ସମସ୍ୟା ସୃଷ୍ଟି କରାଯାଉଛି
ବିଶ୍ୱର ସବୁ ମଣିଷ ମିଳିତ ଭାବେ କେତେକ ସମସ୍ୟା ସୃଷ୍ଟି କରିଛନ୍ତି ଓ ସେମାନେ ଏକାଠି ସେଗୁଡ଼ିକୁ ସମାଧାନ କରିବା ଦରକାର। କେତେକ ସମସ୍ୟା ସ୍ଥାନୀୟ ଅଞ୍ଚଳରେ ମଧ୍ୟ ସୃଷ୍ଟି ହୋଇଛି। ସେଥିରୁ ଗୋଟିଏ ହେଉଛି ଜଳବାୟୁ ପରିବର୍ତ୍ତନ, ଯାହାକୁ ବିଶ୍ୱର ସବୁ ଦେଶ ମିଶି ନିୟନ୍ତ୍ରଣ କରିବାକୁ ପଡ଼ିବ। ବିଶ୍ୱର ଅଧା ଦେଶ ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ କରୁଥିବାବେଳେ ଆଉ ଅଧା ଯଦି ସେସବୁ ବୃଦ୍ଧି କରିଚାଲନ୍ତି, ତେବେ ଜଳବାୟୁ ପରିବର୍ତ୍ତନର ସମାଧାନ ହେବ […] The post ସମସ୍ୟା ସୃଷ୍ଟି କରାଯାଉଛି appeared first on Dharitri Odia News.
ବିଶ୍ୱର ସବୁ ମଣିଷ ମିଳିତ ଭାବେ କେତେକ ସମସ୍ୟା ସୃଷ୍ଟି କରିଛନ୍ତି ଓ ସେମାନେ ଏକାଠି ସେଗୁଡ଼ିକୁ ସମାଧାନ କରିବା ଦରକାର। କେତେକ ସମସ୍ୟା ସ୍ଥାନୀୟ ଅଞ୍ଚଳରେ ମଧ୍ୟ ସୃଷ୍ଟି ହୋଇଛି। ସେଥିରୁ ଗୋଟିଏ ହେଉଛି ଜଳବାୟୁ ପରିବର୍ତ୍ତନ, ଯାହାକୁ ବିଶ୍ୱର ସବୁ ଦେଶ ମିଶି ନିୟନ୍ତ୍ରଣ କରିବାକୁ ପଡ଼ିବ। ବିଶ୍ୱର ଅଧା ଦେଶ ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ କରୁଥିବାବେଳେ ଆଉ ଅଧା ଯଦି ସେସବୁ ବୃଦ୍ଧି କରିଚାଲନ୍ତି, ତେବେ ଜଳବାୟୁ ପରିବର୍ତ୍ତନର ସମାଧାନ ହେବ ନାହିଁ। ତେବେ ସ୍ଥାନୀୟ ଅଞ୍ଚଳରେ ସମସ୍ୟା ସୃଷ୍ଟି ହେବାର କାରଣ ହେଉଛି କ୍ଷମତାରେ ସମନ୍ବୟ ନ ରହିବା ଏବଂ ସମସ୍ୟା ସୃଷ୍ଟି କରିବା ଇଚ୍ଛା। ୟୁକ୍ରେନ ଓ ଗାଜା ଏହାର ଦୁଇଟି ଉଦାହରଣ। ଏହା ବୁଝିବା କଷ୍ଟକର ଯେ, କାହିଁକି ୨୦୨୫ର ବିଶ୍ୱରେ ଭେଦଭାବ, ଜାତିଗତ ସଂହାର ଓ ଗଣହତ୍ୟା କରାଯାଉଛି। ଏହାପରେ ଆଉ କେତେକ ସମସ୍ୟା ଅଛି, ଯାହାକୁ ସମସ୍ୟା ଭାବେ ବିଚାର କରାଯାଇପାରିନାହିଁ। କିନ୍ତୁ ସେଗୁଡ଼ିକରୁ ସୃଷ୍ଟି ହେଉଥିବା ଯନ୍ତ୍ରଣାଦାୟକ ସ୍ଥିତି ଏବେ ସୁଦ୍ଧା ବିଶ୍ୱ ସାମ୍ନା କରୁଛି। ଆମେରିକାର ଟ୍ରେଡ୍ ଡେଫିସିଟି(ବାଣିଜି୍ୟକ ନିଅଣ୍ଟ)କୁ ଟାରିଫ୍ ବା ଆମଦାନୀ ଶୁଳ୍କ ମାଧ୍ୟମରେ ସମାନ ସ୍ତରକୁ ଆଣିବାର ଇଚ୍ଛା ଯୋଗୁ ଏଭଳି ଏକ ସ୍ଥିତିକୁ ଆମେ ସାମ୍ନା କରୁଛୁ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଅନୁଯାୟୀ ଏସବୁ ଦରକାର। ତାଙ୍କ ମତରେ ଅନ୍ୟ ଦେଶସବୁ ଆମକୁ ଠକି ଚାଲିଛନ୍ତି। ସେମାନେ ବାସ୍ତବରେ ଏମିତି କରିଛନ୍ତି କି? ବିଶ୍ୱବ୍ୟାଙ୍କ ଅନୁଯାୟୀ ବିଶ୍ୱର ହାରାହାରି ମୁଣ୍ଡପିଛା ଜିଡିପି ୧୩,୦୦୦ ଆମେରିକୀୟ ଡଲାର। ଅଧିକାଂଶ ଦେଶ ଏହା ତଳେ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତ (୨୫୦୦ ଡଲାର), ଇଣ୍ଡୋନେସିଆ(୪୮୦୦ ଡଲାର), ଇରାନ (୪୪୦୦ ଡଲାର), ଇରାକ (୫୫୦୦ ଡଲାର), ଥାଇଲାଣ୍ଡ(୭୧୦୦ ଡଲାର) ଏବଂ ଭିଏଟ୍ନାମ(୪୨୦୦ ଡଲାର)। ସବ୍ ସାହାରାନ ଆଫ୍ରିକା (ସାହାରା ମରୁଭୂମିର ଦକ୍ଷିଣରେ ଥିବା ଆଫ୍ରିକୀୟ ଦେଶଗୁଡ଼ିକ)ର, ଯାହାର ଜନସଂଖ୍ୟା ଭାରତଠାରୁ କମ୍, ସେମାନଙ୍କର ଏହା ୧୬୦୦ ଡଲାର। ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ରହିଥିବା ବ୍ରାଜିଲର ଏହା ୧୦,୨୦୦ ଡଲାର ହୋଇଥିବାବେଳେ ରୁଷିଆ ୧୩,୮୦୦, ଦକ୍ଷିଣ ଆଫ୍ରିକା ୬୦୦୦ ଏବଂ ଚାଇନାର ୧୨,୬୦୦ ଡଲାର। ଅଳ୍ପ କେତେକ ଦେଶର ମୁଣ୍ଡପିଛା ଜିଡିପି ବୈଶ୍ୱିକ ହାରାହାରିଠାରୁ ବହୁତ ଉପରେ ରହିଛି। ୟୁରୋପୀୟ ସଂଘ (ଇୟୁ)ରେ ଥିବା ଦେଶଗୁଡ଼ିକର ଏହା ହାରାହାରି ୪୫,୦୦୦ ଡଲାର ରହିଥିବା ବେଳେ ଜର୍ମାନୀ ୫୪,୦୦୦, ଫ୍ରାନ୍ସ ୪୪,୦୦୦ ଏବଂ ଇଟାଲୀର ୩୯,୦୦୦ ଡଲାର। ଇଂଲଣ୍ଡରେ ଏହା ଫ୍ରାନ୍ସ ସହ ସମାନ। ଆମେରିକାର ଏହା ୮୨,୦୦୦ ଡଲାର, ଅର୍ଥାତ୍ ବୈଶ୍ୱିକ ହାରାହାରି ମୁଣ୍ଡପିଛା ଜିଡିପିଠାରୁ ୬ଗୁଣ ଓ ଭାରତଠାରୁ ୩୦ଗୁଣ ଅଧିକ। ଏବେ ସୁଦ୍ଧା ଆମେରିକା ସବୁଠୁ ଧନୀ ଦେଶ। ଏହାର ଏଭଳି