ପୁଣି ଆସିବ ସୁଭଦ୍ରା ଗାଇଡଲାଇନ । ନିରାଶ ହେବେନି ଅଯୋଗ୍ୟ ଆବେଦନକାରୀ ।

କନକ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ ଖବର। ଅଯୋଗ୍ୟ ଆବେଦନକାରୀଙ୍କୁ ପୁଣିଥରେ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । ଅଯୋଗ୍ୟ ଆବେଦନକାରୀଙ୍କ ଅସନ୍ତୋଷକୁ ପ୍ରଶମିତ କରିବାକୁ ଗାଇଡଲାଇନରେ ପରିବର୍ତ୍ତନ କରିବାକୁ ସରକାର ପ୍ରସ୍ତୁତ । ତେବେ ଗାଇଡଲାଇନରେ କଣ ପରିବର୍ତ୍ତନ ହେବ ତାହା ଉପରେ ରହିଛି ଆବେଦନକାରୀଙ୍କ ନଜର। ୨ଟି ପର୍ଯ୍ୟାୟରେ ମିଳିଛି ସୁଭଦ୍ରା ଟଙ୍କା । କୋଟିଏରୁ ଅଧିକ ମହିଳା ଆବେଦନ କରିଥିବା ବେଳେ ୨ ଲକ୍ଷ ୬୭ ହଜାର ଆବେଦନକୁ ରିଜେକ୍ଟ କରିଛନ୍ତି ସରକାର । ବିଭିନ୍ନ କାରଣରୁ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଲମ୍ବିଥିଲା । ସୁଭଦ୍ରା ସହାୟତାରୁ ବଞ୍ଚିତ ମହିଳାଙ୍କ ଅସନ୍ତୋଷ ରାଜ୍ୟର ପ୍ରତିଟି କୋଣ ଅନୁକୋଣରେ ଦେଖିବାକୁ ମିଳିଥିଲା । ଅସନ୍ତୋଷ ଦେଖି ନରମ ଆଭିମୁଖ୍ୟ ଦେଖାଇଛନ୍ତି ସରକାର । କାଳେ ଏହା ପରବର୍ତ୍ତୀ ସମୟରେ ବୁମେରାଂ ହେବ ତାହା ପୂର୍ବରୁ ବିକଳ୍ପ ବ୍ୟବସ୍ଥା ଆପଣାଇଛନ୍ତି ସରକାର । ଅଯୋଗ୍ୟ ଆବେଦନକାରୀଙ୍କୁ ଯୋଗ୍ୟ କରିବାକୁ ପୁଣିଥରେ ନୂଆ ଗାଇଡଲାଇନ ଆଣିବାକୁ ଯାଉଛନ୍ତି ସରକାର । ପୂର୍ବରୁ କ୍ୟାବିନେଟରେ ଏନେଇ ଆଲୋଚନା ହୋଇଥିବା ବେଳେ ଆଜି ସରକାରଙ୍କ ତରଫରୁ ବସିଛି ବୈଠକ ।  - ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ କୋହଳ ହେବ ଗାଇଡଲାଇନ- ଅଯୋଗ୍ୟ ଆବେଦନର ହେବ ପୁନଃ ଯାଞ୍ଚ- ଅଯୋଗ୍ୟ ଆବେଦନକାରୀଙ୍କୁ ନେଇ ପୁନଃ ବିଚାର କରିବେ ସରକାର  ଉପ-ମୁଖ୍ୟମନ୍ତ୍ରୀଙ୍କ ବୟାନ ଏବେ

ପୁଣି ଆସିବ ସୁଭଦ୍ରା ଗାଇଡଲାଇନ । ନିରାଶ ହେବେନି ଅଯୋଗ୍ୟ ଆବେଦନକାରୀ ।

କନକ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ ଖବର। ଅଯୋଗ୍ୟ ଆବେଦନକାରୀଙ୍କୁ ପୁଣିଥରେ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । ଅଯୋଗ୍ୟ ଆବେଦନକାରୀଙ୍କ ଅସନ୍ତୋଷକୁ ପ୍ରଶମିତ କରିବାକୁ ଗାଇଡଲାଇନରେ ପରିବର୍ତ୍ତନ କରିବାକୁ ସରକାର ପ୍ରସ୍ତୁତ । ତେବେ ଗାଇଡଲାଇନରେ କଣ ପରିବର୍ତ୍ତନ ହେବ ତାହା ଉପରେ ରହିଛି ଆବେଦନକାରୀଙ୍କ ନଜର।

