ଦୁର୍ଗା ପୂଜା ପାଇଁ ଗଠନ ହେଲା “ଶକ୍ତି-ବାହିନୀ”, ଯୋଗାଇବେ ସୁରକ୍ଷା
ଭୁବନେଶ୍ଵର: ଦୁର୍ଗା ପୂଜାକୁ ଦୃଷ୍ଟିରେ ରଖି ଟୁଇନ ସିଟି କମିଶନର ଦେବ ଦତ୍ତ ସିଂହଙ୍କ ଉଦ୍ୟମରେ ଓ ଡିସିପି ଭୁବନେଶ୍ୱର ଶ୍ରୀ ପିନାକ ମିଶ୍ରଙ୍କ ଉପସ୍ଥିତିରେ ଏକ ବିଶେଷ ମୋଟରସାଇକଲ୍ ପାଟ୍ରୋଲିଂ ମହିଳା ଟିମ “ଶକ୍ତି-ବାହିନୀ” ଗଠନ କରାଯାଇଛି। ଏହି ଟିମ୍ ଦୁର୍ଗା ପୂଜା ଉତ୍ସବ ଦିନ ମାନଙ୍କରେ ମହିଳାଙ୍କ ଓ ଶିଶୁଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବେ । ସମୁଦାୟ ୪୦ ଜଣ ମହିଳା ପୋଲିସ୍ ଅଧିକାରୀ ଓ ୨୦ ମୋଟରସାଇକଲ୍ ଦ୍ଵାରା ବିଭିନ୍ନ ପୂଜା ମେଢ ରେ ପଇଁତରା ମାରି ଏହି ପାଟ୍ରୋଲିଂ ଦଳ ମହିଳା ଓ ଶିଶୁ ମାନଙ୍କ ପ୍ରତି ହେଉଥିବା ଅପରାଧ ବା ଭିଡ ରେ ହଜି ଯାଇଥିବା ଶିଶୁଙ୍କୁ ତୁରନ୍ତ ଉଧାର କରିବାରେ ସହଯୋଗ କରିବେ । ଏହି ପାଟ୍ରୋଲିଙ୍ଗ ବ୍ୟବସ୍ଥା ମହିଳାଙ୍କ ବିରୋଧରେ ଅପରାଧ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ଏକ ସୁରକ୍ଷା କବଚ ର ପଦକ୍ଷେପ ଅଟେ । ମହିଳା ପାଟ୍ରୋଲିଂ ଦଳକୁ ମୁଖ୍ୟ ସ୍ଥାନଗୁଡ଼ିକରେ ଯଥା ଜନସମାଗମ ଏବଂ ବଜାର ସହିତ ଉତ୍ସବ ସ୍ଥଳୀଗୁଡ଼ିକରେ ଜଣେ ଜଣେ ଅଫିସରଙ୍କ ତତ୍ବାବଧାନ ରେ ବ୍ୟବହାର କରାଯିବ । ଏହି ପଦକ୍ଷେପ ଭୁବନେଶ୍ବର ସହରରେ ଆଇନ ଶୃଙ୍ଖଳା ପ୍ରତି ଯତ୍ନବାନ ରହିବେ । ଦଶହରାକୁ ଏକ ଖୁସି ଓ ସୁରକ୍ଷିତ ଉତ୍ସବ କରିବା ପାଇଁ କମିଶନାର ଶ୍ରୀ ଦେବଦତ୍ତ ସିଂହ ଙ୍କର ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ । ଏହି ଦୁର୍ଗା ପୂଜା ଅବସରରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ଓ ଆମେ ଏହି ପ୍ରୟାସକୁ ସଫଳ କରିବାକୁ ଜନସାଧାରଙ୍କ ସହଯ
ଭୁବନେଶ୍ଵର: ଦୁର୍ଗା ପୂଜାକୁ ଦୃଷ୍ଟିରେ ରଖି ଟୁଇନ ସିଟି କମିଶନର ଦେବ ଦତ୍ତ ସିଂହଙ୍କ ଉଦ୍ୟମରେ ଓ ଡିସିପି ଭୁବନେଶ୍ୱର ଶ୍ରୀ ପିନାକ ମିଶ୍ରଙ୍କ ଉପସ୍ଥିତିରେ ଏକ ବିଶେଷ ମୋଟରସାଇକଲ୍ ପାଟ୍ରୋଲିଂ ମହିଳା ଟିମ “ଶକ୍ତି-ବାହିନୀ” ଗଠନ କରାଯାଇଛି। ଏହି ଟିମ୍ ଦୁର୍ଗା ପୂଜା ଉତ୍ସବ ଦିନ ମାନଙ୍କରେ ମହିଳାଙ୍କ ଓ ଶିଶୁଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବେ । ସମୁଦାୟ ୪୦ ଜଣ ମହିଳା ପୋଲିସ୍ ଅଧିକାରୀ ଓ ୨୦ ମୋଟରସାଇକଲ୍ ଦ୍ଵାରା ବିଭିନ୍ନ ପୂଜା ମେଢ ରେ ପଇଁତରା ମାରି ଏହି ପାଟ୍ରୋଲିଂ ଦଳ ମହିଳା ଓ ଶିଶୁ ମାନଙ୍କ ପ୍ରତି ହେଉଥିବା ଅପରାଧ ବା ଭିଡ ରେ ହଜି ଯାଇଥିବା ଶିଶୁଙ୍କୁ ତୁରନ୍ତ ଉଧାର କରିବାରେ ସହଯୋଗ କରିବେ ।
ଏହି ପାଟ୍ରୋଲିଙ୍ଗ ବ୍ୟବସ୍ଥା ମହିଳାଙ୍କ ବିରୋଧରେ ଅପରାଧ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ଏକ ସୁରକ୍ଷା କବଚ ର ପଦକ୍ଷେପ ଅଟେ । ମହିଳା ପାଟ୍ରୋଲିଂ ଦଳକୁ ମୁଖ୍ୟ ସ୍ଥାନଗୁଡ଼ିକରେ ଯଥା ଜନସମାଗମ ଏବଂ ବଜାର ସହିତ ଉତ୍ସବ ସ୍ଥଳୀଗୁଡ଼ିକରେ ଜଣେ ଜଣେ ଅଫିସରଙ୍କ ତତ୍ବାବଧାନ ରେ ବ୍ୟବହାର କରାଯିବ । ଏହି ପଦକ୍ଷେପ ଭୁବନେଶ୍ବର ସହରରେ ଆଇନ ଶୃଙ୍ଖଳା ପ୍ରତି ଯତ୍ନବାନ ରହିବେ । ଦଶହରାକୁ ଏକ ଖୁସି ଓ ସୁରକ୍ଷିତ ଉତ୍ସବ କରିବା ପାଇଁ କମିଶନାର ଶ୍ରୀ ଦେବଦତ୍ତ ସିଂହ ଙ୍କର ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ । ଏହି ଦୁର୍ଗା ପୂଜା ଅବସରରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ଓ ଆମେ ଏହି ପ୍ରୟାସକୁ ସଫଳ କରିବାକୁ ଜନସାଧାରଙ୍କ ସହଯୋଗ କାମନା କରୁଅଛୁ।