ପୁଣି ଘୁଞ୍ଚିଲା ‘ଏମରଜେନ୍ସି’ର ରିଲିଜ୍‌ ଡେଟ୍‌

ମୁମ୍ବାଇ:ଚଳିତ ଲୋକ ସଭା ନିର୍ବାଚନରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆସନ୍ତା ମାସ ୧ରେ ମଣ୍ଡି ଆସନରେ ମତଦାନ ହେବାକୁ ଥିବାବେଳେ ଏହାରି ମଧ୍ୟରେ କଙ୍ଗନାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏମରଜେନ୍ସି’ କୁ ସ୍ଥଗିତ ରଖାଯାଇଛି। କଙ୍ଗନାଙ୍କ ପ୍ରଡକ୍ସନ କମ୍ପାନୀ ମଣିକର୍ନିକା ଫିଲ୍ମସ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଲୋକ ସଭା ନିର୍ବାଚନ ଚାଲିଥିବାରୁ ସମ୍ପ୍ରତି କଙ୍ଗନା ନିଜ ରାଜନୈତିକ ପ୍ରତିବଦ୍ଧତାକୁ […] The post ପୁଣି ଘୁଞ୍ଚିଲା ‘ଏମରଜେନ୍ସି’ର ରିଲିଜ୍‌ ଡେଟ୍‌ appeared first on Dharitri Odia News.

ପୁଣି ଘୁଞ୍ଚିଲା ‘ଏମରଜେନ୍ସି’ର ରିଲିଜ୍‌ ଡେଟ୍‌

ମୁମ୍ବାଇ:ଚଳିତ ଲୋକ ସଭା ନିର୍ବାଚନରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆସନ୍ତା ମାସ ୧ରେ ମଣ୍ଡି ଆସନରେ ମତଦାନ ହେବାକୁ ଥିବାବେଳେ ଏହାରି ମଧ୍ୟରେ କଙ୍ଗନାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏମରଜେନ୍ସି’ କୁ ସ୍ଥଗିତ ରଖାଯାଇଛି। କଙ୍ଗନାଙ୍କ ପ୍ରଡକ୍ସନ କମ୍ପାନୀ ମଣିକର୍ନିକା ଫିଲ୍ମସ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଲୋକ ସଭା ନିର୍ବାଚନ ଚାଲିଥିବାରୁ ସମ୍ପ୍ରତି କଙ୍ଗନା ନିଜ ରାଜନୈତିକ ପ୍ରତିବଦ୍ଧତାକୁ ପ୍ରାଥମିକତା ଦେଉଛନ୍ତି। ତେଣୁ ଏହି ଫିଲ୍ମର ରିଲିଜ ଡେଟ୍‌କୁ ବଢାଇ ଦିଆଯାଇଥିବା କଙ୍ଗନାଙ୍କ ପ୍ରଡକ୍ସନ ହାଉସ ପକ୍ଷରୁ କୁହାଯାଇଛି।
ଚଳିତ ବର୍ଷ ପ୍ରାରମ୍ଭରେ ସୋସିଆଲ ମିଡିଆ ମାଧ୍ୟମରେ କଙ୍ଗନା ‘ଏମରଜେନ୍ସି’ ରିଲିଜ୍‌ ତାରିଖ ଘୋଷଣା କରିଥିଲେ। ଏହି ଫିଲ୍ମ ଜୁନ୍‌ ୧୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି କଙ୍ଗନା ଫିଲ୍ମର ଏକ ପୋଷ୍ଟର ଶେୟାର କରି ସୂଚନା ଦେଇଥିଲେ। ତେବେ ବର୍ତ୍ତମାନ ପ୍ରଶଂସକଙ୍କୁ ଫିଲ୍ମର ରିଲିଜ୍‌ ପାଇଁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ ବୋଲି ଜଣାପଡ଼ିଛି। କଙ୍ଗନାଙ୍କ ପ୍ରଡକ୍ସନ୍‌ ହାଉସ୍‌ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜାରି କରାଯାଇ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଖୁବ୍‌ଶୀଘ୍ର ଫିଲ୍ମ ରିଲିଜ୍‌ର ନୂତନ ତାରିଖ ଜାରି ହେବ ଏବଂ ଏ ସମ୍ପର୍କିତ ସୂଚନା ଦିଆଯିବ ବୋଲି ପ୍ରଡକ୍ସନ ହାଉସ ପକ୍ଷରୁ କୁହାଯାଇଛି।
ତେବେ ‘ଏମରଜେନ୍ସି’ ଫିଲ୍ମର ରିଲିଜ୍‌ ତାରିଖ ପ୍ରଥମ ଥର ପାଇଁ ସ୍ଥଗିତ ରଖାଯାଇ ନାହିଁ। ଏହାପୂର୍ବରୁ ଏହି ଚଳଚ୍ଚିତ୍ର ଗତବର୍ଷ ନଭେମ୍ବର ୨୪ରେ ମୁକ୍ତିଲାଭ କରିବାର ଥିଲା। ତେବେ ଏହି ତାରିଖକୁ ସ୍ଥଗିତ ରଖାଯାଇ ଚଳିତ ବର୍ଷ ଜୁନ୍‌ ୧୪ରେ ଏହା ମୁକ୍ତିଲାଭ କରିବ ବୋଲି କୁହାଯାଇଥିଲା। ‘ଏମରଜେନ୍ସି’ ଚଳଚ୍ଚିତ୍ରରେ କଙ୍ଗନା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ କଙ୍ଗନାଙ୍କ ସହ ବରିଷ୍ଠ ଅଭିନେତା ଅନୁପମ ଖେର, ଶ୍ରେୟସ ତଲପଡ଼େ, ମହିମା ଚୌଧୁରୀ ଏବଂ ସତିଶ କୌଶିକ ମଧ୍ୟ ଅଭିନୟ କରୁଛନ୍ତି।

The post ପୁଣି ଘୁଞ୍ଚିଲା ‘ଏମରଜେନ୍ସି’ର ରିଲିଜ୍‌ ଡେଟ୍‌ appeared first on Dharitri Odia News.