୨ଟି ପର୍ଯ୍ୟାୟରେ ମିଳିଛି ସୁଭଦ୍ରା ଟଙ୍କା । କୋଟିଏରୁ ଅଧିକ ମହିଳା ଆବେଦନ କରିଥିବା ବେଳେ ୨ ଲକ୍ଷ ୬୭ ହଜାର ଆବେଦନକୁ ରିଜେକ୍ଟ କରିଛନ୍ତି ସରକାର । ବିଭିନ୍ନ କାରଣରୁ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଲମ୍ବିଥିଲା । ସୁଭଦ୍ରା ସହାୟତାରୁ ବଞ୍ଚିତ ମହିଳାଙ୍କ ଅସନ୍ତୋଷ ରାଜ୍ୟର ପ୍ରତିଟି କୋଣ ଅନୁକୋଣରେ ଦେଖିବାକୁ ମିଳିଥିଲା । ଅସନ୍ତୋଷ ଦେଖି ନରମ ଆଭିମୁଖ୍ୟ ଦେଖାଇଛନ୍ତି ସରକାର । କାଳେ ଏହା ପରବର୍ତ୍ତୀ ସମୟରେ ବୁମେରାଂ ହେବ ତାହା ପୂର୍ବରୁ ବିକଳ୍ପ ବ୍ୟବସ୍ଥା ଆପଣାଇଛନ୍ତି ସରକାର । ଅଯୋଗ୍ୟ ଆବେଦନକାରୀଙ୍କୁ ଯୋଗ୍ୟ କରିବାକୁ ପୁଣିଥରେ ନୂଆ ଗାଇଡଲାଇନ ଆଣିବାକୁ ଯାଉଛନ୍ତି ସରକାର । ପୂର୍ବରୁ କ୍ୟାବିନେଟରେ ଏନେଇ ଆଲୋଚନା ହୋଇଥିବା ବେଳେ ଆଜି ସରକାରଙ୍କ ତରଫରୁ ବସିଛି ବୈଠକ । 

- ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ କୋହଳ ହେବ ଗାଇଡଲାଇନ
- ଅଯୋଗ୍ୟ ଆବେଦନର ହେବ ପୁନଃ ଯାଞ୍ଚ
- ଅଯୋଗ୍ୟ ଆବେଦନକାରୀଙ୍କୁ ନେଇ ପୁନଃ ବିଚାର କରିବେ ସରକାର
 

ଉପ-ମୁଖ୍ୟମନ୍ତ୍ରୀଙ୍କ ବୟାନ ଏବେ ଅଯୋଗ୍ୟ ଆବେଦନକାରୀଙ୍କ ମନରେ ଆଶା ସଞ୍ଚାର କରିଛି। ୬୦ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କ ଭଳି ସେମାନେ ମଧ୍ୟ ସୁଭଦ୍ରା ସହାୟତା ପାଇବେ ବୋଲି ଆଶାବାଦୀ। କିନ୍ତୁ ମାପଦଣ୍ଡରେ କଣ କାଣ୍ଟଛାଣ୍ଟ ହେବ ତାହା ଉପରେ ରହିଛି ଆବେଦନକାରୀଙ୍କ ନଜର। 
 
ସରକାର ସଂଶୋଧିତ ଗାଇଡଲାଇନ ଆଣିବା ପରେ କେତେ ଜଣ ଅଯୋଗ୍ୟ ଆବେଦନକାରୀଙ୍କୁ ପୁଣି ଥରେ ଯୋଗ୍ୟ ତାଲିକାରେ ଯୋଡିବେ ତାହା ଏବେ ସବୁଠୁ ବଡ ପ୍ରଶ୍ନ। କାରଣ ଅଯୋଗ୍ୟ ଆବେଦନକାରୀଙ୍କ ସଂଖ୍ୟା ଢେର ଅଧିକ । ଏସବୁ ଭିତରେ ପ୍ରଭାତୀ କହିଛନ୍ତି, ଖୁବଶୀଘ୍ର ସୁଭଦ୍ରାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ।