ପୁଣି ପରମାଣୁ ଯୁଦ୍ଧ ଧମକ ଦେଲେ ପୁଟିନ
ନୂଆଦିଲ୍ଲୀ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ପରମାଣୁ ଯୁଦ୍ଧ ଧମକ ଦେଇଛନ୍ତି। କୌଣସି ପାଶ୍ଚାତ୍ୟ ରାଷ୍ଟ୍ର ଯଦି ୟୁକ୍ରେନକୁ ସେମାନଙ୍କ ସେନା ଦଳ ଯୁଦ୍ଧ ଲଢ଼ିବାପାଇଁ ପଠାନ୍ତି ତେବେ ଏହାର ପରିଣାମ ଅତି ଭୟଙ୍କର ହେବ ବୋଲି ପୁଟିନ କହିଛନ୍ତି। ରୁଷ୍ ସଂସଦର ଉଭୟ ଗୃହକୁ ବାର୍ଷିକ ଉଦବୋଧନ ଦେଇ ପୁଟିନ କହିଛନ୍ତି, ୟୁକ୍ରେନରୁ ପାଶ୍ଚାତ୍ୟ ସାମରିକ ଦଳ ପଠାଇବାପାଇଁ ସେମାନେ ଘୋଷଣା କରିଛନ୍ତି କିନ୍ତୁ ଏହାର ପରିଣାମ ପୂରା ଭୟଙ୍କର ହେବ ବୋଲି […]

ନୂଆଦିଲ୍ଲୀ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ପରମାଣୁ ଯୁଦ୍ଧ ଧମକ ଦେଇଛନ୍ତି। କୌଣସି ପାଶ୍ଚାତ୍ୟ ରାଷ୍ଟ୍ର ଯଦି ୟୁକ୍ରେନକୁ ସେମାନଙ୍କ ସେନା ଦଳ ଯୁଦ୍ଧ ଲଢ଼ିବାପାଇଁ ପଠାନ୍ତି ତେବେ ଏହାର ପରିଣାମ ଅତି ଭୟଙ୍କର ହେବ ବୋଲି ପୁଟିନ କହିଛନ୍ତି। ରୁଷ୍ ସଂସଦର ଉଭୟ ଗୃହକୁ ବାର୍ଷିକ ଉଦବୋଧନ ଦେଇ ପୁଟିନ କହିଛନ୍ତି, ୟୁକ୍ରେନରୁ ପାଶ୍ଚାତ୍ୟ ସାମରିକ ଦଳ ପଠାଇବାପାଇଁ ସେମାନେ ଘୋଷଣା କରିଛନ୍ତି କିନ୍ତୁ ଏହାର ପରିଣାମ ପୂରା ଭୟଙ୍କର ହେବ ବୋଲି ପୁଟିନ କହିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ୟୁକ୍ରେନକୁ ସେନା ପଠାଇବା ଟିପ୍ପଣୀ ସଂକ୍ରାନ୍ତରେ ପୁଟିନ ଏହି ଟିପ୍ପଣୀ ଦେଇଛନ୍ତି। ତେବେ ଆମେରିକା, ଜର୍ମାନୀ, ବ୍ରିଟେନ ଏବଂ ଅନ୍ୟ ରାଷ୍ଟ୍ରମାନେ ମାକ୍ରନଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଉକ୍ତ ପ୍ରସଙ୍ଗରେ ପୁଟିନ କହିଛନ୍ତି, ସେମାନେ ପରିଶେଷରେ ଏହା ହୃଦବୋଧ କରିବା ଉଚିତ ଯେ ଆମ ପାଖରେ ଥିବା ଅସ୍ତ୍ର ସେମାନଙ୍କ ଅଞ୍ଚଳକୁ ବି ଟାର୍ଗେଟ୍ କରିପାରିବ । ପୁଟିନ କହିଛନ୍ତି, ଏହା ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରିବ।