ମୌସୁମୀର ପ୍ରଥମ ବର୍ଷା ହରିଦ୍ୱାରରେ ଭସାଇ ଦେଲା କାର

ହରିଦ୍ୱାର ୨୯।୬: ଉତ୍ତରାଖଣ୍ଡକୁ ମୌସୁମୀ ଛୁଇଁଛି। ଏହା ପରେ ସାରା ରାଜ୍ୟରେ ଲୋକଙ୍କୁ ଗ୍ରୀଷ୍ମରୁ ଆଶ୍ୱସ୍ତି ମିଳିଛି। ତେବେ ମୌସୁମୀର ପ୍ରଥମ ବର୍ଷା ତାର ପ୍ରକୋପ ମଧ୍ୟ ଦେଖାଇଛି। ଅନେକ ସ୍ଥାନରୁ ବର୍ଷାର ଭୀଷଣ ଛବି ଆସିବାରେ ଲାଗିଛି। ପ୍ରଦେଶରେ ହେଉଥିବା ବର୍ଷା ନଦୀରେ ଜଳସ୍ତର ବୃଦ୍ଧି କରିଛି। ପାହାଡ ଉପରେ ହେଉଥିବା ଭୀଷଣ ବର୍ଷା ଯୋଗୁ ଗଙ୍ଗା ନଦୀ ସହିତ ରାଜ୍ୟର ସବୁ ନଦୀ ଏବେ ଉଛୁଳୁଛି। ହରିଦ୍ୱାରରେ ଶନିବାର ହୋଇଥିବା ମୌସୁମୀ ପ୍ରଥମ ବର୍ଷାରେ ଚାରିଚକିଆ ଗାଡ଼ି କୁଟା ପରି ଭାସି ଯାଇଛି। ଉତ୍ତର ହରିଦ୍ୱାରରେ ଭୀଷଣ ବର୍ଷା ସଡ଼କ ବୁଡାଇ ଦେଇଛି, ଲୋକଙ୍କ ଘରେ ପାଣି ପଶିଛି। ଉତ୍ତରାଖଣ୍ଡ ପୋଲିସ ଏକ୍ସରେ ଭୀଷଣ ବର୍ଷା ଯୋଗୁ ଉପୁଜିଥିବା ପରିସ୍ଥିତିର ଭିଡିଓ ସୋସିଆଲ ମିଡିଆ ମଞ୍ଚ ଏକ୍ସରେ ଅପଲୋଡ କରିଥିଲା। ତେବେ ପରେ ତାକୁ ବାହାର କରିଦେଇଛି। ବର୍ଷା ଯୋଗୁ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଣୁ ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ରିଲିଫ ଓ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଛି। ଏହି ସମୟରେ ଲୋକଙ୍କୁ ନଦୀ କୂଳକୁ ନ ଯିବା ଲାଗି ମଧ୍ୟ ସତର୍କ କରାଯାଇଛି। ଏଥର ପାଣି ପାଗ ବିଭାଗ ରାଜ୍ୟରେ ଆଗୁଆ ବର୍ଷା ସତର୍କତା ଜାରି କରିଥିଲା। ଏଣୁ ସବୁ ବିଭାଗ ନିଜନିଜ ସ୍ତରରେ ପ୍ରସ୍ତୁତି ଶେଷ କରିଛନ୍ତି। ଏବେ ବର୍ଷା ଯୋଗୁ ଉପୁଜିଥିବା ପରିସ୍ଥିତିର ମୁକାବିଲା କରାଯିବ। 

ମୌସୁମୀର ପ୍ରଥମ ବର୍ଷା ହରିଦ୍ୱାରରେ ଭସାଇ ଦେଲା କାର

ହରିଦ୍ୱାର ୨୯।୬: ଉତ୍ତରାଖଣ୍ଡକୁ ମୌସୁମୀ ଛୁଇଁଛି। ଏହା ପରେ ସାରା ରାଜ୍ୟରେ ଲୋକଙ୍କୁ ଗ୍ରୀଷ୍ମରୁ ଆଶ୍ୱସ୍ତି ମିଳିଛି। ତେବେ ମୌସୁମୀର ପ୍ରଥମ ବର୍ଷା ତାର ପ୍ରକୋପ ମଧ୍ୟ ଦେଖାଇଛି। ଅନେକ ସ୍ଥାନରୁ ବର୍ଷାର ଭୀଷଣ ଛବି ଆସିବାରେ ଲାଗିଛି। ପ୍ରଦେଶରେ ହେଉଥିବା ବର୍ଷା ନଦୀରେ ଜଳସ୍ତର ବୃଦ୍ଧି କରିଛି। ପାହାଡ ଉପରେ ହେଉଥିବା ଭୀଷଣ ବର୍ଷା ଯୋଗୁ ଗଙ୍ଗା ନଦୀ ସହିତ ରାଜ୍ୟର ସବୁ ନଦୀ ଏବେ ଉଛୁଳୁଛି। 

ହରିଦ୍ୱାରରେ ଶନିବାର ହୋଇଥିବା ମୌସୁମୀ ପ୍ରଥମ ବର୍ଷାରେ ଚାରିଚକିଆ ଗାଡ଼ି କୁଟା ପରି ଭାସି ଯାଇଛି। ଉତ୍ତର ହରିଦ୍ୱାରରେ ଭୀଷଣ ବର୍ଷା ସଡ଼କ ବୁଡାଇ ଦେଇଛି, ଲୋକଙ୍କ ଘରେ ପାଣି ପଶିଛି। ଉତ୍ତରାଖଣ୍ଡ ପୋଲିସ ଏକ୍ସରେ ଭୀଷଣ ବର୍ଷା ଯୋଗୁ ଉପୁଜିଥିବା ପରିସ୍ଥିତିର ଭିଡିଓ ସୋସିଆଲ ମିଡିଆ ମଞ୍ଚ ଏକ୍ସରେ ଅପଲୋଡ କରିଥିଲା। ତେବେ ପରେ ତାକୁ ବାହାର କରିଦେଇଛି। 

ବର୍ଷା ଯୋଗୁ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଣୁ ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ରିଲିଫ ଓ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଛି। ଏହି ସମୟରେ ଲୋକଙ୍କୁ ନଦୀ କୂଳକୁ ନ ଯିବା ଲାଗି ମଧ୍ୟ ସତର୍କ କରାଯାଇଛି। ଏଥର ପାଣି ପାଗ ବିଭାଗ ରାଜ୍ୟରେ ଆଗୁଆ ବର୍ଷା ସତର୍କତା ଜାରି କରିଥିଲା। ଏଣୁ ସବୁ ବିଭାଗ ନିଜନିଜ ସ୍ତରରେ ପ୍ରସ୍ତୁତି ଶେଷ କରିଛନ୍ତି। ଏବେ ବର୍ଷା ଯୋଗୁ ଉପୁଜିଥିବା ପରିସ୍ଥିତିର ମୁକାବିଲା କରାଯିବ।