ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଏଥର ବି ଦୀପାବଳିରେ ଫୁଟିବନି ବାଣ

ନୂଆଦିଲ୍ଲୀ: ଏବର୍ଷ ବି ଦୀପାବଳିରେ ବାଣ ଫୁଟାଇପାରିବେନି ଦିଲ୍ଲୀବାସୀ । କାରଣ ଦୀପାବଳିରେ ବାଣ ବିକ୍ରି ଉପରେ ବ୍ୟାନ ଲଗାଇଲେ ଦିଲ୍ଲୀ ସରକାର । ସୋମବାର ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ଘୋଷଣା କରିଛନ୍ତି । ପ୍ରକୃତରେ ଦିଲ୍ଲୀ ସରକାର ସବୁ ଥର ପରି ଏଥର ମଧ୍ୟ ଥଣ୍ଡା ଋତୁ ସମୟରେ ବଢ଼ୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ଗୋପାଳ ରାୟ କହିଛନ୍ତି, କେଜ୍ରିଓ୍ବାଲ ସରକାର ଗତ ବର୍ଷ ଭଳି ଏଥର ମଧ୍ୟ ବାଣର ଉତ୍ପାଦନ, ଏହାକୁ ଗଚ୍ଛିତ କରି ରଖିବା, ବିକ୍ରି ତଥା ବ୍ୟବହାର ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିଷ୍ପତ୍ତି ଥଣ୍ଡା ଋତୁରେ ହେବାକୁ ଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ନିଆଯାଇଛି। ଦିଲ୍ଲୀରେ ଏଥର ବାଣର ଅନଲାଇନ ବିକ୍ରି ଉପରେ ମଧ୍ୟ ପ୍ରତିବନ୍ଧକ ରହିବ।ଏହି ପ୍ରତିବନ୍ଧକ ଆସନ୍ତା ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ଲାଗୁ ରହିବ। ତେବେ‌ ଏହି ପତିବନ୍ଧକକୁ କଠୋର ଭାବରେ ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସ, ଡିପିସିସି ଏବଂ ରାଜସ୍ବ ବିଭାଗ ସହ ମିଶି ଯୋଜନା ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ। 

ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଏଥର ବି ଦୀପାବଳିରେ ଫୁଟିବନି ବାଣ

ନୂଆଦିଲ୍ଲୀ: ଏବର୍ଷ ବି ଦୀପାବଳିରେ ବାଣ ଫୁଟାଇପାରିବେନି ଦିଲ୍ଲୀବାସୀ । କାରଣ ଦୀପାବଳିରେ ବାଣ ବିକ୍ରି ଉପରେ ବ୍ୟାନ ଲଗାଇଲେ ଦିଲ୍ଲୀ ସରକାର । ସୋମବାର ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ଘୋଷଣା କରିଛନ୍ତି । ପ୍ରକୃତରେ ଦିଲ୍ଲୀ ସରକାର ସବୁ ଥର ପରି ଏଥର ମଧ୍ୟ ଥଣ୍ଡା ଋତୁ ସମୟରେ ବଢ଼ୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। 

ଗୋପାଳ ରାୟ କହିଛନ୍ତି, କେଜ୍ରିଓ୍ବାଲ ସରକାର ଗତ ବର୍ଷ ଭଳି ଏଥର ମଧ୍ୟ ବାଣର ଉତ୍ପାଦନ, ଏହାକୁ ଗଚ୍ଛିତ କରି ରଖିବା, ବିକ୍ରି ତଥା ବ୍ୟବହାର ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିଷ୍ପତ୍ତି ଥଣ୍ଡା ଋତୁରେ ହେବାକୁ ଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ନିଆଯାଇଛି। ଦିଲ୍ଲୀରେ ଏଥର ବାଣର ଅନଲାଇନ ବିକ୍ରି ଉପରେ ମଧ୍ୟ ପ୍ରତିବନ୍ଧକ ରହିବ।

ଏହି ପ୍ରତିବନ୍ଧକ ଆସନ୍ତା ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ଲାଗୁ ରହିବ। ତେବେ‌ ଏହି ପତିବନ୍ଧକକୁ କଠୋର ଭାବରେ ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସ, ଡିପିସିସି ଏବଂ ରାଜସ୍ବ ବିଭାଗ ସହ ମିଶି ଯୋଜନା ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ।