ପୁଣି ଟ୍ରେନ୍‌ ଦୁର୍ଘଟଣା ପାଇଁ ଷଡ଼ଯନ୍ତ୍ର, ରେଳ ଧାରଣାରୁ ମିଳିଲା ୯ ଲୁହା ରଡ୍‌

ନୂଆଦିଲ୍ଲୀ: ଗୁଜରାଟର ବଡୋଦରା, ଉତ୍ତରପ୍ରଦେଶର କାନପୁର ଓ ରାମପୁର ପରେ ଏବେ ପଞ୍ଜାବର ଭଟିଣ୍ଡାରେ ବି ରେଳ ଦୁର୍ଘଟଣାର ଷଡଯନ୍ତ୍ର ହୋଇଛି । ମାତ୍ର ରେଳ ବିଭାଗର ତତ୍ପରତା ହେତୁ ଏକ ବଡ଼ ରେଳ ଦୁର୍ଘଟଣା ଟଳିଯାଇଛି। ଦିଲ୍ଲୀ – ଭଟିଣ୍ଡା ରେଳ ଧାରଣାରୁ ୯ଟି ଲୁହା ରଡ ଜବତ ହୋଇଛି। ରେଳବାଇ ପୁଲିସ୍‌ ମାମଲା ରୁଜୁ କରି ଏହି ଘଟଣାର ଛାନଭିନ ଆରମ୍ଭ କରିଛି। ରବିବାର ଭୋର ୩ଟାରେ ଭଟିଣ୍ଡା- ଦିଲ୍ଲୀ ରେଳ ଟ୍ରାକ୍‌ରେ ଏକ […]

ପୁଣି ଟ୍ରେନ୍‌ ଦୁର୍ଘଟଣା ପାଇଁ ଷଡ଼ଯନ୍ତ୍ର, ରେଳ ଧାରଣାରୁ ମିଳିଲା ୯ ଲୁହା ରଡ୍‌

ନୂଆଦିଲ୍ଲୀ: ଗୁଜରାଟର ବଡୋଦରା, ଉତ୍ତରପ୍ରଦେଶର କାନପୁର ଓ ରାମପୁର ପରେ ଏବେ ପଞ୍ଜାବର ଭଟିଣ୍ଡାରେ ବି ରେଳ ଦୁର୍ଘଟଣାର ଷଡଯନ୍ତ୍ର ହୋଇଛି । ମାତ୍ର ରେଳ ବିଭାଗର ତତ୍ପରତା ହେତୁ ଏକ ବଡ଼ ରେଳ ଦୁର୍ଘଟଣା ଟଳିଯାଇଛି। ଦିଲ୍ଲୀ – ଭଟିଣ୍ଡା ରେଳ ଧାରଣାରୁ ୯ଟି ଲୁହା ରଡ ଜବତ ହୋଇଛି। ରେଳବାଇ ପୁଲିସ୍‌ ମାମଲା ରୁଜୁ କରି ଏହି ଘଟଣାର ଛାନଭିନ ଆରମ୍ଭ କରିଛି। ରବିବାର ଭୋର ୩ଟାରେ ଭଟିଣ୍ଡା- ଦିଲ୍ଲୀ ରେଳ ଟ୍ରାକ୍‌ରେ ଏକ ମାଲବାହୀ ଟ୍ରେନ୍‌ ଯାଉଥିଲା। ମାତ୍ର ଟ୍ରାକ୍‌ରେ ଲୁହା ରଡ ପଡ଼ିଥିବାରୁ ଟ୍ରେନ୍‌ କୌଣସି ସିଗନାଲ ପାଇ ପାରି ନ ଥିଲା। ଏହାପରେ ତୁରନ୍ତ ଛାନଭିନ ଆରମ୍ଭ କରାଯାଇ ଟ୍ରାକ୍‌ରୁ ୯ଟି ଲୁହା ରଡ ଜବତ କରାଯାଇଛି। ଏହାର କିଛି ସମୟ ପରେ ଟ୍ରାକ୍‌ରେ ରେଳ ଚଳାଚଳ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ଥିବା ରେଳ ଧାରଣାରେ ନିୟମିତ ଭାବେ କିଛି ନା କିଛି ଜିନିଷ ଜବତ କରାଯାଉଛି। କେଉଁଠୁ ଗ୍ୟାସ୍‌ ସିଲିଣ୍ଡର ତ କେଉଁଠୁ ସିମେଣ୍ଟ ଖଣ୍ଡ, କେଉଁଠୁ ପଥର ଆଦି ଜିନିଷ ଜବତ ହେଉଛି।