ମେରୁଯାତ୍ରାରେ ଭକ୍ତଙ୍କ ଅସମ୍ଭାଳ ଭିଡ଼

ଭଞ୍ଜନଗର,୧୩ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ରବିବାର ମାସନ୍ତ ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହିଭଳି ଭଞ୍ଜନଗର ଅଞ୍ଚଳର ପ୍ରସିଦ୍ଧ ଗାଲେରୀ ଦଣ୍ଡନାଚ ଆଜି ସରିଛି। ପୁଣି ଏକ ବର୍ଷ ପରେ ଦଣ୍ଡ ନାଚ ହେବ। ଗାଲେରୀ ମାସନ୍ତ ମେରୁଯାତ୍ରାର ଧୂଳିଦଣ୍ଡ ଏବଂ ପାଣି ଦଣ୍ଡ ଦେଖିବା ପାଇଁ ଆଜି ପ୍ରାୟ ୫୦ ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ରାତିରେ ଆରତି ହେବ। ମେରୁ ଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ସହ ପରିଚାଳନା କରିବା ପାଇଁ ପୋଲିସ […] The post ମେରୁଯାତ୍ରାରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ appeared first on Dharitri Odia News.

ମେରୁଯାତ୍ରାରେ ଭକ୍ତଙ୍କ ଅସମ୍ଭାଳ ଭିଡ଼

ଭଞ୍ଜନଗର,୧୩ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ରବିବାର ମାସନ୍ତ ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହିଭଳି ଭଞ୍ଜନଗର ଅଞ୍ଚଳର ପ୍ରସିଦ୍ଧ ଗାଲେରୀ ଦଣ୍ଡନାଚ ଆଜି ସରିଛି। ପୁଣି ଏକ ବର୍ଷ ପରେ ଦଣ୍ଡ ନାଚ ହେବ। ଗାଲେରୀ ମାସନ୍ତ ମେରୁଯାତ୍ରାର ଧୂଳିଦଣ୍ଡ ଏବଂ ପାଣି ଦଣ୍ଡ ଦେଖିବା ପାଇଁ ଆଜି ପ୍ରାୟ ୫୦ ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ରାତିରେ ଆରତି ହେବ। ମେରୁ ଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ସହ ପରିଚାଳନା କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ଆଜି ଢୁଢୁଆ, ଜିଲୁଣ୍ଡି, ମୁଜାଗଡ, ଗାମୁଣ୍ଡି ପ୍ରମୁଖ ସ୍ଥାନରେ ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୋମବାର ସଂକ୍ରାନ୍ତି ମେରୁ ଯାତ୍ରା ଆଉ କେତେକ ଅଞ୍ଚଳରେ ଅନୁଷ୍ଠିତ ହେବ।

The post ମେରୁଯାତ୍ରାରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ appeared first on Dharitri Odia News.