ପୁଣି ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି, ୪୦ ମିନିଟ ଆକାଶରେ ଚକ୍କର କାଟିବା ପରେ କଲା ଜରୁରୀ ଅବତରଣ
ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି । ତିରୁପତିରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଯୋଗୁଁ ଏହାକୁ ଜରୁରୀ ଅବତରଣ କରିଥିଲା । ଏୟାରବସ A321neo ବିମାନଟି ସନ୍ଧ୍ୟା ୭:୪୨ ମିନିଟରେ ତିରୁପତି ବିମାନବନ୍ଦରରୁ ଉଡ଼ାଣ ଭରିଥିଲା, କିନ୍ତୁ କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଯୋଗୁଁ ଏହା ପ୍ରାୟ ୪୦ ମିନିଟ ଆକାଶରେ ଚକ୍କର କାଟିଥିଲା । ଏହାପରେ ପ୍ରାୟ ରାତ୍ର ୮:୩୦ରେ ତିରୁପତିରେ ସୁରକ୍ଷିତ ଭାବେ ଅବତରଣ କରିଥିଲା । […] The post ପୁଣି ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି, ୪୦ ମିନିଟ ଆକାଶରେ ଚକ୍କର କାଟିବା ପରେ କଲା ଜରୁରୀ ଅବତରଣ appeared first on KNews Odisha.

ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି । ତିରୁପତିରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଯୋଗୁଁ ଏହାକୁ ଜରୁରୀ ଅବତରଣ କରିଥିଲା । ଏୟାରବସ A321neo ବିମାନଟି ସନ୍ଧ୍ୟା ୭:୪୨ ମିନିଟରେ ତିରୁପତି ବିମାନବନ୍ଦରରୁ ଉଡ଼ାଣ ଭରିଥିଲା, କିନ୍ତୁ କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଯୋଗୁଁ ଏହା ପ୍ରାୟ ୪୦ ମିନିଟ ଆକାଶରେ ଚକ୍କର କାଟିଥିଲା । ଏହାପରେ ପ୍ରାୟ ରାତ୍ର ୮:୩୦ରେ ତିରୁପତିରେ ସୁରକ୍ଷିତ ଭାବେ ଅବତରଣ କରିଥିଲା । ବିମାନରେ ମୋଟ ୨୨୧ ଜଣ ଯାତ୍ରୀ ରହିଥିଲେ ।
ଖବର ମୁତାବକ, ଇଣ୍ଡିଗୋ ବିମାନ 6E 6591 ତିରୁପତି ଏୟାରପୋର୍ଟରୁ ସନ୍ଧ୍ୟା ୭ଟା ୪୨ ମିନିଟରେ ଉଡ଼ାଣ ଭରିଥିଲା । ଉଡ଼ାଣ ଭରିବା ପରେ ବିମାନଟି ତିରୁପତି ନିକଟ ଭେଙ୍କଟନଗରୀ ପର୍ଯ୍ୟନ୍ତ ଉଡ଼ାଣ ଭରିବା ପରେ ୟୁଟର୍ଣ୍ଣ ମାରିଥିଲା । ବିମାନରେ ଯାନ୍ତ୍ରିକ ତ୍ରୁଟି ଜାଣିବା ପରେ ବିମାନଟି ୪୦ ମିନିଟ ପର୍ଯ୍ୟନ୍ତ ଚକ୍କର ମାରିଥିବା ବେଳେ ୮.୩୪ରେ ତିରୁପତି ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା ।
ଇଣ୍ଡିଗୋ କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ବିମାନବନ୍ଦର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ରାତ୍ରି ସମୟରେ ବାସସ୍ଥାନର କୌଣସି ବ୍ୟବସ୍ଥା କରାଯାଇ ନଥିଲା । ଏହା ଯୋଗୁଁ ଯାତ୍ରୀମାନେ ବିମାନବନ୍ଦରରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଯାତ୍ରୀଙ୍କ ଅସୁବିଧା ଦୂର କରିବା ପାଇଁ ଇଣ୍ଡିଗୋ ସୋମବାର ସକାଳ ୮:୨୦ରେ ଏକ ବିକଳ୍ପ ଫ୍ଲାଇଟର ବ୍ୟବସ୍ଥା କରିଥିଲା, ଯାହା ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଥିଲା ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ରବିବାର ସକାଳେ ତିରୁପତିରୁ ହାଇଦ୍ରାବାଦ ଯାଉଥିବା ଅନ୍ୟ ଏକ ଇଣ୍ଡିଗୋ ଫ୍ଲାଇଟ (6E 2696) ମଧ୍ୟ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତିରୁପତିରେ ଜରୁରୀ ଅବତରଣ କରିଥିଲା । ଏହି ବିମାନ ସକାଳ ୬:୧୯ରେ ଉଡ଼ାଣ ଭରିଥିଲା ଏବଂ କିଛି ସମୟ ଆକାଶରେ ଚକ୍ର କାଟିବା ପରେ ସୁରକ୍ଷିତ ଭାବେ ଅବତରଣ କରିଥିଲା । ତେବେ ଦୁଇଟି ଯାକ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲୋକମାନେ ଅନେକ ସମସ୍ୟା ଭୋଗିଥିଲେ ।
Also Read : ଟଳିଲା ପୁଣି ଏକ ବଡ଼ ବିମାନ ଦୁର୍ଘଟଣା, ଉଡ଼ାଣ ଭରିବା ପରେ ବିମାନ ଇଂଜିନରେ ଲାଗିଯାଇଥିଲା ନିଆଁ
The post ପୁଣି ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି, ୪୦ ମିନିଟ ଆକାଶରେ ଚକ୍କର କାଟିବା ପରେ କଲା ଜରୁରୀ ଅବତରଣ appeared first on KNews Odisha.