ସ୍ଥିତି ଡଲାରକୁ ବିଶ୍ୱର ରିଜର୍ଭ ମୁଦ୍ରା କରିପାରିଛି, ଅର୍ଥାତ୍ ଅଧିକାଂଶ ବ୍ୟବସାୟ ଆମେରିକୀୟ ଡଲାରରେ ହେଉଛି ଏବଂ ବିଶ୍ୱର ବୁଦ୍ଧିଆ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି। ଏହାର କର୍ପୋରେଟ ଓ ଜ୍ଞାନୀ ବା କ୍ଷମତାଶାଳୀ ଲୋକଙ୍କ ମଧ୍ୟରେ ବାହାର ଦେଶରେ ଜନ୍ମିତ ବ୍ୟକ୍ତି ଭରି ରହିଛନ୍ତି। ଏହି ବିଶାଳ ଜ୍ଞାନୀଗୋଷ୍ଠୀ ଯୋଗୁ ଏହାର ଭବିଷ୍ୟତ ସୁରକ୍ଷିତ। ୨୦୦୪ ପରଠାରୁ ଆମେରିକାର ମୁଣ୍ଡପିଛା ଜିଡିପି ଦୁଇଗୁଣ ହୋଇଛି। ୟୁରୋପ ଓ ୟୁରୋପୀୟ ସଂଘର ସଦସ୍ୟଙ୍କ କ୍ଷେତ୍ରରେ ଏଭଳି ଘଟିନାହିଁ ଏବଂ ସେମାନଙ୍କର ମୁଣ୍ଡପିଛା ଜିଡିପି ୨୦୦୪ ଠାରୁ ସ୍ଥିର ରହିଛି। ତେବେ ଅନ୍ୟ ଦେଶଗୁଡ଼ିକରେ ଦେଖାଯାଉଥିବା ଅସମାନତା ସମସ୍ୟା ମଧ୍ୟ ଆମେରିକାରେ ଅଛି। କିନ୍ତୁ ଆମେରିକା ନିଜେ ଏହାକୁ ଦୂର କରିବା ଦରକାର; ଅନ୍ୟ ଦେଶଗୁଡ଼ିକ ଉପରେ ଏହାକୁ ଲଦିଦେବା ଉଚିତ ନୁହେଁ, ଯେଉଁମାନେ ଏ କ୍ଷେତ୍ରରେ ଆମେରିକାଠାରୁ ଅଧିକ ଦୁର୍ବଳ ରହିଛନ୍ତି।
ଚଳିତ ସପ୍ତାହର ଶେଷରେ ଟ୍ରମ୍ପ୍ କହିଥିଲେ, ”ଭାରତ ଆମ ଉପରେ ଅତ୍ୟଧିକ ଟାରିଫ୍ ଲଗାଇଛି। ସବୁଠୁ ଅଧିକ ଟାରିଫ ଯୋଗୁ ତୁମେ ଭାରତରେ କୌଣସି ଜିନିଷ ବିକିପାରିବ ନାହିଁ…।“ ଦେଖିବାକୁ ଗଲେ ମୁକ୍ତ ବାଣିଜ୍ୟ କ୍ଷେତ୍ରରେ ଜଣଙ୍କର ସ୍ଥିତି ଯାହା ଥାଉନା କାହିଁକି, ଲୋକଙ୍କ ସ୍ବାର୍ଥ ଓ ଅର୍ଥ ବ୍ୟବସ୍ଥାକୁ ଆଗକୁ ନେବା ପାଇଁ ଚେଷ୍ଟା କରୁଥିବା ଭାରତ ଏବଂ ଏହାର ସରକାରଙ୍କୁ ଦୋଷ ଦେବା କଷ୍ଟକର। ଯେଉଁ ଦେଶରେ ୧୦୦ କୋଟି ଲୋକ ନିଜ ଇଚ୍ଛାରେ ଜିନିଷ କିଣିପାରନ୍ତି ନାହିଁ ଏବଂ ସେମାନଙ୍କ ସବୁ ଆୟକୁ ବଞ୍ଚତ୍ବା ଲାଗି ବ୍ୟୟ କରିବାକୁ ପଡ଼େ, ସେଠାରେ ବିକଶିତ ଦେଶଗୁଡ଼ିକରୁ ସାମଗ୍ରୀ କିଣିବାର କ’ଣ ଆବଶ୍ୟକତା ରହିଛି? ଅର୍ଥନୀତିଜ୍ଞମାନେ କହନ୍ତି, ଆମେରିକାର ଟ୍ରେଡ୍ ଡେଫିସିଟି ତାହାର ବଜେଟ ଡେଫିସିଟି(ନିଅଣ୍ଟିଆ ବଜେଟ)ର ପ୍ରତିଫଳନ। ଆମେରିକା ସରକାର ଯାହା ଆୟ କରନ୍ତି ତାହାଠାରୁ ବେଶି ବ୍ୟୟ କରିଥାନ୍ତି। ଏଣୁ ଋଣ କରିବାକୁ ପଡ଼ିଛି ଏବଂ ୨୦୨୪ରେ ଏହି ନିଅଣ୍ଟ ଥିଲା ୧.