ଲକ୍ଷ୍ମୀ ବସଷ୍ଟାଣ୍ଡର ଗେଟ୍ ସହ ୫ଘର ଭାଙ୍ଗିଲେ ୨୪ଟିକିଆ ବଣୁଆ ହାତୀପଲ
ପାଟଣା,୧୮।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୨୪ ଟିକିଆ ବଣୁଆ ହାତୀପଲଙ୍କ ଉପଦ୍ରବ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଶନିବାର ବିଳମ୍ବିତ ରାତିରେ ହାତୀପଲ ପାଟଣା ବଡ଼ ବଜାର ଭିତରେ ପଶି ସାଧୁପଡାରେ ଥିବା ଲକ୍ଷ୍ମୀବସ ଷ୍ଟାଣ୍ଡ ଭିତରକୁ ଧସେଇ ପଶି ଲକ୍ଷ୍ମୀ ବସଷ୍ଟାଣ୍ଡର ପ୍ରସ୍ଥାନ ଗେଟ ଭାଙ୍ଗିବା ସହ ରାତିରେ ମାଧପୁର, ସ୍ବାମ, ଦହିବାହାଳୀ ପୁଟୁଳିଆ ଆଦି ଗ୍ରାମରେ ଆତଙ୍କ ଖେଳାଇ ୩ ଜଣଙ୍କ ଘରଭାଙ୍ଗି ଘରଭିତରୁ ଚାଉଳ ଖାଇଦେଇଛନ୍ତି ହାତୀପଲ। ମାଧପୁର ଗ୍ରାମର […] The post ଲକ୍ଷ୍ମୀ ବସଷ୍ଟାଣ୍ଡର ଗେଟ୍ ସହ ୫ଘର ଭାଙ୍ଗିଲେ ୨୪ଟିକିଆ ବଣୁଆ ହାତୀପଲ appeared first on Dharitri Odia News.
ପାଟଣା,୧୮।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୨୪ ଟିକିଆ ବଣୁଆ ହାତୀପଲଙ୍କ ଉପଦ୍ରବ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଶନିବାର ବିଳମ୍ବିତ ରାତିରେ ହାତୀପଲ ପାଟଣା ବଡ଼ ବଜାର ଭିତରେ ପଶି ସାଧୁପଡାରେ ଥିବା ଲକ୍ଷ୍ମୀବସ ଷ୍ଟାଣ୍ଡ ଭିତରକୁ ଧସେଇ ପଶି ଲକ୍ଷ୍ମୀ ବସଷ୍ଟାଣ୍ଡର ପ୍ରସ୍ଥାନ ଗେଟ ଭାଙ୍ଗିବା ସହ ରାତିରେ ମାଧପୁର, ସ୍ବାମ, ଦହିବାହାଳୀ ପୁଟୁଳିଆ ଆଦି ଗ୍ରାମରେ ଆତଙ୍କ ଖେଳାଇ ୩ ଜଣଙ୍କ ଘରଭାଙ୍ଗି ଘରଭିତରୁ ଚାଉଳ ଖାଇଦେଇଛନ୍ତି ହାତୀପଲ। ମାଧପୁର ଗ୍ରାମର ବାଉଁଶରାଣୀ ମୁଣ୍ଡା, ଶ୍ୟାମା ମୁଣ୍ଡା, କ୍ଷିରୋଦ ନାଏକ ଏବଂ ପୁଟୁଳିଆ ଗ୍ରାମର ସରସ୍ବତୀ ମହାନ୍ତ ଓ ପୁଷ୍ପ ମଞ୍ଜରୀ ମହାନ୍ତଙ୍କ ଘର ଭାଙ୍ଗିଦେଇଛନ୍ତି। ଏହି ହାତୀପଲ ଏବେ ମାଧପୁର ଗାଁ ନିକଟରେ ଘୁରି ବୁଲୁଛନ୍ତି । ହାତୀପଲଙ୍କ ଉପଦ୍ରବରେ ଆତଙ୍କିତ ଅସ୍ଥାରେ ସ୍ଥାନୀୟ ଲୋକେ ରହିଥିବା ବେଳେ ବନ ବିଭାଗ ହାତୀପଲଙ୍କ ଉପରେ ନଜର ରଖିବା ସହ ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ କରିବାସହ ଲୋକଙ୍କୁ ସଚେତନ କରାଯାଉଛି।
The post ଲକ୍ଷ୍ମୀ ବସଷ୍ଟାଣ୍ଡର ଗେଟ୍ ସହ ୫ଘର ଭାଙ୍ଗିଲେ ୨୪ଟିକିଆ ବଣୁଆ ହାତୀପଲ appeared first on Dharitri Odia News.