ଭାରତୀୟ ହକି ଦଳକୁ ଓସ୍ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’
ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍ଜା)। ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ନିରାଡ଼ମ୍ବର ଉତ୍ସବରେ ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍ଙ୍କୁ ହକି ପିଚ୍ରେ ହିଁ ପ୍ୟାରିସ୍ରେ ଟୋକିଓ ଅଲିମ୍ପିକ୍ସ ସଫଳତାକୁ ଟପିଯିବାକୁ ଶୁଭକାମନା ଦିଆଯାଇଛି। ଭୁବନେଶ୍ବରର କଳିଙ୍ଗ ହକି କମ୍ପ୍ଲେକ୍ସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧିନାୟକ ହରମନପ୍ରୀତ୍ ସିଂ, ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ ଓସ୍ଜାର […] The post ଭାରତୀୟ ହକି ଦଳକୁ ଓସ୍ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ appeared first on Dharitri Odia News.
ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍ଜା)। ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ନିରାଡ଼ମ୍ବର ଉତ୍ସବରେ ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍ଙ୍କୁ ହକି ପିଚ୍ରେ ହିଁ ପ୍ୟାରିସ୍ରେ ଟୋକିଓ ଅଲିମ୍ପିକ୍ସ ସଫଳତାକୁ ଟପିଯିବାକୁ ଶୁଭକାମନା ଦିଆଯାଇଛି। ଭୁବନେଶ୍ବରର କଳିଙ୍ଗ ହକି କମ୍ପ୍ଲେକ୍ସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧିନାୟକ ହରମନପ୍ରୀତ୍ ସିଂ, ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ ଓସ୍ଜାର ଏହି ଶୁଭେଚ୍ଛାକୁ ପ୍ରଶଂସା କରିବା ସହ ପ୍ୟାରିସ ଆହ୍ବାନକୁ ଗ୍ରହଣ କରି ଆଗକୁ ବଢ଼ିବେ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ କ୍ରୀଡ଼ା ଖବରଦାତାଙ୍କ ସହ ଅନ୍ତରଙ୍ଗ ଆଳାପ କରିଥିଲେ ଦଳର ଏକମାତ୍ର ଓ ଖେଳାଳି ଅମିତ ରୋହିଦାସ। ଓସ୍ଜାର ସଭାପତି ସନ୍ଦୀପ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ବିତ ମହାପାତ୍ର, ସୁରେଶ ସ୍ବାଇଁ, ନିରଞ୍ଜନ ରେଡ୍ଡୀ, ପ୍ରତାପ ପ୍ରଧାନ, ଶକ୍ତି ପ୍ରସାଦ ନନ୍ଦ, ସୁଜିତ କୁମାର ସ୍ବାଇଁ, ତନ୍ମୟ ଦାସ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଫୁଲତୋଡ଼ା ଓ ଛେନାପୋଡ଼ ଦେଇ ଶୁଭକାମନା ଜଣାଇଥିଲେ।
The post ଭାରତୀୟ ହକି ଦଳକୁ ଓସ୍ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ appeared first on Dharitri Odia News.