ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା କାଟ୍‌

ନିମାପଡ଼ା,୨୧।୮(ବିଚିତ୍ରାନନ୍ଦ ସାହୁ):ନିମାପଡ଼ା ଏନ୍‌ଏସି ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ନେଇ ଚାଲିଥିବା ଛକାପଞ୍ଝା ଘଟଣାର ଅବସାନ ଘଟିଛି। ମଙ୍ଗଳବାର ଏନ୍‌ଏସି ସଭାଗୃହରେ ପୋଲିସ ପହରା, କଡ଼ା ନିରାପତ୍ତା ମଧ୍ୟରେ ଅନାସ୍ଥା ପ୍ରସ୍ତାବ ସଂକ୍ରାନ୍ତରେ ସ୍ବତନ୍ତ୍ର ବୈଠକ ହେବା ସହ ଅନାସ୍ଥା ଭୋଟ ଅନୁଷ୍ଠିତ ହୋଇଥିଲା। ଏଥିରେ ଏନ୍‌ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇ ଯାଇଥିବାବେଳେ ସେ ତାଙ୍କ ପଦବୀ ବଜାୟ ରଖିଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ଆଚାର୍ଯ୍ୟ ସୂଚନା […] The post ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା କାଟ୍‌ appeared first on Dharitri Odia News.

ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା କାଟ୍‌

ନିମାପଡ଼ା,୨୧।୮(ବିଚିତ୍ରାନନ୍ଦ ସାହୁ):ନିମାପଡ଼ା ଏନ୍‌ଏସି ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ନେଇ ଚାଲିଥିବା ଛକାପଞ୍ଝା ଘଟଣାର ଅବସାନ ଘଟିଛି। ମଙ୍ଗଳବାର ଏନ୍‌ଏସି ସଭାଗୃହରେ ପୋଲିସ ପହରା, କଡ଼ା ନିରାପତ୍ତା ମଧ୍ୟରେ ଅନାସ୍ଥା ପ୍ରସ୍ତାବ ସଂକ୍ରାନ୍ତରେ ସ୍ବତନ୍ତ୍ର ବୈଠକ ହେବା ସହ ଅନାସ୍ଥା ଭୋଟ ଅନୁଷ୍ଠିତ ହୋଇଥିଲା। ଏଥିରେ ଏନ୍‌ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇ ଯାଇଥିବାବେଳେ ସେ ତାଙ୍କ ପଦବୀ ବଜାୟ ରଖିଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ଭୋଟ ଗ୍ରହଣ ପାଇଁ ଏନ୍‌ଏସିର ମୋଟ ୧୧ ଜଣ କାଉନସିଲରଙ୍କ ମଧ୍ୟରୁ ୮ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟଦାନ କରିଥିଲେ। ଜଣେ କାଉନସିଲର ଧନୁର୍ଦ୍ଧର ଦାସ ତାଙ୍କ ଭୋଟ ବର୍ଜନ କରିଥିଲେ। ଆଉ ୨ ଜଣ କାଉନସିଲର ଟିକିନା ପଣ୍ଡା ଓ ମାଧବ ବେହେରା ଭୋଟ ଦାନରେ ଅନୁପସ୍ଥିତ ଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭୋଟଦାନ କରିଥିବା ୮ଜଣ କାଉନସିଲରଙ୍କ ମଧ୍ୟରୁ ଜଣେ କାଉନସିଲରଙ୍କ ଭୋଟ ନାକଚ ହୋଇ ଯାଇଥିବା ନିର୍ବାଚନ ଅଧିକାରୀ ଓ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଠାରୁ ଜଣାପଡ଼ିଛି। ଅନାସ୍ଥା ପ୍ରସ୍ତାବ ଭୋଟ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ଭୋଟର ଅଭାବ ଯୋଗୁ ଅଧ୍ୟକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇଯାଇଥିବା ନିର୍ବାଚନ ଅଧିକାରୀ କହିଛନ୍ତି। ପୁରୀ ଉପଜିଲାପାଳ ଗୋପୀନାଥ କୁଅଁର ଏହି ଅନାସ୍ଥା ଭୋଟରେ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ପରିଚାଳନା କରିଥିଲେ। ଏଥିରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ରହି ସହାୟତା କରିଥିଲେ।
ଅଧ୍ୟକ୍ଷା ତାଙ୍କ ପଦବୀ ବଜାୟ ରଖିଥିବାରୁ ବିଜେଡି ନେତୃବୃନ୍ଦ ଓ କର୍ମୀମାନେ ବାଣ ଫୁଟାଇ ଖୁସି ମନାଇଛନ୍ତି ।
ଏହି ଅବସରରେ ଦଳ ପକ୍ଷରୁ ଏକ ବିଜୟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ବିଜେଡି ନେତା ଦିଲୀପ ପାତ୍ର, ମାନସ ପ୍ରଧାନ, ଅକ୍ଷୟ ନାୟକ, ଗୟାଧର ବେହେରା, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଅଜୟ ଭୋଇ, କାଉନସିଲର ଧନୁର୍ଦ୍ଧର ଦାସ, ପୂର୍ବତନ କାଉନସିଲର ଅରୁଣ ପ୍ରସାଦ ଦାଶ, ରବୀନ୍ଦ୍ର ମଲ୍ଲିକ, ଭାଗ୍ୟଧର ଖଟୋଇଙ୍କ ସମେତ ଶତାଧିକ ନେତୃବୃନ୍ଦ ଓ କର୍ମୀ ସାମିଲ ହୋଇଥିଲେ। ଏ ସମ୍ପର୍କରେ ଏନ୍‌ଏସି ଅଧ୍ୟକ୍ଷାଙ୍କୁ ପଚାରିବାରେ, ନିମାପଡ଼ାବାସୀଙ୍କର ତାଙ୍କ ଉପରେ ବିଶ୍ୱାସ ଓ ଭରସା ରହିଥିବା କହିଛନ୍ତି। ସତ୍ୟର ଜୟ ହୋଇଛି। ସମସ୍ତ କାଉନସିଲରଙ୍କୁ ନେଇ ଏନ୍‌ଏସିରେ ରହିଥିବା ଅଧୁରା କାର୍ଯ୍ୟକୁ ସେ ତ୍ୱରାନ୍ବିତ କରିବେ ବୋଲି କହିଛନ୍ତି ।

The post ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା କାଟ୍‌ appeared first on Dharitri Odia News.