ବଜ୍ରପାତରେ ଜଳିଗଲା ଗୁହାଳ: ୩୦ ଛେଳି ଜୀବନ୍ତ ଦଗ୍ଧ
ଦିଗପହଣ୍ଡି,୩୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ କୁମ୍ଭାର ସାହିରେ ବଜ୍ରପାତ ଘଟି କେଶବ ଗୌଡ଼ଙ୍କ ଗୁହାଳ ଘର ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ କେଶବଙ୍କ ଗୁହାଳ ଘରେ ଥିବା ୩୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨୫ଟି ଛେଳି ଅର୍ଦ୍ଧଦଗ୍ଧ ହୋଇଛନ୍ତି। ଶୁକ୍ରବାର ରାତି ପ୍ରାୟ ୧୨ଟାରେ ବର୍ଷା ସହ ବଜ୍ରପାତ ଘଟି ଗୁହାଳଟି ଜଳି ଯାଇଥିଲା। ଖବରପାଇ ପୋଡ଼ାମାରି ପଞ୍ଚାୟତ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ […] The post ବଜ୍ରପାତରେ ଜଳିଗଲା ଗୁହାଳ: ୩୦ ଛେଳି ଜୀବନ୍ତ ଦଗ୍ଧ appeared first on Dharitri Odia News.
ଦିଗପହଣ୍ଡି,୩୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ କୁମ୍ଭାର ସାହିରେ ବଜ୍ରପାତ ଘଟି କେଶବ ଗୌଡ଼ଙ୍କ ଗୁହାଳ ଘର ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ କେଶବଙ୍କ ଗୁହାଳ ଘରେ ଥିବା ୩୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨୫ଟି ଛେଳି ଅର୍ଦ୍ଧଦଗ୍ଧ ହୋଇଛନ୍ତି।
ଶୁକ୍ରବାର ରାତି ପ୍ରାୟ ୧୨ଟାରେ ବର୍ଷା ସହ ବଜ୍ରପାତ ଘଟି ଗୁହାଳଟି ଜଳି ଯାଇଥିଲା। ଖବରପାଇ ପୋଡ଼ାମାରି ପଞ୍ଚାୟତ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରାଣୀ ଚିକିତ୍ସକ ଟିମ୍ ଗାଁରେ ପହଞ୍ଚି ଅଗ୍ନିକାଣ୍ଡରେ ଅର୍ଦ୍ଧଦଗ୍ଧ ଛେଳିଗୁଡ଼ିକର ଚିକିତ୍ସା କରି ଫେରିଛନ୍ତି। ଧାରକରଜ କରି ଛେଳି ବ୍ୟବସାୟ କରୁଥିବା କେଶବ ଘଟଣାପରେ ହତୋତ୍ସାହିତ ହୋଇପଡ଼ିଛନ୍ତି। ଗରିବ ଅସହାୟ କେଶବଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସରପଞ୍ଚ ଦାବି କରିଛନ୍ତି।
The post ବଜ୍ରପାତରେ ଜଳିଗଲା ଗୁହାଳ: ୩୦ ଛେଳି ଜୀବନ୍ତ ଦଗ୍ଧ appeared first on Dharitri Odia News.