ପୁଣି ନିର୍ବାଚନୀ ଛାଟ,ଚାକିରିରୁ ବିଦା ହେଲେ ୨

କେନ୍ଦ୍ରାପଡା : ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରି ଚାକିରିରୁ ହେଲେ ବିଦା ୨ । ମନ୍ତ୍ରୀଙ୍କ ଗସ୍ତ ବେଳେ ମିଶନ ଶକ୍ତିର ୨ ସିଆରପି ଶଙ୍ଖ ଫୁଙ୍କି ଓ ହୁଳହୁଳି ପକାଇ ଥିବା ଅଭିଯୋଗ ହୋଇଥିଲା I ଅଭିଯୋଗ ମିଳିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ୨ ଜଣଙ୍କୁ ନିଲମ୍ବିତ କରିଛନ୍ତି । ୨ ସିଆରପି ହେଲେ ପୁଷ୍ପାଞ୍ଜଳି ମହାନ୍ତି ଓ ନର୍ମଦା ବସନ୍ତିଆ। ମହାକାଳ ପଡାରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ […]

ପୁଣି ନିର୍ବାଚନୀ ଛାଟ,ଚାକିରିରୁ ବିଦା ହେଲେ ୨
ପୁଣି ନିର୍ବାଚନୀ ଛାଟ,ଚାକିରିରୁ ବିଦା ହେଲେ ୨

କେନ୍ଦ୍ରାପଡା : ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରି ଚାକିରିରୁ ହେଲେ ବିଦା ୨ । ମନ୍ତ୍ରୀଙ୍କ ଗସ୍ତ ବେଳେ ମିଶନ ଶକ୍ତିର ୨ ସିଆରପି ଶଙ୍ଖ ଫୁଙ୍କି ଓ ହୁଳହୁଳି ପକାଇ ଥିବା ଅଭିଯୋଗ ହୋଇଥିଲା I ଅଭିଯୋଗ ମିଳିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ୨ ଜଣଙ୍କୁ ନିଲମ୍ବିତ କରିଛନ୍ତି । ୨ ସିଆରପି ହେଲେ ପୁଷ୍ପାଞ୍ଜଳି ମହାନ୍ତି ଓ ନର୍ମଦା ବସନ୍ତିଆ। ମହାକାଳ ପଡାରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ରୋଡ଼ ସୋ ଓ ଶକ୍ତି ପ୍ରଦର୍ଶନ ସମୟରେ ଅଭିଯୁକ୍ତମାନେ ପୁଷ୍ପଗୁଚ୍ଛ ଦେଇ ଶଙ୍ଖ ଫୁଙ୍କି ,ହୁଳହୁଳି ପକାଇଥିବା ଅଭିଯୋଗ ହୋଇଥିଲା I ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଉଭୟଙ୍କୁ ବିଦା କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ।