ମହିଳାଙ୍କୁ ଡରାଇ ସହମତିରେ ଯୌନ ସମ୍ପର୍କ ବଳାତ୍କାର: ହାଇକୋର୍ଟ
ପ୍ରୟାଗରାଜ,୧୫ା୯: ମହିଳାଙ୍କୁ ଭୟଭୀତ କରାଇ କିମ୍ବା ତାଙ୍କଠାରେ ଭୁଲ୍ ଧାରଣା ଜନ୍ମାଇ ତାଙ୍କ ସହମତିରେ ଯୌନ ସମ୍ପର୍କ ରଖିବା ବଳାତ୍କାର ବୋଲି ଆଲ୍ଲାହାବାଦ ହାଇକୋର୍ଟ ଏକ ରାୟରେ କହିଛନ୍ତି। ରାଘବ କୁମାର ଜଣେ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିଥିବାରୁ ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗରେ ଏତଲା ଦାଏର ସହ ଆଗ୍ରା ଜିଲା ଓ ଦୌରା ଅଦାଲତରେ ଚାର୍ଜଶିଟ୍ ଦାଖଲ ହୋଇଥିଲା। ଏହାକୁ ରାଘବ ଆଲ୍ଲାହବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲାବେଳେ ଜଷ୍ଟିସ୍ ଅନିସ୍ କୁମାର […] The post ମହିଳାଙ୍କୁ ଡରାଇ ସହମତିରେ ଯୌନ ସମ୍ପର୍କ ବଳାତ୍କାର: ହାଇକୋର୍ଟ appeared first on Dharitri Odia News.
ପ୍ରୟାଗରାଜ,୧୫ା୯: ମହିଳାଙ୍କୁ ଭୟଭୀତ କରାଇ କିମ୍ବା ତାଙ୍କଠାରେ ଭୁଲ୍ ଧାରଣା ଜନ୍ମାଇ ତାଙ୍କ ସହମତିରେ ଯୌନ ସମ୍ପର୍କ ରଖିବା ବଳାତ୍କାର ବୋଲି ଆଲ୍ଲାହାବାଦ ହାଇକୋର୍ଟ ଏକ ରାୟରେ କହିଛନ୍ତି। ରାଘବ କୁମାର ଜଣେ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିଥିବାରୁ ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗରେ ଏତଲା ଦାଏର ସହ ଆଗ୍ରା ଜିଲା ଓ ଦୌରା ଅଦାଲତରେ ଚାର୍ଜଶିଟ୍ ଦାଖଲ ହୋଇଥିଲା।
ଏହାକୁ ରାଘବ ଆଲ୍ଲାହବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲାବେଳେ ଜଷ୍ଟିସ୍ ଅନିସ୍ କୁମାର ଗୁପ୍ତା ତାଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି। ଏତଲାର ଅଭିଯୋଗ ଅନୁଯାୟୀ ଆବେଦନକାରୀ ରାଘବ ପ୍ରଥମେ ମହିଳାଙ୍କୁ ବେହୋସ କରାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ସେ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହ କ୍ରମାଗତ ଭାବେ ଯୌନ ସମ୍ପର୍କ ରଖିଆସୁଥିଲେ। ଉଭୟ ପରସ୍ପରର ଜଣାଶୁଣା ଏବଂ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ସେମାନଙ୍କ ମଧ୍ୟରେ ସହମତିରେ ଦୀର୍ଘଦିନ ଶାରୀରିକ ସମ୍ପର୍କ ରହିଥିଲା। ତେଣୁ ଏହା ଆଇପିସିର ଦଫା ୩୭୬ ପରିସରଭୁକ୍ତ ନୁହେଁ ବୋଲି ରାଘବଙ୍କ ଓକିଲ କହିଥିଲେ।
ଅନ୍ୟପକ୍ଷରେ ସରକାରୀ ଓକିଲ କହିଥିଲେ, ମହିଳାଙ୍କୁ ପ୍ରତାରିତ କରି ସମ୍ପର୍କ ରଖାଯାଇଥିଲା ଏବଂ ଅଭିଯୁକ୍ତ ବଳପ୍ରୟୋଗ କରିଥିଲେ। ଯୌନ ସମ୍ପର୍କ ପାଇଁ ଏହାକୁ ପ୍ରତିପକ୍ଷଙ୍କ ସହମତି ବୋଲି କୁହାଯାଇପାରିବ ନାହିଁ ବୋଲି ସେ ଯୁକ୍ତି ବାଢ଼ିଥିଲେ। ହାଇକୋର୍ଟ ସବୁ ତଥ୍ୟ ପ୍ରମାଣକୁ ଅନୁଧ୍ୟାନ କରିବା ପରେ କହିଥିଲେ, ପ୍ରଥମେ ଯେହେତୁ ମହିଳାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ପ୍ରତାରିତ କରି ଓ ଧମକ ଦେଇ ଆବେଦନକାରୀ ସମ୍ପର୍କ ରଖିଥିଲେ, ତାଙ୍କୁ ବଳାତ୍କାର ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ।
The post ମହିଳାଙ୍କୁ ଡରାଇ ସହମତିରେ ଯୌନ ସମ୍ପର୍କ ବଳାତ୍କାର: ହାଇକୋର୍ଟ appeared first on Dharitri Odia News.