ପୁଣି ଏୟାରଇଣ୍ଡିଆ ବିମାନରେ ତ୍ରୁଟି, କଲକାତାରେ ଜରୁରୀ ଅବତରଣ
ସମାଜ ଡିଜିଟାଲ ଡେସ୍କ: ଏୟାର ଇଣ୍ଡିଆ ବିମାନଗୁଡ଼ିକରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳୁଛି। ଗତ ସୋମବାର ହଂକଂରୁ ଏକ ବିମାନ ଉଡ଼ାଣ ଆରମ୍ଭ କରିବାର ୯୦ ମିନିଟ ପରେ ମଝି ଆକାଶରୁ ପୁଣି ହଂକଂ ଫେରିଥିଲା। ମଙ୍ଗଳବାର ଆଉ ଏକ ବିମାନ ଯାନ୍ତ୍ରିକ ତ୍ରୁଟି କାରଣରୁ କଲକାତା ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ସୂଚନା ଅନୁସାରେ, ଏୟାରଇଣ୍ଡିଆର ଏହି ବିମାନ ଆମେରିକାର ସାନ୍ଫ୍ରାନସିସକୋରୁ ମୁମ୍ବଇ ଆସୁଥିବା ବାଟରେ ଏହାର ବାମପଟ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। […]

ସମାଜ ଡିଜିଟାଲ ଡେସ୍କ: ଏୟାର ଇଣ୍ଡିଆ ବିମାନଗୁଡ଼ିକରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳୁଛି। ଗତ ସୋମବାର ହଂକଂରୁ ଏକ ବିମାନ ଉଡ଼ାଣ ଆରମ୍ଭ କରିବାର ୯୦ ମିନିଟ ପରେ ମଝି ଆକାଶରୁ ପୁଣି ହଂକଂ ଫେରିଥିଲା। ମଙ୍ଗଳବାର ଆଉ ଏକ ବିମାନ ଯାନ୍ତ୍ରିକ ତ୍ରୁଟି କାରଣରୁ କଲକାତା ବିମାନବନ୍ଦରରେ ଜରୁରୀ ଅବତରଣ କରିଛି।
ସୂଚନା ଅନୁସାରେ, ଏୟାରଇଣ୍ଡିଆର ଏହି ବିମାନ ଆମେରିକାର ସାନ୍ଫ୍ରାନସିସକୋରୁ ମୁମ୍ବଇ ଆସୁଥିବା ବାଟରେ ଏହାର ବାମପଟ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଯାହାଫଳରେ ପାଇଲଟ କଲକାତା ବିମାନ ବନ୍ଦର ଏଟିସି ସହ ଯୋଗାଯୋଗ କରି ସେଠାରେ ଜରୁରୀ ଅବତରଣ କରାଇଥିଲେ। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ମିଳିଛି।