ପୁଣି ଧର୍ମେନ୍ଦ୍ରଙ୍କ ବଡ଼ ବୟାନ, କହିଲେ ବଲାଙ୍ଗୀର, ସମ୍ବଲପୁରରେ ସବୁଠୁ ଶାସନ…

ଭୁବନେଶ୍ୱର,୯।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ଜନାଦେଶ ସ୍ବୀକୃତି ପାଇଥିବା ଭାଜପା ସରକାର ବହୁତ କମ୍‌ ସମୟ ମଧ୍ୟରେ ଅନେକ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରୁଛି। ଗରିବ, ଚାଷୀ, ମହିଳା, ଯୁବକ, ପଛୁଆ ତଥା ସବୁ ବର୍ଗର ଉନ୍ନତି ଡବଲ ଇଞ୍ଜିନ ସରକାରର ପ୍ରତିବଦ୍ଧତାରେ ରହିଛି ବୋଲି ରବିବାର ସମ୍ବଲପୁରଠାରେ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ସିଏମ-କିଷାନ ଯୋଜନା ଏବଂ କୃଷିଭିତ୍ତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଭାଜପା ସରକାରରେ […] The post ପୁଣି ଧର୍ମେନ୍ଦ୍ରଙ୍କ ବଡ଼ ବୟାନ, କହିଲେ ବଲାଙ୍ଗୀର, ସମ୍ବଲପୁରରେ ସବୁଠୁ ଶାସନ… appeared first on Dharitri Odia News.

ପୁଣି ଧର୍ମେନ୍ଦ୍ରଙ୍କ ବଡ଼ ବୟାନ, କହିଲେ ବଲାଙ୍ଗୀର, ସମ୍ବଲପୁରରେ ସବୁଠୁ ଶାସନ…

ଭୁବନେଶ୍ୱର,୯।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ଜନାଦେଶ ସ୍ବୀକୃତି ପାଇଥିବା ଭାଜପା ସରକାର ବହୁତ କମ୍‌ ସମୟ ମଧ୍ୟରେ ଅନେକ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରୁଛି। ଗରିବ, ଚାଷୀ, ମହିଳା, ଯୁବକ, ପଛୁଆ ତଥା ସବୁ ବର୍ଗର ଉନ୍ନତି ଡବଲ ଇଞ୍ଜିନ ସରକାରର ପ୍ରତିବଦ୍ଧତାରେ ରହିଛି ବୋଲି ରବିବାର ସମ୍ବଲପୁରଠାରେ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ସିଏମ-କିଷାନ ଯୋଜନା ଏବଂ କୃଷିଭିତ୍ତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଭାଜପା ସରକାରରେ ସମ୍ବଲପୁର, ବଲାଙ୍ଗୀର ସମେତ ସବୁଠୁ ଶାସନ ଚାଲିବ ବୋଲି ସେ କହିଛନ୍ତି।

ଧର୍ମେନ୍ଦ୍ର ‘ନୂଆଁଖାଇ’ର ପବିତ୍ର ଅବସରରେ କୃଷକଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା କଲ୍ୟାଣକାରୀ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ସିଏମ କିଷାନ ଯୋଜନାରେ ବର୍ତ୍ତମାନ ରାଜ୍ୟର ପ୍ରାୟ ୪୬ ଲକ୍ଷ ଚାଷୀଙ୍କୁ ପ୍ରଥମ କିସ୍ତି ଆକାରରେ ଡିବିଟି ମାଧ୍ୟମରେ ୨୦୨୪-୨୫ ରବି ଫସଲ ଋତୁ ପାଇଁ ୯୨୫ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ସମୃଦ୍ଧ କୃଷକ ଯୋଜନା ସହିତ ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି ଏକ ଯୁଗାନ୍ତକାରୀ ନିଷ୍ପତ୍ତି। ସେହିପରି ଏହି ସରକାରରେ ହୀରାକୁଦ ଡ୍ୟାମ୍‌ ପ୍ରକଳ୍ପ ପଦ୍ଧତିର ନବୀକରଣ ଯୋଜନାକୁ କ୍ୟାବିନେଟ ଅନୁମୋଦନ ଦିଆଯାଇଛି। ଏହି ଯୋଜନା ପାଇଁ ୨୦୨୪-୨୫ରୁ ୨୦୨୭-୨୮ ମଧ୍ୟରେ ପ୍ରାୟ ୯୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।

The post ପୁଣି ଧର୍ମେନ୍ଦ୍ରଙ୍କ ବଡ଼ ବୟାନ, କହିଲେ ବଲାଙ୍ଗୀର, ସମ୍ବଲପୁରରେ ସବୁଠୁ ଶାସନ… appeared first on Dharitri Odia News.