପଦାରେ।ସୂଚନା ଅନୁଯାୟୀ, ଗ୍ରାମର ବିମ୍ବାଧର ନାୟକଙ୍କ ପୁଅ ବବୁଲ ନାୟକଙ୍କର ବିବାହ ତଗିଲୋ ଗ୍ରାମରେ ସ୍ଥିର ହୋଇଥିଲା। ବିବାହ ପାଇଁ ଠିକ୍ ସମୟରେ ଘରୁ ବାହାରିଥିଲା ବରଯାତ୍ରୀ । କନ୍ୟା ପକ୍ଷର ଗାଁ ନିକଟବର୍ତ୍ତୀ ହେବା ପରେ ଆରମ୍ଭ ହୋଇଥିଲା ବରଯାତ୍ରୀ ଶୋଭାଯାତ୍ରା। କିନ୍ତୁ କିଛି ସମୟ ମଧ୍ୟରେ ଏଠାରେ ଏଭଳି କିଛି ଘଟିଥିଲା ଯାହା, ହୁଏତ କେହି କେବେ ଭାବିନଥିଲେ।ପ୍ରକୃତରେ ବରଯାତ୍ରୀ ଶୋଭାଯାତ୍ରା ଚାଲୁଥିବାବେଳେ ହଠାତ୍ ବରଯାତ୍ରୀରେ ଯାଇଥିବା ବସ୍ଟି ଶୋଭାଯାତ୍ରା ଉପରକୁ ମାଡ଼ି ଯାଇଥିଲା । ଏଥିରେ ବର ପିତାଙ୍କ ସମେତ ୭-୮ ଜଣ ଗୁରୁତର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ବିମ୍ବାଧରଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଗୁରୁତରଙ୍କୁ ଚିକିତ୍ସା ଜାରି ରହିଛି। ଆଉ ଏଭଳି ଏକ ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ସେପଟେ ପରିବାର ପକ୍ଷରୁ ନରସିଂହପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ନରସିଂହପୁର-ଅନୁଗୁଳ ମୁଖ୍ୟ ରାସ୍ତ
ଆଠଗଡ଼: ପୁଅର ବରଯାତ୍ରୀରେ ଯିବା ବାପା ପାଇଁ ପାଲଟିଲା ଶେଷ ଯାତ୍ରା। ବରଯାତ୍ରୀ ବସ୍ ଚଢ଼ିଯାଇ ଅକାଳରେ ଚାଲିଗଲା ବାପାର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଚତରାପଦା ଗ୍ରାମରେ ଚତରପଦାରେ।
ସୂଚନା ଅନୁଯାୟୀ, ଗ୍ରାମର ବିମ୍ବାଧର ନାୟକଙ୍କ ପୁଅ ବବୁଲ ନାୟକଙ୍କର ବିବାହ ତଗିଲୋ ଗ୍ରାମରେ ସ୍ଥିର ହୋଇଥିଲା। ବିବାହ ପାଇଁ ଠିକ୍ ସମୟରେ ଘରୁ ବାହାରିଥିଲା ବରଯାତ୍ରୀ । କନ୍ୟା ପକ୍ଷର ଗାଁ ନିକଟବର୍ତ୍ତୀ ହେବା ପରେ ଆରମ୍ଭ ହୋଇଥିଲା ବରଯାତ୍ରୀ ଶୋଭାଯାତ୍ରା। କିନ୍ତୁ କିଛି ସମୟ ମଧ୍ୟରେ ଏଠାରେ ଏଭଳି କିଛି ଘଟିଥିଲା ଯାହା, ହୁଏତ କେହି କେବେ ଭାବିନଥିଲେ।
ପ୍ରକୃତରେ ବରଯାତ୍ରୀ ଶୋଭାଯାତ୍ରା ଚାଲୁଥିବାବେଳେ ହଠାତ୍ ବରଯାତ୍ରୀରେ ଯାଇଥିବା ବସ୍ଟି ଶୋଭାଯାତ୍ରା ଉପରକୁ ମାଡ଼ି ଯାଇଥିଲା । ଏଥିରେ ବର ପିତାଙ୍କ ସମେତ ୭-୮ ଜଣ ଗୁରୁତର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ବିମ୍ବାଧରଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଗୁରୁତରଙ୍କୁ ଚିକିତ୍ସା ଜାରି ରହିଛି। ଆଉ ଏଭଳି ଏକ ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସେପଟେ ପରିବାର ପକ୍ଷରୁ ନରସିଂହପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ନରସିଂହପୁର-ଅନୁଗୁଳ ମୁଖ୍ୟ ରାସ୍ତା ଅବରୋଧ କରିଥିବାର ଦେଖିବାକୁ ମିଳିଥିଲା। ଅବଶ୍ୟ ପରେ ନରସିଂହପୁର ଥାନା ଅଧିକାରୀ ଏବଂ ତହସିଲଦାର ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଏହା ସହ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଏବଂ ଦୃର୍ଘଟଣା ଘଟାଇଥିବା ବସ୍ ମାଲିକ ୫୦ ହଜାର ଟଙ୍କା ଦେବା ପରେ ହଟିଲା ରାସ୍ତା ରୋକ ହଟିଥିବା ସୂଚନା ମିଳିଛି ।