ଆମେ ଭାଗ୍ୟଶାଳୀ ଥିଲୁ…ଜାଣନ୍ତୁ କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର
ନୂଆଦିଲ୍ଲୀ,୨୮।୭: ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ଟି-୨୦ରେ ଶ୍ରୀଲଙ୍କାକୁ ୪୩ ରନରେ ପରାସ୍ତ କରିଛି। ଏହା ଏକ ହାଇ ସ୍କୋରର ମ୍ୟାଚ ଥିଲା। ମ୍ୟାଚ୍ରେ ଏକ ସମୟରେ ଲାଗୁଥିଲା ଯେ ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ସହଜରେ ଜିତିବ। ତେବେ ଭାରତୀୟ ବୋଲରମାନେ ଚମତ୍କାର ବୋଲିଂ କରି ଭାରତ ମ୍ୟାଚ ଜିତିଥିଲେ। ଏହି ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୧୩/୭ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା […] The post ଆମେ ଭାଗ୍ୟଶାଳୀ ଥିଲୁ…ଜାଣନ୍ତୁ କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର appeared first on Dharitri Odia News.
ନୂଆଦିଲ୍ଲୀ,୨୮।୭: ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ଟି-୨୦ରେ ଶ୍ରୀଲଙ୍କାକୁ ୪୩ ରନରେ ପରାସ୍ତ କରିଛି। ଏହା ଏକ ହାଇ ସ୍କୋରର ମ୍ୟାଚ ଥିଲା। ମ୍ୟାଚ୍ରେ ଏକ ସମୟରେ ଲାଗୁଥିଲା ଯେ ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ସହଜରେ ଜିତିବ। ତେବେ ଭାରତୀୟ ବୋଲରମାନେ ଚମତ୍କାର ବୋଲିଂ କରି ଭାରତ ମ୍ୟାଚ ଜିତିଥିଲେ।
ଏହି ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୧୩/୭ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୧୭୦ ରନରେ ଆଉଟ ହୋଇଥିଲେ। ଏକ ସମୟରେ ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କାର ସ୍କୋର ୧୪୦/୧ ଥିଲା, ଯାହା ପରେ ଟିମ ଇଣ୍ଡିଆ ପରାଜୟ ଆଡକୁ ଯାଉଥିଲା। ମ୍ୟାଚ ପରେ ସୂର୍ଯ୍ୟ କହିଛନ୍ତି, ଆମେ ଭାଗ୍ୟଶାଳୀ ଥିଲୁ ଯେ, କାକର ପଡିଲା ନାହିଁ।
ମ୍ୟାଚ ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ସେମାନେ ପ୍ରଥମ ବଲରୁ ଭଲ କ୍ରିକେଟ ଖେଳୁଥିଲେ। ସେ ଟ୍ରାକ୍ ବଜାୟ ରଖିଥିଲେ, କ୍ରେଡିଟ ତାଙ୍କ ପାଖକୁ ଯାଇଥିଲା। ରାତିରେ ଉଇକେଟ କିପରି ଗତି କରେ ଆମେ ଜାଣୁ। ଆମେ ଭାଗ୍ୟଶାଳୀ ଥିଲୁ, କାରଣ କାକର ପଡି ନ ଥିଲା।
କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ସବୁଠୁ ବଡ ଇନିଂସ ଖେଳି ୨୬ଟି ବଲରେ ୮ ଚୌକା ଓ ୨ ଛକା ସହାୟତାରେ ୫୮ ରନ ସ୍କୋର କରିଥିଲେ। ଏଥିରେ ତାଙ୍କର ଷ୍ଟ୍ରାଇକ ହାର ୨୨୩.୦୮ ଥିଲା। ଏହା ବ୍ୟତୀତ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୩ ବଲରେ ୪୯ ରନ ସଂଗ୍ରହ କରିଥିଲେ।
The post ଆମେ ଭାଗ୍ୟଶାଳୀ ଥିଲୁ…ଜାଣନ୍ତୁ କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର appeared first on Dharitri Odia News.