ସମୁଦ୍ରରେ ଖୋଲିଲା ଭାରତର ପ୍ରଥମ କାଚ ସେତୁ

କନ୍ୟାକୁମାରୀ, ୩୧ା୧୨:ତାମିଲନାଡ଼ୁର କନ୍ୟାକୁମାରୀରେ ବିବେକାନନ୍ଦ ରକ୍‌ ମେମୋରିଆଲ ଓ ପ୍ରଖ୍ୟାତ ତାମିଲ କବି ଏବଂ ଦାର୍ଶନିକ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତିକୁ ସଂଯୋଗ କରୁଥିବା ବହୁ ପ୍ରତୀକ୍ଷିତ କାଚ ସେତୁକୁ ସୋମବାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ ସୋମବାର ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସମୁଦ୍ରରେ ଭାରତର ଏହି ପ୍ରଥମ କାଚ ସେତୁକୁ ଉନ୍ମୋଚନ କରିଛନ୍ତି। ଉକ୍ତ ସେତୁ ମାଧ୍ୟମରେ ପର୍ଯ୍ୟଟକମାନେ ବିବେକାନନ୍ଦ ରକ୍‌ ମେମୋରିଆଲରୁ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଅତି ସହଜରେ ଚାଲି ଯାଇପାରିବା […] The post ସମୁଦ୍ରରେ ଖୋଲିଲା ଭାରତର ପ୍ରଥମ କାଚ ସେତୁ appeared first on Dharitri Odia News.

ସମୁଦ୍ରରେ ଖୋଲିଲା ଭାରତର ପ୍ରଥମ କାଚ ସେତୁ

କନ୍ୟାକୁମାରୀ, ୩୧ା୧୨:ତାମିଲନାଡ଼ୁର କନ୍ୟାକୁମାରୀରେ ବିବେକାନନ୍ଦ ରକ୍‌ ମେମୋରିଆଲ ଓ ପ୍ରଖ୍ୟାତ ତାମିଲ କବି ଏବଂ ଦାର୍ଶନିକ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତିକୁ ସଂଯୋଗ କରୁଥିବା ବହୁ ପ୍ରତୀକ୍ଷିତ କାଚ ସେତୁକୁ ସୋମବାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ ସୋମବାର ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସମୁଦ୍ରରେ ଭାରତର ଏହି ପ୍ରଥମ କାଚ ସେତୁକୁ ଉନ୍ମୋଚନ କରିଛନ୍ତି। ଉକ୍ତ ସେତୁ ମାଧ୍ୟମରେ ପର୍ଯ୍ୟଟକମାନେ ବିବେକାନନ୍ଦ ରକ୍‌ ମେମୋରିଆଲରୁ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଅତି ସହଜରେ ଚାଲି ଯାଇପାରିବା ସହ ସମୁଦ୍ରର ଅନନ୍ୟ ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରିପାରିବେ। ତାମିଲନାଡ଼ୁ ଲୋକ ନିର୍ମାଣ ବିଭାଗର ତତ୍ତ୍ୱାବଧାନରେ ଚେନ୍ନାଇର ‘ଭିଏମ୍‌ଇ ପ୍ରିକାଷ୍ଟ ପ୍ରଡକ୍ଟସ୍‌’ କମ୍ପାନୀ ଦ୍ୱାରା ଏହି ସେତୁ ନିର୍ମାଣ କରାଯାଇଛି। ୩୭ କୋଟି ମୂଲ୍ୟର ଏହି କାଚ ସେତୁର ଲମ୍ବ ୭୭ ମିଟର ହୋଇଥିବାବେଳେ ଏହାର ଚଉଡ଼ା ୧୦ ମିଟର। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି କାଚ ସେତୁ ଦ୍ରୁତ ଗତିରେ ବହୁଥିବା ସାମୁଦ୍ରିକ ପବନ ସହ ବିଭିନ୍ନ ବିପରୀତ ସାମୁଦ୍ରିକ ପରିସ୍ଥିତିକୁ ପ୍ରତିହତ କରିପାରିବ। ସେତୁ ନିର୍ମାଣ ସମୟରେ ଏହାର ସ୍ଥାୟିତ୍ୱ ଏବଂ ପର୍ଯ୍ୟଟକଙ୍କର ସୁରକ୍ଷାକୁ ସୁନିଶ୍ଚିତ କରାଯାଇଥିବା ନେଇ ଷ୍ଟାଲିନ କହିଛନ୍ତି। ସେହିପରି ଏହି କାଚ ସେତୁ ତାମିଲନାଡ଼ୁରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ କନ୍ୟାକୁମାରୀକୁ ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ରୂପେ ବିକଶିତ କରିବ ବୋଲି ସେ କହିଛନ୍ତି।
ସୋମବାରଠାରୁ କନ୍ୟାକୁମାରୀସ୍ଥିତ ତ୍ରିବେଣୀ ସଙ୍ଗମଠାରେ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତିର ୩ ଦିନିଆ ରୌପ୍ୟ ଜୟନ୍ତୀ ଉତ୍ସବ ଆରମ୍ଭ ହୋଇଛି। ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ କନ୍ୟାକୁମାରୀର ବିଭିନ୍ନ ସ୍ଥାନକୁ ରଙ୍ଗିନ ଆଲୋକରେ ସଜ୍ଜା ଯାଇଛି। ସେହିପରି ଲେଜର ଲାଇଟ ଶୋ’ ମାଧ୍ୟମରେ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତିକୁ ଆଲୋକିତ କରାଯାଇଛି, ଯାହାଫଳରେ ପର୍ଯ୍ୟଟକମାନେ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତି ଓ ଆଖପାଖ ଅଞ୍ଚଳର ଚମତ୍କାର ଦୃଶ୍ୟକୁ ଉପଭୋଗ କରିପାରିବେ। ପ୍ରକାଶ ଯେ, ୨୦୦୦ ମସିହା ଜାନୁଆରୀ ୧ରେ ତିରୁବଲ୍ଲୁବରଙ୍କ ୧୩୩ ଫୁଟ ଉଚ୍ଚ ବିଶିଷ୍ଟ ପ୍ରତିମୂର୍ତ୍ତିକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଥିଲା। ତତ୍କାଳୀନ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନଙ୍କ ବାପା ଏମ୍‌. କରୁଣାନିଧି ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ତେବେ ୨୦୦୪ରେ ଆସିଥିବା ସୁନାମି ଏହି ପ୍ରତିମୂର୍ତ୍ତିକୁ ବିଶେଷ କ୍ଷତି ପହଞ୍ଚାଇପାରି ନ ଥିଲା।

The post ସମୁଦ୍ରରେ ଖୋଲିଲା ଭାରତର ପ୍ରଥମ କାଚ ସେତୁ appeared first on Dharitri Odia News.