ପୁଣି ଧମକ ଦେଉଛନ୍ତି ଆକ୍ରମଣକାରୀ: ଏସ୍ପିଙ୍କୁ ସୁରକ୍ଷା ଲୋଡ଼ିଲେ ପରିବାର
କେନ୍ଦୁଝର,୨୨ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଡିସେମ୍ବର ୧୧ ତାରିଖରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଫଳରେ ଆକ୍ରମଣକାରୀ ବଜାରରେ ବୁଲୁଥିବା ବେଳେ ପୁଣି ଧମକ ଦେଉଛନ୍ତି। ଏଥିରେ ଭୟଭୀତ ହୋଇଥିବା ଆହତ ବ୍ୟକ୍ତି ଓ ପରିବାର ଏସ୍ପିଙ୍କ ଭେଟି ସୁରକ୍ଷା ଲୋଡ଼ିଛନ୍ତି। ପ୍ରକାଶ ଯେ, ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ଛକ ନିକଟରେ ଡିସେମ୍ବର ୧୧ ତାରିଖ ସକାଳ ସମୟରେ କାର […] The post ପୁଣି ଧମକ ଦେଉଛନ୍ତି ଆକ୍ରମଣକାରୀ: ଏସ୍ପିଙ୍କୁ ସୁରକ୍ଷା ଲୋଡ଼ିଲେ ପରିବାର appeared first on Dharitri Odia News.
କେନ୍ଦୁଝର,୨୨ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଡିସେମ୍ବର ୧୧ ତାରିଖରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଫଳରେ ଆକ୍ରମଣକାରୀ ବଜାରରେ ବୁଲୁଥିବା ବେଳେ ପୁଣି ଧମକ ଦେଉଛନ୍ତି। ଏଥିରେ ଭୟଭୀତ ହୋଇଥିବା ଆହତ ବ୍ୟକ୍ତି ଓ ପରିବାର ଏସ୍ପିଙ୍କ ଭେଟି ସୁରକ୍ଷା ଲୋଡ଼ିଛନ୍ତି।
ପ୍ରକାଶ ଯେ, ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ଛକ ନିକଟରେ ଡିସେମ୍ବର ୧୧ ତାରିଖ ସକାଳ ସମୟରେ କାର ଛିଡ଼ା କରି ସଞ୍ଜୟ କୁମାର ଗିରି ଏକ ଦୋକାନରୁ ଚା ପିଉଥିଲେ। ସେ ସମୟରେ ପୂର୍ବ ଶତ୍ରୁତାରୁ ୬ ଜଣ ଆସି ଅତର୍କିତ ଭାବେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।
The post ପୁଣି ଧମକ ଦେଉଛନ୍ତି ଆକ୍ରମଣକାରୀ: ଏସ୍ପିଙ୍କୁ ସୁରକ୍ଷା ଲୋଡ଼ିଲେ ପରିବାର appeared first on Dharitri Odia News.