ପୁଣି ଥରେ ନମ୍ବର ୱାନ ଧନୀ ହେଲେ ଏଲନ ମସ୍କ: କମ୍ପାନୀ ଷ୍ଟକ୍ ବୃଦ୍ଧି ଯୋଗୁ ବଢ଼ିଲା ସମ୍ପତ୍ତି
ନୂଆଦିଲ୍ଲୀ: ବିଶ୍ୱର ପୁଣି ନମ୍ବର ୱାନ ଧନୀ ହେଲେ ଟେସ୍ଲା ସିଇଓ ଏଲନ ମସ୍କ। ବର୍ଣ୍ଣାଡ ଆର୍ନଲ୍ଟ ଏବଂ ଜେଫ୍ ବେଜୋସଙ୍କୁ ପଛରେ ପକାଇ ଏଲନ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଏଲନ୍ ମସ୍କର ନେଟ୍ ୱର୍ଥ ୨୧୦.୭ ବିଲିୟନ ଡଲାରରେ ପହଞ୍ଚିଛି। ଅନ୍ୟପକ୍ଷରେ, ବର୍ଣ୍ଣାଡ ଆର୍ନାଲ୍ଟଙ୍କ ନେଟୱର୍ଥ ୨୦୧ ବିଲିୟନ ଡଲାର ଏବଂ ଜେଫ୍ ବେଜୋସଙ୍କ ୧୯୭.୪ ବିଲିୟନ ଡଲାର ବୋଲି ଆକଳନ କରାଯାଇଛି। ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର୍ ତାଲିକା ଅନୁଯାୟୀ, ଏଲନ ମସ୍କଙ୍କର କମ୍ପାନୀଗୁଡ଼ିକର ଷ୍ଟକରେ ବୃଦ୍ଧି ଯୋଗୁ ତାଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ମସ୍କଙ୍କର ଟେସଲା, ସ୍ପେସ୍ ଏକ୍ସ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ ଭଳି କମ୍ପାନୀର ମାଲିକ। ଫୋର୍ବ୍ସ ପତ୍ରିକାରେ ମେ ୩୧ ପର୍ଯ୍ୟନ୍ତ ଡାଟା ସାମିଲ୍ କରାଯାଇଛି। ଏହା ଅନୁଯାୟୀ, ଫେସବୁକର ସିଇଓ ମାର୍କ ଜୁକରବର୍ଗ ୧୬୩.୯ ବିଲିୟନ ଡଲାର ସହିତ ଚତୁର୍ଥ ସ୍ଥାନରେ ଏବଂ ୧୪୬.୨ ବିଲିୟନ ଡଲାର ସହିତ ଲ୍ୟାରି ଏଲିସନ ପଞ୍ଚମ ସ୍ଥାନରେ ଅଛନ୍ତି। ଏହି ତାଲିକାରେ, ଲ୍ୟାରି ପେଜ୍ ୧୪୨.୬ ବିଲିୟନ ଡଲାର ସମ୍ପତ୍ତି ସହିତ ଷଷ୍ଠ ସ୍ଥାନରେ ଥିବା ବେଳେ ସପ୍ତମ ସ୍ଥାନରେ ଅଛନ୍ତି ସର୍ଗେ ବ୍ରିନ। ତାଙ୍କ ସମ୍ପତ୍ତି ୧୩୬.୬ ବିଲିୟନ ଡଲାର ଆକଳନ କରାଯାଇଛି। ସେହିପରି ଶେୟାର ମାର୍କେଟ ଓସ୍ତାଦ୍ ୱାରେନ୍ ବଫେଟଙ୍କ ସମ୍ପତ୍ତି ମୂଲ୍ୟ ୧୩୪.୯ ବିଲିୟନ ଡଲାର ରହିଛି। ସେ ଧନୀ ତାଲିକାରେ ଅଷ୍ଟମ ସ୍ଥାନର
