ପୁଣି ଜେଲ ଗଲେ ନିରଞ୍ଜନ ରାଉତ

ଧର୍ମଶାଳା,୧୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ନିର୍ବାଚନମଣ୍ଡଳୀର ୧୩ ନଂ ଜୋନର ପୂର୍ବତନ ବିଜେଡି ଜିଲାପରିଷଦ ସଦସ୍ୟ ନିରଞ୍ଜନ ରାଉତ ପୁଣି ଥରେ ଗିରଫ ହୋଇ ଜେଲ ଯାଇଛନ୍ତି। ପୂର୍ବରୁ ଚାଲିଥିବା ଏକ ମାମଲାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିରଞ୍ଜନ ବୁଧବାର ଚଣ୍ଡିଖୋଲ କୋର୍ଟରେ ହାଜର ହୋଇଥିଲେ। ମାତ୍ର ସେଠାରେ ତାଙ୍କର ବେଲ୍‌ ନାକଚ ହୋଇ ଯିବାରୁ ତାଙ୍କୁ ରଗଡି ଜେଲକୁ ପଠାଇ ଦିଆଯାଇଛି। କିଛି ଦିନ ତଳେ ଚଣ୍ଡିଖୋଲ ନିକଟସ୍ଥ ମହାବିନାୟକ ମନ୍ଦିରରେ ଏକ […] The post ପୁଣି ଜେଲ ଗଲେ ନିରଞ୍ଜନ ରାଉତ appeared first on Dharitri Odia News.

ପୁଣି ଜେଲ ଗଲେ ନିରଞ୍ଜନ ରାଉତ

ଧର୍ମଶାଳା,୧୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ନିର୍ବାଚନମଣ୍ଡଳୀର ୧୩ ନଂ ଜୋନର ପୂର୍ବତନ ବିଜେଡି ଜିଲାପରିଷଦ ସଦସ୍ୟ ନିରଞ୍ଜନ ରାଉତ ପୁଣି ଥରେ ଗିରଫ ହୋଇ ଜେଲ ଯାଇଛନ୍ତି। ପୂର୍ବରୁ ଚାଲିଥିବା ଏକ ମାମଲାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିରଞ୍ଜନ ବୁଧବାର ଚଣ୍ଡିଖୋଲ କୋର୍ଟରେ ହାଜର ହୋଇଥିଲେ। ମାତ୍ର ସେଠାରେ ତାଙ୍କର ବେଲ୍‌ ନାକଚ ହୋଇ ଯିବାରୁ ତାଙ୍କୁ ରଗଡି ଜେଲକୁ ପଠାଇ ଦିଆଯାଇଛି। କିଛି ଦିନ ତଳେ ଚଣ୍ଡିଖୋଲ ନିକଟସ୍ଥ ମହାବିନାୟକ ମନ୍ଦିରରେ ଏକ ବିବାହ ବେଳେ ଘଟିଥିବା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ନିରଞ୍ଜନ। ଯେଉଁଥିପାଇଁ ତାଙ୍କର ବେଲ ଅଗ୍ରାହ୍ୟ ହେବାରୁ ତାଙ୍କୁ ଯାଜପୁର ରୋଡ ସ୍ଥିତ ରଗଡି ଜେଲ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

The post ପୁଣି ଜେଲ ଗଲେ ନିରଞ୍ଜନ ରାଉତ appeared first on Dharitri Odia News.