ପୁଣି ଝାରସୁଗୁଡ଼ାରୁ ସେବା ଆରମ୍ଭ କଲା ଇଣ୍ଡିଗୋ
ଭୁବନେଶ୍ୱର,୧୬ା୫: ବୁଧବାର ଇଣ୍ଡିଗୋ ଏୟାର ଲାଇନ ଝାରସୁଗୁଡା ଏବଂ ଦିଲ୍ଲୀ ମଧ୍ୟରେ ଏହାର ସେବା ଆରମ୍ଭ ପୁନର୍ବାର କରିଛି। ଅପରାହ୍ନ ୩ ଟା ୨୦ ମିନିଟରେ ବିମାନ ଦିଲ୍ଲୀରୁ ବାହାରି ସନ୍ଧ୍ୟା ୫ଟା ୧୫ ମିନିଟରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବ। ସେହିପରି ସନ୍ଧ୍ୟା ୫ଟା ୪୫ ମିନିଟରେ ବିମାନ ଝାରସୁଗୁଡା ବିମାନବନ୍ଦର ଛାଡ଼ି ଦିଲ୍ଲୀ ଅଭିମୁଖେ ଯିବ, ସେଠାରେ ୭ଟା ୦ ମିନିଟରେ ପହଞ୍ଚିବ। ସେବା ପୁନଃଆରମ୍ଭର ପ୍ରଥମ ଦିନରେ ୧୮୩ ଯାତ୍ରୀ […] The post ପୁଣି ଝାରସୁଗୁଡ଼ାରୁ ସେବା ଆରମ୍ଭ କଲା ଇଣ୍ଡିଗୋ appeared first on Dharitri Odia News.
ଭୁବନେଶ୍ୱର,୧୬ା୫: ବୁଧବାର ଇଣ୍ଡିଗୋ ଏୟାର ଲାଇନ ଝାରସୁଗୁଡା ଏବଂ ଦିଲ୍ଲୀ ମଧ୍ୟରେ ଏହାର ସେବା ଆରମ୍ଭ ପୁନର୍ବାର କରିଛି। ଅପରାହ୍ନ ୩ ଟା ୨୦ ମିନିଟରେ ବିମାନ ଦିଲ୍ଲୀରୁ ବାହାରି ସନ୍ଧ୍ୟା ୫ଟା ୧୫ ମିନିଟରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବ।
ସେହିପରି ସନ୍ଧ୍ୟା ୫ଟା ୪୫ ମିନିଟରେ ବିମାନ ଝାରସୁଗୁଡା ବିମାନବନ୍ଦର ଛାଡ଼ି ଦିଲ୍ଲୀ ଅଭିମୁଖେ ଯିବ, ସେଠାରେ ୭ଟା ୦ ମିନିଟରେ ପହଞ୍ଚିବ।
ସେବା ପୁନଃଆରମ୍ଭର ପ୍ରଥମ ଦିନରେ ୧୮୩ ଯାତ୍ରୀ ଦିଲ୍ଲୀରୁ ଝାରସୁଗୁଡା ଯାତ୍ରା କରିବେ ଏବଂ ୧୮୨ ଯାତ୍ରୀ ଝାରସୁଗୁଡ଼ାରୁ ଦିଲ୍ଲୀ ଅଭିମୁଖେ ଯିବେ। ଯାତ୍ରୀଙ୍କୁ ନେଇ ଆସିଥିବା ପ୍ରଥମ ବିମାନକୁ ବିମାନବନ୍ଦର କର୍ତ୍ତୃପକ୍ଷ ୱାଟର କ୍ୟାନନ ଦେଇ ସ୍ୱାଗତ କରିବେ।
The post ପୁଣି ଝାରସୁଗୁଡ଼ାରୁ ସେବା ଆରମ୍ଭ କଲା ଇଣ୍ଡିଗୋ appeared first on Dharitri Odia News.