ପୁଅର ହେଲଥ ଅପଡେଟ୍ ଦେଲେ ପୱନ କଲ୍ୟାଣ, କଷ୍ଟ ସମୟରେ ପ୍ରଧାନମନ୍ତ୍ରୀ ବଢାଇଲେ ସହାୟତାର ହାତ

ମୁମ୍ଵାଇ ୧୦।୦୪; ସିଙ୍ଗାପୁରର ସ୍କୁଲ୍‌ରେ ଅଗ୍ନିକାଣ୍ଡ ଯୋଗୁଁ ତେଲୁଗୁ ଚଳଚ୍ଚିତ୍ର ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର ଡେପୁଟି ସିଏମ୍ ପୱନ କଲ୍ୟାଣଙ୍କ ସାନ ପୁଅ ମାର୍କ ଶଙ୍କର ଆହତ ହୋଇଛନ୍ତି। ଏହି ଘଟଣାରେ ତାଙ୍କ ହାତ ଓ ଗୋଡରେ ଗଭୀର ଆଘାତ ଲାଗିଛି। ସେପଟେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଫୋନ୍‌ରେ କଥା ହୋଇ ପୱନ କଲ୍ୟାଣଙ୍କ ମନବଳ ବଢାଇଛନ୍ତି । ତାଙ୍କ ପୁଅର ଚିକିତ୍ସାରେ କୌଣସି ଅଭାବ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପୱନ କଲ୍ୟାଣଙ୍କୁ ଆଶ୍ୱାସନା ଦେଇଛନ୍ତି।  ଏହି କଷ୍ଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୱନ କଲ୍ୟାଣଙ୍କ ସହ ଫୋନରେ କଥା ହୋଇ ତାଙ୍କ ମନବଳ ବଢାଇଥିଲେ। ପୁଅର ଚିକିତ୍ସାରେ କୌଣସି ଅଭାବ ହେବ ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପୱନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପାଇଁ ପ୍ରତିଶୃତି ଦେଇ କହିଛନ୍ତି ଯେ ସେ ପ୍ରତ୍ୟେକ ପଦକ୍ଷେପରେ ପୱନ କଲ୍ୟାଣଙ୍କୁ ସମର୍ଥନ କରିବେ। କିଛି ସମୟ ପୂର୍ବରୁ ପୱନଙ୍କ ସାନ ପୁଅ ମାର୍କ ଶଙ୍କର ସମର କ୍ୟାମ୍ପରେ ଯୋଗଦେବା ପାଇଁ ସିଙ୍ଗାପୁର ଯାଇଥିଲେ। ଯେଉଁଠାରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ହଠାତ୍ କ୍ୟାମ୍ପରେ ନିଆଁ ଲାଗିଯାଇଥିଲା। ଏହି କାରଣରୁ ଅନେକ ପିଲା ନିଆଁରେ ଫସି ଯାଇଥିଲେ। ସେହି ପିଲାମାନଙ୍କ ମଧ୍ୟରେ ପୱନ କଲ୍ୟାଣଙ୍କ ପୁଅ ମଧ୍ୟ ଥିଲେ। ପିଲାମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୋଟିଏ ପିଲାଙ୍କର ମୃତ