୮ ଟ୍ରିଲିୟନ ଡଲାର। ‘ଟୁଇନ୍ ଡେଫିସିଟି’ ସିଦ୍ଧାନ୍ତ ଅନୁଯାୟୀ, ଯଦି ଆମେରିକା ଏହାର ବଜେଟକୁ ସନ୍ତୁଳନ କରି କମ୍ ଋଣ କରେ, ତେବେ ଟ୍ରେଡ୍ ଡେଫିସିଟି ରହିବ ନାହିଁ। କିନ୍ତୁ ଟ୍ରମ୍ପ୍ କ୍ଷମତାରେ ରହିଥିବାଯାଏ ଏହା ଘଟିବାର ସମ୍ଭାବନା ନାହିଁ ଏବଂ ଅତ୍ୟଧିକ ଟିକସ ହ୍ରାସ ତାଙ୍କ ସରକାରଙ୍କ ଆୟକୁ ହ୍ରାସ କରିବ।
ମେକ୍ସିକୋର ମୁଣ୍ଡପିଛା ଜିଡିପି ୧୩,୭୯୦ ଡଲାର ରହିଛି, ଯାହା ବୈଶ୍ୱିକ ହାରାହାରି ପାଖାପାଖି। କାନାଡାର ଏହା ୫୩,୦୦୦ ଡଲାର, ଅର୍ଥାତ୍ ଆମେରିକା ତୁଳନାରେ ବର୍ଷକୁ ମୁଣ୍ଡପିଛା ୩୦,୦୦୦ ଡଲାର କମ୍। ଏହି ଘଟଣାକୁ ବୁଝିବା ସହଜ ନୁହେଁ, ଯେହେତୁ ଏହିସବୁ ଦେଶ ଖରାପ ବିଶ୍ୱାସରେ ଆମେରିକା ସହ ବାଣିଜି୍ୟକ ସମ୍ପର୍କ ରଖୁଛନ୍ତି ବୋଲି ଟ୍ରମ୍ପ୍ ଦର୍ଶାଇବାକୁ ଚେଷ୍ଟାକରୁଛନ୍ତି। ଆଶ୍ଚର୍ଯ୍ୟର ବିଷୟ, କେହିଜଣେ ଦୃଢ଼ ଯୁକ୍ତି କରୁଛନ୍ତି ଯେ, ସେମାନେ ଆମେରିକାକୁ ଠକୁଛନ୍ତି। ବିଶ୍ୱର ସବୁଆଡ଼େ ମାର୍କେଟକୁ ଲକ୍ଷ୍ୟ କଲେ ଆମେ ଦେଖିପାରିବା ଯେ, ଏକ ଶକ୍ତିଶାଳୀ ଦେଶର ଜଣେ ବ୍ୟକ୍ତି ଲଗାତର ଅସ୍ଥିରତା ଓ ସମସ୍ୟା ସୃଷ୍ଟି କରିଚାଲିଛନ୍ତି। ତେବେ କେତେକ ସମସ୍ୟାକୁ ଆମକୁ ସାମ୍ନା କରି ସମାଧାନ କରିବାକୁ ପଡ଼ିବ, ଯେଉଁଗୁଡ଼ିକ ମଧ୍ୟରେ ଅଧିକ ଜଟିଳ ସମସ୍ୟା ରହିଛି ଏବଂ ସେସବୁ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ହେବ। ଆମ ଉପରେ ଏଭଳି ସମସ୍ୟାଗୁଡ଼ିକୁ ମଧ୍ୟ ଅନାବଶ୍ୟକ ଭାବେ ଲଦି ଦିଆଯାଉଛି, ଯାହା କିଛି ସପ୍ତାହ କିମ୍ବା ମାସ ପୂର୍ବରୁ ଆମ ପାଖରେ ନ ଥିଲା।
The post ସମସ୍ୟା ସୃଷ୍ଟି କରାଯାଉଛି appeared first on Dharitri Odia News.