ନୂଆଦିଲ୍ଲୀ: ବିଶ୍ୱର ପୁଣି ନମ୍ବର ୱାନ ଧନୀ ହେଲେ ଟେସ୍ଲା ସିଇଓ ଏଲନ ମସ୍କ। ବର୍ଣ୍ଣାଡ ଆର୍ନଲ୍ଟ ଏବଂ ଜେଫ୍ ବେଜୋସଙ୍କୁ ପଛରେ ପକାଇ ଏଲନ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଏଲନ୍ ମସ୍କର ନେଟ୍ ୱର୍ଥ ୨୧୦.୭ ବିଲିୟନ ଡଲାରରେ ପହଞ୍ଚିଛି। ଅନ୍ୟପକ୍ଷରେ, ବର୍ଣ୍ଣାଡ ଆର୍ନାଲ୍ଟଙ୍କ ନେଟୱର୍ଥ ୨୦୧ ବିଲିୟନ ଡଲାର ଏବଂ ଜେଫ୍ ବେଜୋସଙ୍କ ୧୯୭.୪ ବିଲିୟନ ଡଲାର ବୋଲି ଆକଳନ କରାଯାଇଛି। ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର୍ ତାଲିକା ଅନୁଯାୟୀ, ଏଲନ ମସ୍କଙ୍କର କମ୍ପାନୀଗୁଡ଼ିକର ଷ୍ଟକରେ ବୃଦ୍ଧି ଯୋଗୁ ତାଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ମସ୍କଙ୍କର ଟେସଲା, ସ୍ପେସ୍ ଏକ୍ସ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ ଭଳି କମ୍ପାନୀର ମାଲିକ। ଫୋର୍ବ୍ସ ପତ୍ରିକାରେ ମେ ୩୧ ପର୍ଯ୍ୟନ୍ତ ଡାଟା ସାମିଲ୍ କରାଯାଇଛି। ଏହା ଅନୁଯାୟୀ, ଫେସବୁକର ସିଇଓ ମାର୍କ ଜୁକରବର୍ଗ ୧୬୩.୯ ବିଲିୟନ ଡଲାର ସହିତ ଚତୁର୍ଥ ସ୍ଥାନରେ ଏବଂ ୧୪୬.୨ ବିଲିୟନ ଡଲାର ସହିତ ଲ୍ୟାରି ଏଲିସନ ପଞ୍ଚମ ସ୍ଥାନରେ ଅଛନ୍ତି।
ଏହି ତାଲିକାରେ, ଲ୍ୟାରି ପେଜ୍ ୧୪୨.୬ ବିଲିୟନ ଡଲାର ସମ୍ପତ୍ତି ସହିତ ଷଷ୍ଠ ସ୍ଥାନରେ ଥିବା ବେଳେ ସପ୍ତମ ସ୍ଥାନରେ ଅଛନ୍ତି ସର୍ଗେ ବ୍ରିନ। ତାଙ୍କ ସମ୍ପତ୍ତି ୧୩୬.୬ ବିଲିୟନ ଡଲାର ଆକଳନ କରାଯାଇଛି। ସେହିପରି ଶେୟାର ମାର୍କେଟ ଓସ୍ତାଦ୍ ୱାରେନ୍ ବଫେଟଙ୍କ ସମ୍ପତ୍ତି ମୂଲ୍ୟ ୧୩୪.୯ ବିଲିୟନ ଡଲାର ରହିଛି। ସେ ଧନୀ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି।
ଏହାପରେ, ବିଲ୍ ଗେଟ୍ସ ୧୨୮.୬ ବିଲିୟନ ଡଲାର ସମ୍ପତ୍ତି ସହ ନବମ ସ୍ତାନରେ ଥିବା ବେଳେ ଦଶମରେ ଅଛନ୍ତି ଷ୍ଟିଭ୍ ବଲମେର୍। ତାଙ୍କ ସମ୍ପତ୍ତି ୧୨୩.୧ ବିଲିୟନ ଡଲାର୍।