ପୁଅର ହେଲଥ ଅପଡେଟ୍ ଦେଲେ ପୱନ କଲ୍ୟାଣ, କଷ୍ଟ ସମୟରେ ପ୍ରଧାନମନ୍ତ୍ରୀ ବଢାଇଲେ ସହାୟତାର ହାତ

ମୁମ୍ଵାଇ ୧୦।୦୪; ସିଙ୍ଗାପୁରର ସ୍କୁଲ୍‌ରେ ଅଗ୍ନିକାଣ୍ଡ ଯୋଗୁଁ ତେଲୁଗୁ ଚଳଚ୍ଚିତ୍ର ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର ଡେପୁଟି ସିଏମ୍ ପୱନ କଲ୍ୟାଣଙ୍କ ସାନ ପୁଅ ମାର୍କ ଶଙ୍କର ଆହତ ହୋଇଛନ୍ତି। ଏହି ଘଟଣାରେ ତାଙ୍କ ହାତ ଓ ଗୋଡରେ ଗଭୀର ଆଘାତ ଲାଗିଛି। ସେପଟେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଫୋନ୍‌ରେ କଥା ହୋଇ ପୱନ କଲ୍ୟାଣଙ୍କ ମନବଳ ବଢାଇଛନ୍ତି । ତାଙ୍କ ପୁଅର ଚିକିତ୍ସାରେ କୌଣସି ଅଭାବ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପୱନ କଲ୍ୟାଣଙ୍କୁ ଆଶ୍ୱାସନା ଦେଇଛନ୍ତି। 

 ଏହି କଷ୍ଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୱନ କଲ୍ୟାଣଙ୍କ ସହ ଫୋନରେ କଥା ହୋଇ ତାଙ୍କ ମନବଳ ବଢାଇଥିଲେ। ପୁଅର ଚିକିତ୍ସାରେ କୌଣସି ଅଭାବ ହେବ ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପୱନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପାଇଁ ପ୍ରତିଶୃତି ଦେଇ କହିଛନ୍ତି ଯେ ସେ ପ୍ରତ୍ୟେକ ପଦକ୍ଷେପରେ ପୱନ କଲ୍ୟାଣଙ୍କୁ ସମର୍ଥନ କରିବେ। କିଛି ସମୟ ପୂର୍ବରୁ ପୱନଙ୍କ ସାନ ପୁଅ ମାର୍କ ଶଙ୍କର ସମର କ୍ୟାମ୍ପରେ ଯୋଗଦେବା ପାଇଁ ସିଙ୍ଗାପୁର ଯାଇଥିଲେ। ଯେଉଁଠାରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ହଠାତ୍ କ୍ୟାମ୍ପରେ ନିଆଁ ଲାଗିଯାଇଥିଲା। ଏହି କାରଣରୁ ଅନେକ ପିଲା ନିଆଁରେ ଫସି ଯାଇଥିଲେ। ସେହି ପିଲାମାନଙ୍କ ମଧ୍ୟରେ ପୱନ କଲ୍ୟାଣଙ୍କ ପୁଅ ମଧ୍ୟ ଥିଲେ। ପିଲାମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। 

ଗୋଟିଏ ପିଲାଙ୍କର ମୃତ୍ୟୁ ହୋଇଥିବାବେଳେ  ଏହି ଘଟଣା ପରେ ପୱନ କଲ୍ୟାଣ କହିଛନ୍ତି " ମୋ ପୁଅର ହାତ ଏବଂ ଗୋଡ଼ ପୋଡ଼ି ଯାଇଛି। ତାଙ୍କର 'ବ୍ରୋଙ୍କୋସ୍କୋପି' କରାଯାଉଛି। ଧୂଆଁ ଯୋଗୁଁ ହୋଇଥିବା କ୍ଷତି ଦୀର୍ଘ ଦିନ ରହିବ। ମୁଁ ଏପର୍ଯ୍ୟନ୍ତ ମୋ ପୁଅ ସହିତ କଥା ହୋଇନାହିଁ। ହେଲେ ତାଙ୍କ ଅବସ୍ଥା ଚିନ୍ତାଜନକ ନୁହେଁ ବୋଲି ମୁଁ ଜାଣିବାକୁ ପାଇଛି। ଏହି କଠିନ ସମୟରେ ପ୍ରଧାନମନ୍ତ୍ରୀ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମୋର ମନୋବଳ ବଢ଼ାଇଛନ୍ତି। ପ୍ରଧାନମନ୍ତ୍ରୀ ଫୋନ୍ କରି ହାଇ କମିଶନ ମାଧ୍ୟମରେ ସମସ୍ତ ପ୍ରକାରର ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି।"