ପୁଣି ଦିଲ୍ଲୀ ଗଲେ ମନମୋହନ ସାମଲ: ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଉପରେ…

ଭୁବନେଶ୍ୱର,୧୮।୩: ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ପୁଣି ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସାମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ସେ ଦିଲ୍ଲୀ ଯାଇଛନ୍ତି। ତେବେ ସେଠାରେ ସଂସଦୀୟ ବୋର୍ଡ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଉପରେ ନିଷ୍ପତି ନେବେ। ରବିବାର ବରିଷ୍ଠ ନେତାଙ୍କୁ ନେଇ କାର୍ଯ୍ୟାଳୟରେ ଘନଘନ ବୈଠକ ବସିଥିଲା। ଏଥିରେ ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ। ପୁରା ମାହୋଲ ସରଗରମ ଥିବା ଜଣାପଡୁଥିଲା। ରାଜ୍ୟର ୧୪୭ ବିଧାନସଭା […] The post ପୁଣି ଦିଲ୍ଲୀ ଗଲେ ମନମୋହନ ସାମଲ: ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଉପରେ… appeared first on Dharitri Odia News.

ପୁଣି ଦିଲ୍ଲୀ ଗଲେ ମନମୋହନ ସାମଲ: ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଉପରେ…

ଭୁବନେଶ୍ୱର,୧୮।୩: ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ପୁଣି ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସାମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ସେ ଦିଲ୍ଲୀ ଯାଇଛନ୍ତି। ତେବେ ସେଠାରେ ସଂସଦୀୟ ବୋର୍ଡ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଉପରେ ନିଷ୍ପତି ନେବେ।
ରବିବାର ବରିଷ୍ଠ ନେତାଙ୍କୁ ନେଇ କାର୍ଯ୍ୟାଳୟରେ ଘନଘନ ବୈଠକ ବସିଥିଲା। ଏଥିରେ ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ।
ପୁରା ମାହୋଲ ସରଗରମ ଥିବା ଜଣାପଡୁଥିଲା। ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ନେଇ କାହାକୁ ପ୍ରାର୍ଥୀ କରାଯିବ କାହାକୁ କେଉଁ ଆସନ ଦିଆଯିବ ଏବଂ ଅନ୍ୟ କର୍ମୀଙ୍କୁ କିପରି ସନ୍ତୁଷ୍ଟ କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ସଠିକ ଭାବେ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ଏହାକୁ ଦିଲ୍ଲୀ ପଠାଯିବାରଥିଲା ।

The post ପୁଣି ଦିଲ୍ଲୀ ଗଲେ ମନମୋହନ ସାମଲ: ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଉପରେ… appeared first on Dharitri Odia News.