ପୁଞ୍ଚ୍ରେ ସେନା ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଦ୍ୱିତୀୟ ଆକ୍ରମଣ
ଶ୍ରୀନଗର,୧୩।୧: ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲାରେ ସେନା ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ହେଲେ ଯବାନ ଏହାର ପାଲଟା ଜବାବ ଦେଇଥିଲେ। ଏଥିରେ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ। ପ୍ରଥମ ଗୁଳିବିନିମୟ ପରେ ଆତଙ୍କବାଦୀମାନେ ଖସି ପଳାଇଯାଇଥିବା ବିଶ୍ୱାସ କରାଯାଉଛି। ସେନାର ଗାଡ଼ିସମୂହକୁ ଟାର୍ଗେଟ କରି ନିକଟସ୍ଥ ପାହାଡ଼ରୁ ଆତଙ୍କବାଦୀ ଗୁଳି ଚଳାଇଥିଲେ। ଉକ୍ତ ଗାଡ଼ିରେ ନର୍ଦ୍ଦନ କମାଣ୍ଡ୍ର ମୁଖ୍ୟ ଲ୍ୟୁଟ୍ନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସମେତ ଉଚ୍ଚ ପଦାଧିକାରୀମାନେ ଥିଲେ। ଗତ କିଛି ସପ୍ତାହ […] The post ପୁଞ୍ଚ୍ରେ ସେନା ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଦ୍ୱିତୀୟ ଆକ୍ରମଣ appeared first on Dharitri Odia News.
ଶ୍ରୀନଗର,୧୩।୧: ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲାରେ ସେନା ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ହେଲେ ଯବାନ ଏହାର ପାଲଟା ଜବାବ ଦେଇଥିଲେ। ଏଥିରେ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ। ପ୍ରଥମ ଗୁଳିବିନିମୟ ପରେ ଆତଙ୍କବାଦୀମାନେ ଖସି ପଳାଇଯାଇଥିବା ବିଶ୍ୱାସ କରାଯାଉଛି। ସେନାର ଗାଡ଼ିସମୂହକୁ ଟାର୍ଗେଟ କରି ନିକଟସ୍ଥ ପାହାଡ଼ରୁ ଆତଙ୍କବାଦୀ ଗୁଳି ଚଳାଇଥିଲେ। ଉକ୍ତ ଗାଡ଼ିରେ ନର୍ଦ୍ଦନ କମାଣ୍ଡ୍ର ମୁଖ୍ୟ ଲ୍ୟୁଟ୍ନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସମେତ ଉଚ୍ଚ ପଦାଧିକାରୀମାନେ ଥିଲେ। ଗତ କିଛି ସପ୍ତାହ ମଧ୍ୟରେ ପୁଞ୍ଚ୍ ଅଞ୍ଚଳରେ ସେନା ଉପରେ ଏହା ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ।
ପୂର୍ବରୁ ପୁଞ୍ଚ୍ର ଡେରା କି ଗଲିରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଯବାନ ଶହୀଦ ହେବା ସହ ଜଣେ ଆହତ ହୋଇଥିଲେ। ଉକ୍ତ ସ୍ଥାନଠାରୁ ୪୦ କି.ମି. ଦୂର କ୍ରିଷ୍ଣାଗତି ସେକ୍ଟରରେ ସେନା ଗାଡ଼ି ଉପରେ ଏହି ଆକ୍ରମଣ କରାଯାଇଛି।
The post ପୁଞ୍ଚ୍ରେ ସେନା ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଦ୍ୱିତୀୟ ଆକ୍ରମଣ appeared first on Dharitri Odia News.