ବର୍ଷା ଯୋଗୁ ଗଞ୍ଜାମରେ ବଦଳିଲା ଧାନ ସଂଗ୍ରହ ତାରିଖ, ଜାଣନ୍ତୁ କେଉଁ ଦିନ ହେବ ଧାନ କିଣା…
ଗଞ୍ଜାମ,୨୧ା୧୨: ଲଘୁଚାପ ବର୍ଷା ଯୋଗୁ ଗଞ୍ଜାମରେ ବଦଳିଲା ଧାନ ସଂଗ୍ରହ ତାରିଖ। ଡିସେମ୍ବର ୨୩ରୁ ଗଞ୍ଜାମରେ ଧାନ ସଂଗ୍ରହ ନେଇ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ଜାନୁଆରୀ ୩ତାରିଖରୁ ମଣ୍ଡିରୁ ଧାନ ସଂଗ୍ରହ କରାଯିବ ବୋଲି ପ୍ରଶାସନ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ବର୍ଷା ପାଇଁ ଅମଳ ବିଳମ୍ବରୁ ଧାନ କିଣାକୁ ଘୁଞ୍ଚାଯାଇଥିବା ଅବଗତ କରାଯାଇଛି। ବଙ୍ଗୋପସାଗାରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାରେ ୩ଦିନ ହେଲା ବର୍ଷା ଲାଗି ରହିଥିଲା। ଫଳରେ ଅମଳ […] The post ବର୍ଷା ଯୋଗୁ ଗଞ୍ଜାମରେ ବଦଳିଲା ଧାନ ସଂଗ୍ରହ ତାରିଖ, ଜାଣନ୍ତୁ କେଉଁ ଦିନ ହେବ ଧାନ କିଣା… appeared first on Dharitri Odia News.
ଗଞ୍ଜାମ,୨୧ା୧୨: ଲଘୁଚାପ ବର୍ଷା ଯୋଗୁ ଗଞ୍ଜାମରେ ବଦଳିଲା ଧାନ ସଂଗ୍ରହ ତାରିଖ। ଡିସେମ୍ବର ୨୩ରୁ ଗଞ୍ଜାମରେ ଧାନ ସଂଗ୍ରହ ନେଇ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ଜାନୁଆରୀ ୩ତାରିଖରୁ ମଣ୍ଡିରୁ ଧାନ ସଂଗ୍ରହ କରାଯିବ ବୋଲି ପ୍ରଶାସନ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ବର୍ଷା ପାଇଁ ଅମଳ ବିଳମ୍ବରୁ ଧାନ କିଣାକୁ ଘୁଞ୍ଚାଯାଇଥିବା ଅବଗତ କରାଯାଇଛି।
ବଙ୍ଗୋପସାଗାରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାରେ ୩ଦିନ ହେଲା ବର୍ଷା ଲାଗି ରହିଥିଲା। ଫଳରେ ଅମଳ ହୋଇଥିବା ଧାନ ବର୍ଷା ପାଣିରେ ବୁଡି ରହିଛି। ଏପରି କି କେଉଁଠି ଧାନ କଟା ହୋଇନି ତ ଆଉ କେଉଁଠି ଧାନକଟା ହୋଇ ବିଲରେ ପଡିଛି। ଧାନ ଅମଳ ବିଳମ୍ବ ହେଉଥିବା ବେଳେ ପାଣିରେ ବୁଡି ରହିଥିବା ଧାନ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି । ଏହାକୁ ନେଇ ଚାଷୀ ଚିନ୍ତାରେ ପଡିଛି।
ସୂଚନା ଯୋଗ୍ୟ, ୨୩ ତାରିଖରୁ ଜିଲାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥାନ୍ତା। ଏପରିକି ଚଳିତ ବର୍ଷ ଜିଲାରେ ଭଲ ଧାନ ହୋଇଥିଲା। ଏଥିସହ ସରକାର ଇନ୍ପୁଟ ସବସିଡି ବୃଦ୍ଧି କରିଥିବାରୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ବିକ୍ରି କରି କିଛି ଲାଭବାନ ହେବ ବୋଲି ଚାଷୀକୂଳ ଆଶା ରଖିଥିଲା। ବର୍ତ୍ତମାନ ଆଶା ମଉଳିବା ଆଶଙ୍କା ଦେଖାଦେଇଛି।
ଏବେବି ଜମିରେ ବର୍ଷା ପାଣି ଜମିଛି। ଫଳରେ ଧାନ ଗଜା ହୋଇଯିବା ଆଶଙ୍କା ଦେଖାଦେଇଛି। ପୁଣି ଜିଲାରେ ସମ୍ପୂର୍ଣ୍ଣ ଧାନ କଟା ହୋଇ ନାହିଁ। ଜମି କାଦୁଆ ରହିଛି । ଜମି ଶୁଖିଲା ପରେ ଯାଇ ଧାନ କଟାଯାଇପାରିବ। ଯାହାକି ୭ ଦିନ ସମୟ ଦରକାର। ସୂଚନାଯୋଗ୍ୟ, ଚଳିତବର୍ଷ ଜିଲାର ୧ ଲକ୍ଷ ୪୬ ହଜାର ଚାଷୀ ଖରିଫ ଧାନ ସରକାରୀ ସଂସ୍ଥାକୁ ବିକ୍ରି କରିବା ପାଇଁ ଆଗୁଆ ପଞ୍ଜୀକୃତ କରିଛନ୍ତି। ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ପ୍ରଶାସନ ପ୍ରସ୍ତୁତ ହେଉଥିବା ବଳେ ଅଦିନିଆ ବର୍ଷା ଧାନ ଚାଷୀଙ୍କୁ ଦାଉ ସାଧିଛି ।
The post ବର୍ଷା ଯୋଗୁ ଗଞ୍ଜାମରେ ବଦଳିଲା ଧାନ ସଂଗ୍ରହ ତାରିଖ, ଜାଣନ୍ତୁ କେଉଁ ଦିନ ହେବ ଧାନ କିଣା… appeared first on Dharitri Odia News.