ପୁଣି ଥରିବ ଓଡ଼ିଶା, କାଲିଠୁ ବଦଳିବ ପାଗ
ଭୁବନେଶ୍ବର: ବୁଧବାରଠାରୁ ରାଜ୍ୟରେ ବଦଳିବ ପାଗ। ଆକାଶ ମେଘାଛନ୍ନ ରହିବା ସହ ହାଲୁକା ବର୍ଷା ହେବ। ବିଶେଷ କରି ଉତ୍ତର... The post ପୁଣି ଥରିବ ଓଡ଼ିଶା, କାଲିଠୁ ବଦଳିବ ପାଗ appeared first on .
ଭୁବନେଶ୍ବର: ବୁଧବାରଠାରୁ ରାଜ୍ୟରେ ବଦଳିବ ପାଗ। ଆକାଶ ମେଘାଛନ୍ନ ରହିବା ସହ ହାଲୁକା ବର୍ଷା ହେବ। ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ଏଭଳି ପାଗ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ତ୍ତମାନ ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଥିବା ବେଳେ କାଲିଠାରୁ ପଶ୍ଚିମା ଝଡ ପ୍ରଭାବରେ ପାଗ ପରିବର୍ତ୍ତନ ହେବ। ପ୍ରଭାବରେ ଆସନ୍ତା ୧ ତାରିଖରେ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ବାଲେଶ୍ବର ଏବଂ ଭଦ୍ରକର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ୨ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଏବଂ ମୟୁରଭଞ୍ଜରେ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ବାକି ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବା ସହ ସଂଲଗ୍ନ ଜିଲ୍ଲାଗୁଡିକରେ କୋହଲା ପାଗ ରହିବ। ସେପଟେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ଥିବାରୁ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ। ଆସନ୍ତା କାଲି ଘନ କୁହୁଡି ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୧ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଗଞ୍ଜାମ, କନ୍ଧମାଳ, ସୋନପୁର, ବଲାଙ୍ଗିର, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ବାଲେଶ୍ବର, କଟକ, ବୌଦ୍ଧ ଏବଂ କଳହାଣ୍ଡିକୁ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ରୁ ୨୦୦ ମିଟର ମଧ୍ୟରେ ରହିବ। ଘନ କୁହୁଡି ସମୟରେ ଦୃଶ୍ୟମାନ କ୍ଷମତା କମ୍ ରହୁଥିବାରୁ ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ସେପଟେ ଆସନ୍ତା କାଲିଠାରୁ ରାଜ୍ୟରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ।
The post ପୁଣି ଥରିବ ଓଡ଼ିଶା, କାଲିଠୁ ବଦଳିବ ପାଗ appeared first on .