ପୁଣି ଉଠିଲା ମେଣ୍ଟ ଧୂଆଁ, ଅମିତ ଶାହାଙ୍କ ସହ ନବୀନ କଥା ହୋଇଥିବା ଚର୍ଚ୍ଚା!

ଭୁବନେଶ୍ୱର,୧୦।୩: ଉଭୟ ଶିବିରରେ ଅସମ୍ଭବ ନୀରବତା ପରେ ପୁଣି ଥରେ ବିଜୁ ଜନତା ଦଳ(ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ମେଣ୍ଟ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଥମେ ଭାଜପା ସଭାପତି ମନମୋହନ ସାମଲ ଏହି ଖବରକୁ ଖାରଜ କରିବା ପରେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ମଧ୍ୟ ମେଣ୍ଟ ହେଉ ନ ଥିବା ଭଳି ଇଙ୍ଗିତ ଦେଇସାରିଲେଣି। ଏହାରି ମଧ୍ୟରେ ରବିବାର ମନମୋହନଙ୍କ ସମେତ ଭାଜପା ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରିଛନ୍ତି। ଦୁଇ ଦଳ […] The post ପୁଣି ଉଠିଲା ମେଣ୍ଟ ଧୂଆଁ, ଅମିତ ଶାହାଙ୍କ ସହ ନବୀନ କଥା ହୋଇଥିବା ଚର୍ଚ୍ଚା! appeared first on Dharitri Odia News.

ପୁଣି ଉଠିଲା ମେଣ୍ଟ ଧୂଆଁ, ଅମିତ ଶାହାଙ୍କ ସହ ନବୀନ କଥା ହୋଇଥିବା ଚର୍ଚ୍ଚା!

ଭୁବନେଶ୍ୱର,୧୦।୩: ଉଭୟ ଶିବିରରେ ଅସମ୍ଭବ ନୀରବତା ପରେ ପୁଣି ଥରେ ବିଜୁ ଜନତା ଦଳ(ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ମେଣ୍ଟ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଥମେ ଭାଜପା ସଭାପତି ମନମୋହନ ସାମଲ ଏହି ଖବରକୁ ଖାରଜ କରିବା ପରେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ମଧ୍ୟ ମେଣ୍ଟ ହେଉ ନ ଥିବା ଭଳି ଇଙ୍ଗିତ ଦେଇସାରିଲେଣି। ଏହାରି ମଧ୍ୟରେ ରବିବାର ମନମୋହନଙ୍କ ସମେତ ଭାଜପା ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରିଛନ୍ତି।

ଦୁଇ ଦଳ ମଧ୍ୟରେ ମେଣ୍ଟ ହେବା ପାଇଁ ଦିଲ୍ଲୀରେ ଆଲୋଚନା ଚାଲିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଚର୍ଚ୍ଚା ହେଉଛି ଯେ, ଅମିତ ଶାହା ବିଜେଡି ମୁଖିଆ ନବୀନଙ୍କ ସହ କଥା ହୋଇଛନ୍ତି। ଯାହାପରେ ପୁଣି ମେଣ୍ଟ ପାଇଁ ଆଲୋଚନା ଆରମ୍ଭ ହୋଇଛି।

ଅନ୍ୟପଟେ ମେଣ୍ଟ ହେବ ନାହିଁ ବୋଲି କହୁଥିବା ଭାଜପା ସଭାପତି ମଧ୍ୟ ଦିଲ୍ଲୀ ଯିବା ସମୟରେ କହିଛନ୍ତି “ମୁଁ ଏବେ କିଛି କହିବା ଠିକ୍ ହେବ ନାହିଁ।” ଏବେ ଦେଖିବା ବାକି ରହିଲା ଦିଲ୍ଲୀରୁ ଫେରି ମନମୋହନଙ୍କ ପ୍ରତିକ୍ରିୟା କ’ଣ ରହୁଛି ବା କିଛି ବଡ଼ ଘୋଷଣା ହେଉଛି।

 

The post ପୁଣି ଉଠିଲା ମେଣ୍ଟ ଧୂଆଁ, ଅମିତ ଶାହାଙ୍କ ସହ ନବୀନ କଥା ହୋଇଥିବା ଚର୍ଚ୍ଚା! appeared first on Dharitri Odia News.