ପୁଣି ଜନନୀ ଯନ୍ତ୍ରଣା: ଖଟ ହେଲା ସାହାରା, ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଭୁରିଭୁରି ପ୍ରଶଂସା

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ପୁଣି ଥରେ ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ।ରାସ୍ତା ନ ଥିବାରୁ ପ୍ରସୂତି ମହିଳାଙ୍କୁ ପାଖାପାଖି ୩କିମି ଖଟିଆରେ ବୋହିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ସୋମବାର ଏମିତି ଅଭାବନୀୟ ଦୃଶ୍ୟ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ କିସିଣ୍ଡା ପଞ୍ଚାୟତ ଅନ୍ତର୍ଗତ କାଙ୍କଦର ଗ୍ରାମର ଲଣ୍ଡାକୋଟ ସାହିରୁ ଦେଖିବାକୁ ମିଳିଛି । ଘଟଣା ଅନୁସାରେ ସୋମବାର ଭୋର ୦୫:୪୫ ମିନିଟ୍ ସମୟରେ କାଙ୍କଦର ଗ୍ରାମର ସୂଜିତ ଲମଗା ୧୦୮ ଆମ୍ବୁଲାନ୍ସ ସେବାକୁ ତାଙ୍କର ଗର୍ଭବତୀ ପତ୍ନୀ […] The post ପୁଣି ଜନନୀ ଯନ୍ତ୍ରଣା: ଖଟ ହେଲା ସାହାରା, ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଭୁରିଭୁରି ପ୍ରଶଂସା appeared first on Odisha.News.

ପୁଣି ଜନନୀ ଯନ୍ତ୍ରଣା: ଖଟ ହେଲା ସାହାରା, ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଭୁରିଭୁରି ପ୍ରଶଂସା

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ପୁଣି ଥରେ ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ।ରାସ୍ତା ନ ଥିବାରୁ ପ୍ରସୂତି ମହିଳାଙ୍କୁ ପାଖାପାଖି ୩କିମି ଖଟିଆରେ ବୋହିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ସୋମବାର ଏମିତି ଅଭାବନୀୟ ଦୃଶ୍ୟ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ କିସିଣ୍ଡା ପଞ୍ଚାୟତ ଅନ୍ତର୍ଗତ କାଙ୍କଦର ଗ୍ରାମର ଲଣ୍ଡାକୋଟ ସାହିରୁ ଦେଖିବାକୁ ମିଳିଛି । ଘଟଣା ଅନୁସାରେ ସୋମବାର ଭୋର ୦୫:୪୫ ମିନିଟ୍ ସମୟରେ କାଙ୍କଦର ଗ୍ରାମର ସୂଜିତ ଲମଗା ୧୦୮ ଆମ୍ବୁଲାନ୍ସ ସେବାକୁ ତାଙ୍କର ଗର୍ଭବତୀ ପତ୍ନୀ ଗୀତା ଲମଗା(ବୟସ ୨୪) ଙ୍କୁ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନା ଆଣିବା ପାଇଁ ଫୋନ କରିଥିଲେ। ତୁରନ୍ତ ତାଙ୍କ ପାଇଁ ନିକଟସ୍ଥ କିସିଣ୍ଡା ଥାନାରେ ରହୁଥିବା ୧୦୮ ଆମ୍ବୁଲାନ୍ସକୁ ପଠାଯାଇଥିଲା। କିନ୍ତୁ ରାସ୍ତା ନଥିବାରୁ ତାଙ୍କ ଘରଠାରୁ ୩ କିମି ଦୂର କାଙ୍କଦର ଠାରେ ଆମ୍ବୁଲାନ୍ସ ହଟାତ ଅଟକି ଯାଇଥିଲା। ମୋବାଇଲ ନେଟୱାର୍କବି ନ ଥିଲା। ଫଳରେ ସେଠାରେ କିଛି ସମୟ ଆମ୍ବୁଲାନ୍ସ କର୍ମଚାରୀମାନେ ସୂଜିତଙ୍କୁ ଅପେକ୍ଷା କରିଥିଲେ ।କିନ୍ତୁ ଯୋଗାଯୋଗ ନହେବାରୁ ଆମ୍ବୁଲାନ୍ସ କର୍ମଚାରୀ କାଙ୍କଦର ଯାଇ ଗ୍ରାମବାସୀଙ୍କ ସହାୟତାରେ ଲଣ୍ଡାକୋଟ ପହଞ୍ଚିବା ସହ ଏକ ଖଟିଆ ଯୋଗେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଥିଲେ। ଏଭଳି ମାନବିକତା ର ଦୃଶ୍ୟ ଗୋଟିଏ ପଟେ ସାବାସୀ ମୁଳୁଥିବା ବେଳେ ଅନ୍ୟ ଏକ ଘଟଣା ସେମାନଙ୍କ କାର୍ଯ୍ୟଧାରାକୁ ପ୍ରଶଂସା ନକରି ରହିହେବନି।ଗର୍ଭବତୀଙ୍କୁ ନିକଟସ୍ଥ ନାକଟିଦେଉଳ ଡାକ୍ତରଖାନା ଆଣିବା ସମୟରେ ରାସ୍ତାରେ ଆମ୍ବୁଲାନ୍ସ ମଧ୍ୟରେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।ଏହା ପରେ ଆବଶ୍ୟକ ଯତ୍ନ ସେବା ଯୋଗାଇ ତାଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ସ୍ବାଗତ ସିଂ (ଡ୍ରାଇଭର ), ଶ୍ରବଣ ସାହୁ (ଫାର୍ମାସିଷ୍ଟ) ଓ ଅନିଲ ପ୍ରଧାନ (ହେଲପର)ନାକଟିଦେଉଳ ଡାକ୍ତରଖାନାରେ ସକାଳ ୦୮:୪୫ମିନିଟ୍ ସମୟରେ ଭର୍ତ୍ତି କରିଥିଲେ । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ସେବା ମନୋଭାବକୁ କେଵଳ ଅଞ୍ଚଳବାସୀ କାହିଁକି ସବୁଠି ସବୁ ମହଲରେ ପ୍ରଶଂସା କରାଯାଉଛି। ଅନ୍ୟ ପକ୍ଷରେ ସବୁ ଦିନିଆଁ ଜିରୋ କନେକ୍ଟିଭିଟି ରାସ୍ତା ନିର୍ମାଣ ପାଇଁ ସରପଞ୍ଚ, ବିଡ଼ିଓ ଓ ଜିଲ୍ଲା ପ୍ରଶାସନ ପ୍ରଧାନ୍ୟତାର ସହିତ ଏଦିଗରେ ପଦକ୍ଷେପ ନେଲେ ଏଭଳି ସମସ୍ୟାରୁ ମୁକ୍ତି ମିଳିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

The post ପୁଣି ଜନନୀ ଯନ୍ତ୍ରଣା: ଖଟ ହେଲା ସାହାରା, ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଭୁରିଭୁରି ପ୍ରଶଂସା appeared first on Odisha.News.