୨୬ ସଫଳ ଚାଷୀଙ୍କୁ କୃଷକ ରତ୍ନ ସମ୍ମାନ: ଜୈବିକ ପଦ୍ଧତିରେ ଚାଷ କରିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର: ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ ହେଉଛି କୃଷି । ଏଥିପାଇଁ କୃଷକଙ୍କ ଅବଦାନ ବେଶ୍ ଗୁରୁତ୍ବ ବହନ କରୁଛି । ତେଣୁ ଆମ ରାଜ୍ୟରେ କୃଷି ଓ ଙ୍କୃଷକଙ୍କ ପ୍ରାଧାନ୍ୟକୁ କେବେ ବି ଅଣଦେଖା କରାଯାଇପାରିବ ନାହିଁ । କୃଷି ଓ କୃଷକଙ୍କୁ ପ୍ରୋତ୍ସାହିତ କରିବାକୁ ପ୍ରମେୟ ଓ ନ୍ୟୁଜ୍ 7 ତଥା ସୋଆ ପକ୍ଷରୁ ପ୍ରତିବର୍ଷ କୃଷକ ରତ୍ନ ସମ୍ମାନ ପ୍ରଦାନ କରାଯାଉଛି । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ୨୬ଜଣ ସଫଳ ଚାଷୀଙ୍କୁ କୃଷକ ରତ୍ନ ସମ୍ମାନ ପ୍ରଦାନ କରିଛନ୍ତି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୈବିକ ସାରର ପ୍ରୟୋଗ କୃଷିର ଭବିଷ୍ୟତକୁ ସମୃଦ୍ଧ କରିବ । ଉଭୟ ଚାଷୀ ଓ କମ୍ପାନୀ ଏଥି ପ୍ରତି ଧ୍ୟାନ ଦେବା ଜରୁରୀ । ଜୈବିକ ସାର ଉତ୍ପାଦନ ପାଇଁ କମ୍ପାନୀମାନଙ୍କୁ ଆହ୍ବାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ । କୃଷି ଓ କୃଷକଙ୍କୁ ପ୍ରୋତ୍ସାହିତ କରୁଛି କୃଷି ରତ୍ନ ସମ୍ମାନ । ପ୍ରମେୟ ଓ ନ୍ୟୁଜ୍ 7 ତଥା ସୋଆ ପକ୍ଷରୁ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାର ସଫଳ ଚାଷୀଙ୍କୁ ପୁରସ୍କୃତ କରାଯାଉଛି । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ୨୬ଜଣ ସଫଳ ଚାଷୀଙ୍କୁ କୃଷକ ରତ୍ନ ସମ୍ମାନ ପ୍ରଦାନ କରିଛନ୍ତି ।ସେହିଭଳି ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସ୍ବତନ୍ତ୍
ଭୁବନେଶ୍ୱର: ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ ହେଉଛି କୃଷି । ଏଥିପାଇଁ କୃଷକଙ୍କ ଅବଦାନ ବେଶ୍ ଗୁରୁତ୍ବ ବହନ କରୁଛି । ତେଣୁ ଆମ ରାଜ୍ୟରେ କୃଷି ଓ ଙ୍କୃଷକଙ୍କ ପ୍ରାଧାନ୍ୟକୁ କେବେ ବି ଅଣଦେଖା କରାଯାଇପାରିବ ନାହିଁ । କୃଷି ଓ କୃଷକଙ୍କୁ ପ୍ରୋତ୍ସାହିତ କରିବାକୁ ପ୍ରମେୟ ଓ ନ୍ୟୁଜ୍ 7 ତଥା ସୋଆ ପକ୍ଷରୁ ପ୍ରତିବର୍ଷ କୃଷକ ରତ୍ନ ସମ୍ମାନ ପ୍ରଦାନ କରାଯାଉଛି । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ୨୬ଜଣ ସଫଳ ଚାଷୀଙ୍କୁ କୃଷକ ରତ୍ନ ସମ୍ମାନ ପ୍ରଦାନ କରିଛନ୍ତି ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୈବିକ ସାରର ପ୍ରୟୋଗ କୃଷିର ଭବିଷ୍ୟତକୁ ସମୃଦ୍ଧ କରିବ । ଉଭୟ ଚାଷୀ ଓ କମ୍ପାନୀ ଏଥି ପ୍ରତି ଧ୍ୟାନ ଦେବା ଜରୁରୀ । ଜୈବିକ ସାର ଉତ୍ପାଦନ ପାଇଁ କମ୍ପାନୀମାନଙ୍କୁ ଆହ୍ବାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ ।
