ବାପା ହେବାକୁ ଯାଉଛନ୍ତି କ୍ରିକେଟର ରାହୁଲ୍, ଆଥିୟା ସେୟାର କଲେ ଗୁଡ୍‌ ନ୍ୟୁଜ୍

ମୁମ୍ୱାଇ ୦୯/୧୧: ଅଭିନେତ୍ରୀ ଆଥିୟା ଶେଟ୍ଟୀ ଓ କ୍ରିକେଟର୍‌ କେଏଲ୍‌ ରାହୁଲ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍‌ଙ୍କୁ ଖୁସିଖବର ଦେଇଛନ୍ତି । ଆଥିୟା ସୋସିଆଲ ମିଡିଆରେ ଏକ ପୋଷ୍ଟ୍‌ ଶେୟାର କରି ମା’ ହେବାକୁ ଯାଉଥିବା କଥା କହିଛନ୍ତି । ସନ୍ତାନର ଜନ୍ମ ସମୟ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି । View this post on InstagramA post shared by Athiya Shetty (@athiyashetty)ରାହୁଲ ଏକ ପୋଷ୍ଟ୍‌ରେ ଲେଖିଛନ୍ତି ‘ଆମର ସୁନ୍ଦର ଆଶୀର୍ବାଦ ଖୁବ୍‌ଶୀଘ୍ର ଆସୁଛି, ୨୦୨୫ ।’ ମଜାଦାର କଥା ହେଉଛି ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍‌ ସିରିଜ୍‌ ପୂର୍ବରୁ ଆଥିୟାରାହୁଲଙ୍କ ବିବାହ ହୋଇଥିଲା । ଉଭୟଙ୍କ ପ୍ରଥମ ସନ୍ତାନ ଜନ୍ମର ଖୁସିଖବର ମଧ୍ୟ ରାହୁଲ ଅଷ୍ଟ୍ରେଲିଆ ସିରିଜ୍‌ ପୂର୍ବରୁ ଶୁଣାଇଛନ୍ତି । ଦୀର୍ଘ ୪ ବର୍ଷ ଡେଟିଂ ପରେ ୨୦୨୩, ଜାନୁଆରୀ ୨୩ରେ ଉଭୟଙ୍କର ବିବାହ ହୋଇଥିଲା । ଆଥିୟା ୨୦୧୫ ମସିହାରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ହିରୋ’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ତାଙ୍କ ଅପୋଜିଟ୍‌ରେ ଥିଲେ ସୂରଜ ପାଞ୍ଚୋଲି । ତେବେ ଫିଲ୍ମଟି ଖାସ୍‌ କମାଲ୍‌ କରିପାରିନଥିଲା । ତା’ପରେ ଆଥିୟା ‘ମୁବାରକାଁ’, ‘ମୋତିଚୂର ଚକ୍‌ନାଚୂର’ ଭଳି ଫିଲ୍ମରେ ନଜର ଆସିଲେ । ବିବାହ ପରେ ସେ କୌଣସି ଫିଲ୍ମ ସାଇନ୍‌ କରିନାହାନ୍ତି ।

ବାପା ହେବାକୁ ଯାଉଛନ୍ତି କ୍ରିକେଟର ରାହୁଲ୍, ଆଥିୟା ସେୟାର କଲେ ଗୁଡ୍‌ ନ୍ୟୁଜ୍

ମୁମ୍ୱାଇ ୦୯/୧୧: ଅଭିନେତ୍ରୀ ଆଥିୟା ଶେଟ୍ଟୀ ଓ କ୍ରିକେଟର୍‌ କେଏଲ୍‌ ରାହୁଲ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍‌ଙ୍କୁ ଖୁସିଖବର ଦେଇଛନ୍ତି । ଆଥିୟା ସୋସିଆଲ ମିଡିଆରେ ଏକ ପୋଷ୍ଟ୍‌ ଶେୟାର କରି ମା’ ହେବାକୁ ଯାଉଥିବା କଥା କହିଛନ୍ତି । ସନ୍ତାନର ଜନ୍ମ ସମୟ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି । 



ରାହୁଲ ଏକ ପୋଷ୍ଟ୍‌ରେ ଲେଖିଛନ୍ତି ‘ଆମର ସୁନ୍ଦର ଆଶୀର୍ବାଦ ଖୁବ୍‌ଶୀଘ୍ର ଆସୁଛି, ୨୦୨୫ ।’ ମଜାଦାର କଥା ହେଉଛି ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍‌ ସିରିଜ୍‌ ପୂର୍ବରୁ ଆଥିୟାରାହୁଲଙ୍କ ବିବାହ ହୋଇଥିଲା । ଉଭୟଙ୍କ ପ୍ରଥମ ସନ୍ତାନ ଜନ୍ମର ଖୁସିଖବର ମଧ୍ୟ ରାହୁଲ ଅଷ୍ଟ୍ରେଲିଆ ସିରିଜ୍‌ ପୂର୍ବରୁ ଶୁଣାଇଛନ୍ତି । ଦୀର୍ଘ ୪ ବର୍ଷ ଡେଟିଂ ପରେ ୨୦୨୩, ଜାନୁଆରୀ ୨୩ରେ ଉଭୟଙ୍କର ବିବାହ ହୋଇଥିଲା । 

ଆଥିୟା ୨୦୧୫ ମସିହାରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ହିରୋ’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ତାଙ୍କ ଅପୋଜିଟ୍‌ରେ ଥିଲେ ସୂରଜ ପାଞ୍ଚୋଲି । ତେବେ ଫିଲ୍ମଟି ଖାସ୍‌ କମାଲ୍‌ କରିପାରିନଥିଲା । ତା’ପରେ ଆଥିୟା ‘ମୁବାରକାଁ’, ‘ମୋତିଚୂର ଚକ୍‌ନାଚୂର’ ଭଳି ଫିଲ୍ମରେ ନଜର ଆସିଲେ । ବିବାହ ପରେ ସେ କୌଣସି ଫିଲ୍ମ ସାଇନ୍‌ କରିନାହାନ୍ତି ।