ବଡ଼ ସରପ୍ରାଇଜ୍ ପାଇଁ ପ୍ରସ୍ତୁତ ରୁହନ୍ତୁ ନେତନ୍ୟାହୁ; ହିଜବୁଲ୍ଲାହର ଇସ୍ରାଏଲକୁ ଚେତାବନୀ ପରେ ହଇଚଇ

ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲ୍ ଏବଂ ହମାସ୍ ଆତଙ୍କୀ ମଧ୍ୟରେ ଯୁଦ୍ଧ ଆରମ୍ଭକୁ ଆଠ ମାସରୁ ଅଧିକ ସମୟ ହୋଇଛି । ଗାଜା ସହରକୁ ନର୍କ କରିବା ପରେ ଇସ୍ରାଏଲୀ ସେନା ଏବେ ଉତ୍ତର ଗାଜା ସହର ରାଫା ଆଡ଼କୁ ବଢୁଛି । ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଲଗାତାର ବଢୁଥିବା ସଂଘର୍ଷ ମଧ୍ୟରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନ ହିଜବୁଲ୍ଲାହ ଇସ୍ରାଏଲକୁ ବଡ଼ ଚେତାବନୀ ଦେଇଛି । ହିଜବୁଲ୍ଲାହ ଚେତାବନୀ ଦେଇଛି ଯେ ସେ ଇସ୍ରାଏଲ୍ ଉପରେ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି । ଲେବାନନ୍ ଆତଙ୍କୀ ଗୋଷ୍ଠୀର ଶୀର୍ଷ ନେତା ଏକ ବୟାନରେ କହିଛି ଯେ ଇସ୍ରାଏଲ୍‌କୁ ଆମେ ବଡ଼ ସରପ୍ରାଇଜ୍ ଦେବାକୁ ଯାଉଛି, ଯାହାକୁ ସେ ସବୁବେଳେ ମନେ ରଖିବ। ହିଜବୁଲ୍ଲାହର ଚେତାବନୀ ପରେ ଇସ୍ରାଏଲରୁ ଆରମ୍ଭ କରି ଆମେରିକା ଯାଏ ହଇଚଇ ସୃଷ୍ଟି ହୋଇଛି ।ଟେଲିଭିଜନ ସମ୍ୱୋଧନରେ ହିଜବୁଲ୍ଲାହ କମାଣ୍ଡର ନସରଲ୍ଲାହ ଚେତାବନୀ ଦେଇଛି ଯେ ଫିଲିସ୍ତୀନୀ ପ୍ରସଙ୍ଗରେ ହମାସ ସହ ଛିଡ଼ା ହୋଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ଇସ୍ରାଏଲ୍ ବଡ଼ ସରପ୍ରାଇଜ୍ ପାଇଁ ପ୍ରସ୍ତୁତ ରହିବା ଦରକାର । ଆମେ ଶୀଘ୍ର ଏପରି ପ୍ରତିଶୋଧ ନେବୁ, ଯାହାକୁ ଇସ୍ରାଏଲ୍ ସବୁବେଳେ ମନେ ରଖିବ। ଉଲ୍ଲେଖଯୋଗ୍ୟ ଯେ ହିଜବୁଲ୍ଲାହ ଲେବାନନରେ ହୋଇଥିବା ଗୃହଯୁଦ୍ଧର ସମୟରେ ମଜଭୁତ ଶକ୍ତି ସହ ଦେଶରେ ଉଭା ହୋଇଛି । ଇରାନ ଉପରେ ହିଜବୁଲ୍ଲାହକୁ ହତିଆର ଏବଂ ଆର୍ଥିକ ସହଯୋଗ କରୁଥିବା ଅଭିଯୋଗ ହୋଇ ଆସୁଛି ।ନସରଲ୍ଲାହ କହିଛନ୍ତି, ଇ

ବଡ଼ ସରପ୍ରାଇଜ୍ ପାଇଁ ପ୍ରସ୍ତୁତ ରୁହନ୍ତୁ ନେତନ୍ୟାହୁ; ହିଜବୁଲ୍ଲାହର ଇସ୍ରାଏଲକୁ ଚେତାବନୀ ପରେ ହଇଚଇ

ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲ୍ ଏବଂ ହମାସ୍ ଆତଙ୍କୀ ମଧ୍ୟରେ ଯୁଦ୍ଧ ଆରମ୍ଭକୁ ଆଠ ମାସରୁ ଅଧିକ ସମୟ ହୋଇଛି । ଗାଜା ସହରକୁ ନର୍କ କରିବା ପରେ ଇସ୍ରାଏଲୀ ସେନା ଏବେ ଉତ୍ତର ଗାଜା ସହର ରାଫା ଆଡ଼କୁ ବଢୁଛି । ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଲଗାତାର ବଢୁଥିବା ସଂଘର୍ଷ ମଧ୍ୟରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନ ହିଜବୁଲ୍ଲାହ ଇସ୍ରାଏଲକୁ ବଡ଼ ଚେତାବନୀ ଦେଇଛି । ହିଜବୁଲ୍ଲାହ ଚେତାବନୀ ଦେଇଛି ଯେ ସେ ଇସ୍ରାଏଲ୍ ଉପରେ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି । ଲେବାନନ୍ ଆତଙ୍କୀ ଗୋଷ୍ଠୀର ଶୀର୍ଷ ନେତା ଏକ ବୟାନରେ କହିଛି ଯେ ଇସ୍ରାଏଲ୍‌କୁ ଆମେ ବଡ଼ ସରପ୍ରାଇଜ୍ ଦେବାକୁ ଯାଉଛି, ଯାହାକୁ ସେ ସବୁବେଳେ ମନେ ରଖିବ। ହିଜବୁଲ୍ଲାହର ଚେତାବନୀ ପରେ ଇସ୍ରାଏଲରୁ ଆରମ୍ଭ କରି ଆମେରିକା ଯାଏ ହଇଚଇ ସୃଷ୍ଟି ହୋଇଛି ।

ଟେଲିଭିଜନ ସମ୍ୱୋଧନରେ ହିଜବୁଲ୍ଲାହ କମାଣ୍ଡର ନସରଲ୍ଲାହ ଚେତାବନୀ ଦେଇଛି ଯେ ଫିଲିସ୍ତୀନୀ ପ୍ରସଙ୍ଗରେ ହମାସ ସହ ଛିଡ଼ା ହୋଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ଇସ୍ରାଏଲ୍ ବଡ଼ ସରପ୍ରାଇଜ୍ ପାଇଁ ପ୍ରସ୍ତୁତ ରହିବା ଦରକାର । ଆମେ ଶୀଘ୍ର ଏପରି ପ୍ରତିଶୋଧ ନେବୁ, ଯାହାକୁ ଇସ୍ରାଏଲ୍ ସବୁବେଳେ ମନେ ରଖିବ। ଉଲ୍ଲେଖଯୋଗ୍ୟ ଯେ ହିଜବୁଲ୍ଲାହ ଲେବାନନରେ ହୋଇଥିବା ଗୃହଯୁଦ୍ଧର ସମୟରେ ମଜଭୁତ ଶକ୍ତି ସହ ଦେଶରେ ଉଭା ହୋଇଛି । ଇରାନ ଉପରେ ହିଜବୁଲ୍ଲାହକୁ ହତିଆର ଏବଂ ଆର୍ଥିକ ସହଯୋଗ କରୁଥିବା ଅଭିଯୋଗ ହୋଇ ଆସୁଛି ।

ନସରଲ୍ଲାହ କହିଛନ୍ତି, ଇସ୍ରାଏଲର ନିଜ ନେତାମାନେ ସ୍ୱୀକାର କରିଛନ୍ତି ଯେ ସେମାନେ ଗାଜା ଯୁଦ୍ଧାରେ ନିଜର କୌଣସି ଲକ୍ଷ୍ୟ ହାସଲ କରି ନାହାନ୍ତି । ଏହାସହ ସେ କହିଛନ୍ତି ଯେ ଇସ୍ରାଏଲର ବିଫଳତା ତାର ପାଶ୍ଚାତ୍ୟ ସହଯୋଗୀଙ୍କ ବିଫଳତା ମଧ୍ୟ ।