କୃଷି ଓ କୃଷକଙ୍କୁ ପ୍ରୋତ୍ସାହିତ କରୁଛି କୃଷି ରତ୍ନ ସମ୍ମାନ । ପ୍ରମେୟ ଓ ନ୍ୟୁଜ୍ 7 ତଥା ସୋଆ ପକ୍ଷରୁ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାର ସଫଳ ଚାଷୀଙ୍କୁ ପୁରସ୍କୃତ କରାଯାଉଛି । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ୨୬ଜଣ ସଫଳ ଚାଷୀଙ୍କୁ କୃଷକ ରତ୍ନ ସମ୍ମାନ ପ୍ରଦାନ କରିଛନ୍ତି ।
ସେହିଭଳି ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସ୍ବତନ୍ତ୍ର ସମ୍ମାନ ସହ ପ୍ରତ୍ୟେକ ଚାଷୀଙ୍କୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଇଛି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୈବିକ ପଦ୍ଧତିରେ ଚାଷ ଜରୁରୀ । କୃଷିର ଭବିଷ୍ୟତ ଜୈବିକ ସାରର ବ୍ୟବହାର । ଯାହା ଆଗାମୀ ଦିନରେ କୃଷି କ୍ଷେତ୍ରକୁ ସମୃଦ୍ଧ କରିବ । ଉଭୟ ଚାଷୀ ଓ କମ୍ପାନୀ ଏଥିପ୍ରତି ଧ୍ୟାନ ଦେବା ଜରୁରୀ ।
ଜୈବିକ ସାର ଉତ୍ପାଦନ କରିବା ପାଇଁ ଅନେକ କମ୍ପାନୀକୁ ମଧ୍ୟ ଆହ୍ବାନ ଦେଇଛନ୍ତି । ଏଥିସହ ଚାଷୀଙ୍କ ପାଇଁ ନୂଆ ସରକାର ଦୁଇ ଗୁଣ ସୁବିଧା ଯୋଗାଇ ଦେଉଥିବାରୁ ଚାଷୀ ଏବେ ଭଲ ରୋଜଗାର ବାଟ ପାଇବ ବୋଲି ମତ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ । ସେ ଆହୁରି ବି କହିଛନ୍ତି ଯେ, ଏଣିକି ଆମକୁ ଆଳୁ ପାଇଁ ଆଉ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବନି । ଓଡ଼ିଶା ମାଟିରେ ଆଳୁ ଚାଷ ସହ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ ହୋଇଛି ।
ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଓୟୁଏଟି ପ୍ରଫେସର କହିଛନ୍ତି ଓଡ଼ିଶା ମାଟିରେ ଧୀରେ ଧୀରେ ଗହମ ଚାଷ ଉଭାନ ହେବାକୁ ବସିଲାଣି । ସୋରିଷ ଫୁଲ ଚାଷ ବି ହେଉନି । ଏଥିପ୍ରତି ଧ୍ୟାନ ଦେବା ସହ ସ୍ମାର୍ଟ ଚାଷ ପାଇଁ ଅଣ୍ଟା ଭିଡ଼ିବା ଦରକାର ।
ଏହି ଅବସରରେ କେବଳ କୃଷକ ନୁହେଁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚାଷ କ୍ଷେତ୍ରରେ ଥିବା ଅନନ୍ୟ ଅଭିଜ୍ଞତାକୁ ପରଖିବା ପାଇଁ ଆୟୋଜିତ ହୋଇଥିଲା ଏଗ୍ରି ଇନୋଭେଟିଭ ଚାଲେଞ୍ଜ । ଏଥିସହ କ୍ୟାମେରାରେ କୃଷି ଓ କୃଷକ ଥିମ୍ ରେ ଫଟୋ ଉତ୍ତୋଳନ ପାଇଁ ୩ ଜଣକୁ ପୁରସ୍କୃତ କରାଯାଇଥିଲା । ଏଭଳି ସ୍ବତନ୍ତ୍ର ଆୱାର୍ଡ କାର୍ଯ୍ୟକ୍ରମ ପାଇଁ ଚାଷୀ ଓ ଯୁବପୀଢ଼ିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।