ପୋଲିସ ଉପରକୁ ଗୁଳି ଚଳାଇଲେ ବଦ୍‌ଲାପୁର ଅଭିଯୁକ୍ତ

ପୁଣେ,୨୩।୯: ମହାରାଷ୍ଟ୍ରର ବଦଲାପୁର ଯୌନ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ଶିନ୍ଦେ ସୋମବାର ପୋଲିସ ଉପରକୁ ଗୁଳି ଚଳାଇନ୍ତି। ସେ ଏହି ଘଟଣା କରିବାବେଳେ ଶିନ୍ଦେଙ୍କୁ ପୋଲିସ ହେପାଜତକୁ ନିଆଯାଇଥିଲା। ସେ ପୋଲିସର ରିଭଲଭର ଛଡ଼ାଇ ନେଇ ଗୁଳି ଚଳାଇଥିଲେ। ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ଅକ୍ଷୟ ସିନ୍ଦେଙ୍କୁ ଅନ୍ୟ ଏକ ମାମଲାରେ ଗିରଫ କରାଯିବା ପରେ ତାଲୋଜା ଜେଲରୁ ନିଆଯାଉଥିଲା, ସେତେବେଳେ ସେ କାରରେ ପୋଲିସର […] The post ପୋଲିସ ଉପରକୁ ଗୁଳି ଚଳାଇଲେ ବଦ୍‌ଲାପୁର ଅଭିଯୁକ୍ତ appeared first on Dharitri Odia News.

ପୋଲିସ ଉପରକୁ ଗୁଳି ଚଳାଇଲେ ବଦ୍‌ଲାପୁର ଅଭିଯୁକ୍ତ

ପୁଣେ,୨୩।୯: ମହାରାଷ୍ଟ୍ରର ବଦଲାପୁର ଯୌନ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ଶିନ୍ଦେ ସୋମବାର ପୋଲିସ ଉପରକୁ ଗୁଳି ଚଳାଇନ୍ତି। ସେ ଏହି ଘଟଣା କରିବାବେଳେ ଶିନ୍ଦେଙ୍କୁ ପୋଲିସ ହେପାଜତକୁ ନିଆଯାଇଥିଲା। ସେ ପୋଲିସର ରିଭଲଭର ଛଡ଼ାଇ ନେଇ ଗୁଳି ଚଳାଇଥିଲେ। ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ।

ଅକ୍ଷୟ ସିନ୍ଦେଙ୍କୁ ଅନ୍ୟ ଏକ ମାମଲାରେ ଗିରଫ କରାଯିବା ପରେ ତାଲୋଜା ଜେଲରୁ ନିଆଯାଉଥିଲା, ସେତେବେଳେ ସେ କାରରେ ପୋଲିସର ବନ୍ଧୁକ ଛଡ଼ାଇ ନେଇ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଏହା ବ୍ୟତୀତ ଅଭିଯୁକ୍ତ ଶିନ୍ଦେ ଆଉ ଦୁଇଟି ଗୁଳି ଚଳାଇଥିଲେ। ଏହି ଗୁଳି କାହାକୁ ଆଘାତ କରି ନ ଥିଲା। ଏହା ପରେ ଅନ୍ୟ ଜଣେ ପୋଲିସ ଆତ୍ମରକ୍ଷା ପାଇଁ ବନ୍ଧୁକ ବାହାର କରି ଅକ୍ଷୟ ଶିନ୍ଦେଙ୍କ ଉପରକୁ ଗୁଳି ଚଳାଇଥିଲେ।

ଅଗଷ୍ଟ ୧୨ ଏବଂ ୧୩ରେ ମୁମ୍ବାଇର ବଦଲାପୁରର ଏକ ବିଦ୍ୟାଳୟରେ ସୁଇପର ଭାବରେ କାର୍ଯ୍ୟ କରୁଥିବା ଅକ୍ଷୟ ଦୁଇ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଥିଲା। ପୀଡିତା ଏ ବିଷୟରେ ତାଙ୍କ ମାତାପିତାଙ୍କୁ କହିଥିଲେ। ଏହି ପ୍ରସଙ୍ଗରେ ରାଜ୍ୟରେ ଏକ ବିରାଟ ଉତ୍ତେଜନା ଦେଖାଦେଇଥିଲା। ବିକ୍ଷୋଭକାରୀମାନେ ପ୍ରାୟ ୧୦ ଘଣ୍ଟା ଧରି ରେଳ ଟ୍ରାକ ଅବରୋଧ କରିଥିଲେ।

ଅଗଷ୍ଟ ୧୭ରେ ଅକ୍ଷୟଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ଗିରଫ କରାଯାଇଥିଲା। ଏସ୍‌ଆଇଟି ଏହି ଘଟଣାର ଅନୁସନ୍ଧାନ କରୁଛି। ବଦଲାପୁର ପୋଲିସ ପ୍ରଥମେ ଏହି ଘଟଣାର ତଦନ୍ତ କରୁଥିଲା, କିନ୍ତୁ ପୋଲିସର ତଦନ୍ତରେ ଗୁରୁତର ଅସନ୍ତୋଷ ପ୍ରକାଶ ପାଇବା ପରେ ମହାରାଷ୍ଟ୍ର ସରକାର ଏକ ଏସଆଇଟି ଗଠନ କରିଥିଲେ।

The post ପୋଲିସ ଉପରକୁ ଗୁଳି ଚଳାଇଲେ ବଦ୍‌ଲାପୁର ଅଭିଯୁକ୍ତ appeared first on Dharitri Odia News.