ଭାଜପା ଉଦ୍ୟମ ପଣ୍ଡ ହୋଇଛି: ବିଜେଡି

ଭୁବନେଶ୍ୱର,୨୧।୮(ଅନିଲ ଦାସ):ନିମାପଡ଼ା ଏନ୍‌ଏସି ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ମଙ୍ଗଳବାର ଅଣାଯାଇଥିବା ଅନାସ୍ଥା ଭୋଟ କାଟ୍‌ ଖାଇଯିବାରୁ ବିଜେଡି ପକ୍ଷରୁ ଭାଜପାକୁ ଟାର୍ଗେଟ କରାଯାଇଛି। ସସ୍ମିତା ପଦ ବଜାୟ ରଖିଥିବାରୁ ଭାଜପା ପାଇଁ ଏହା ଏକ ଶକ୍ତ ଧକ୍କା ହୋଇଛି ବୋଲି ଦଳର ମୁଖପାତ୍ର ଲେନିନ୍‌ ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି। ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇ ବିଭିନ୍ନ ପଦରେ ଥିବା ବ୍ୟକ୍ତିଙ୍କୁ ପ୍ରଲୋଭନ ମାଧ୍ୟମରେ ପଦଚ୍ୟୁତ କରିବା ପାଇଁ ଭାଜପା ହୀନ ଉଦ୍ୟମ କରିଆସୁଛିି। […] The post ଭାଜପା ଉଦ୍ୟମ ପଣ୍ଡ ହୋଇଛି: ବିଜେଡି appeared first on Dharitri Odia News.

ଭାଜପା ଉଦ୍ୟମ ପଣ୍ଡ ହୋଇଛି: ବିଜେଡି

ଭୁବନେଶ୍ୱର,୨୧।୮(ଅନିଲ ଦାସ):ନିମାପଡ଼ା ଏନ୍‌ଏସି ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ମଙ୍ଗଳବାର ଅଣାଯାଇଥିବା ଅନାସ୍ଥା ଭୋଟ କାଟ୍‌ ଖାଇଯିବାରୁ ବିଜେଡି ପକ୍ଷରୁ ଭାଜପାକୁ ଟାର୍ଗେଟ କରାଯାଇଛି। ସସ୍ମିତା ପଦ ବଜାୟ ରଖିଥିବାରୁ ଭାଜପା ପାଇଁ ଏହା ଏକ ଶକ୍ତ ଧକ୍କା ହୋଇଛି ବୋଲି ଦଳର ମୁଖପାତ୍ର ଲେନିନ୍‌ ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି। ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇ ବିଭିନ୍ନ ପଦରେ ଥିବା ବ୍ୟକ୍ତିଙ୍କୁ ପ୍ରଲୋଭନ ମାଧ୍ୟମରେ ପଦଚ୍ୟୁତ କରିବା ପାଇଁ ଭାଜପା ହୀନ ଉଦ୍ୟମ କରିଆସୁଛିି। ଫଳରେ ଭାଜପାର ଏହି ଉଦ୍ୟମ ପଣ୍ଡ ହୋଇଯାଇଛି। ଭାଜପାର ଏହି ଅନୈତିକ କାର୍ଯ୍ୟ ପଦାରେ ପଡ଼ିବା ସଙ୍ଗେ ସଙ୍ଗେ ଆଗାମୀ ଦିନ ପାଇଁ ଏହା ଏକ ସତର୍କଘଣ୍ଟି ସଦୃଶ ହୋଇଛି ବୋଲି ସେ କହିଛନ୍ତି।

The post ଭାଜପା ଉଦ୍ୟମ ପଣ୍ଡ ହୋଇଛି: ବିଜେଡି appeared first on Dharitri Odia News.