ପୁଣି ଚର୍ଚ୍ଚାରେ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟାଗ; କାଲି ପାଲେଷ୍ଟାଇନ ଆଜି ବାଂଲାଦେଶ ଲେଖା ବ୍ୟାଗ
କନକ ବ୍ୟୁରୋ : ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପ୍ୟାଲେଷ୍ଟାଇନ ବ୍ୟାଗ ବିବାଦରେ ଭାରତରୁ ପାକିସ୍ତାନ ଡେଇଛି । ଖାଲି ତଫାତ ଏତିକି ଯେ ଭାରତରେ ବିରୋଧ କରାଯାଉଥିବା ବେଳେ ପାକିସ୍ତାନରେ ପ୍ରସଂଶା କରାଯାଉଛି । ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧୁରୀ ସାଂସଦ ପ୍ରିୟଙ୍କାଙ୍କ ବ୍ୟାଗରେ ପାଲେଷ୍ଟାଇନ ଲେଖାକୁ ନେଇ ସୋସିଆଲ ମିଡିଆରେ ମତ ରଖିଛନ୍ତି । ତାଙ୍କର ଏହି ପଦକ୍ଷେପକୁ ପାକିସ୍ତାନରେ ଖୁବ୍ ପ୍ରଶଂସା କରାଯାଉଛି । ଫୱାଦ ଚୌଧୁରୀ ଲେଖିଛନ୍ତି, ଜବାହରଲାଲ ନେହେରୁଙ୍କ ଭଳି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ନାତୁଣୀଙ୍କଠାରୁ ଆମେ ଆଉ କ'ଣ ଆଶା କରିପାରିବା ? ଏହା ଲଜ୍ଜାଜନକ ଯେ କୌଣସି ପାକିସ୍ତାନୀ ସାଂସଦ କେବେ ବି ଏଭଳି ସାହସ ଦେଖାଇ ନାହାନ୍ତି, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ପାଲେଷ୍ଟାଇନର ଜନସାଧାରଣଙ୍କ ପ୍ରତି ସମର୍ଥନ ଏବଂ ଏକତା ପ୍ରଦର୍ଶନ କରିବା ପାଇଁ ସୋମବାର ସଂସଦରେ ପହଞ୍ଚିଛନ୍ତି । ଗାଜାରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରିୟଙ୍କା ସ୍ୱର ଉତ୍ତୋଳନ କରୁଛନ୍ତି । ଗାଜାରେ ଇସ୍ରାଏଲର କାର୍ୟ୍ୟାନୁଷ୍ଠାନକୁ ସେ ଗଣହତ୍ୟା ବୋଲି ବର୍ଣ୍ଣନା କରିଛନ୍ତି ।

କନକ ବ୍ୟୁରୋ : ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପ୍ୟାଲେଷ୍ଟାଇନ ବ୍ୟାଗ ବିବାଦରେ ଭାରତରୁ ପାକିସ୍ତାନ ଡେଇଛି । ଖାଲି ତଫାତ ଏତିକି ଯେ ଭାରତରେ ବିରୋଧ କରାଯାଉଥିବା ବେଳେ ପାକିସ୍ତାନରେ ପ୍ରସଂଶା କରାଯାଉଛି । ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧୁରୀ ସାଂସଦ ପ୍ରିୟଙ୍କାଙ୍କ ବ୍ୟାଗରେ ପାଲେଷ୍ଟାଇନ ଲେଖାକୁ ନେଇ ସୋସିଆଲ ମିଡିଆରେ ମତ ରଖିଛନ୍ତି । ତାଙ୍କର ଏହି ପଦକ୍ଷେପକୁ ପାକିସ୍ତାନରେ ଖୁବ୍ ପ୍ରଶଂସା କରାଯାଉଛି ।
ଫୱାଦ ଚୌଧୁରୀ ଲେଖିଛନ୍ତି, ଜବାହରଲାଲ ନେହେରୁଙ୍କ ଭଳି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ନାତୁଣୀଙ୍କଠାରୁ ଆମେ ଆଉ କ'ଣ ଆଶା କରିପାରିବା ? ଏହା ଲଜ୍ଜାଜନକ ଯେ କୌଣସି ପାକିସ୍ତାନୀ ସାଂସଦ କେବେ ବି ଏଭଳି ସାହସ ଦେଖାଇ ନାହାନ୍ତି, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ପାଲେଷ୍ଟାଇନର ଜନସାଧାରଣଙ୍କ ପ୍ରତି ସମର୍ଥନ ଏବଂ ଏକତା ପ୍ରଦର୍ଶନ କରିବା ପାଇଁ ସୋମବାର ସଂସଦରେ ପହଞ୍ଚିଛନ୍ତି । ଗାଜାରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରିୟଙ୍କା ସ୍ୱର ଉତ୍ତୋଳନ କରୁଛନ୍ତି । ଗାଜାରେ ଇସ୍ରାଏଲର କାର୍ୟ୍ୟାନୁଷ୍ଠାନକୁ ସେ ଗଣହତ୍ୟା ବୋଲି ବର୍ଣ୍ଣନା କରିଛନ୍ତି ।