ପୁଣି ପାକିସ୍ତାନ କ୍ରିକେଟ୍‌ର ମଙ୍ଗ ଧରିଲେ ବାବର ଆଜାମ: ଶାହିନ୍‌ଙ୍କୁ ଝଟ୍‌କା

ଇସଲାମାବାଦ୍‌,୩୧।୩: ପାକିସ୍ତାନ କ୍ରିକେଟ ଦଳରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ପାକିସ୍ତାନ କ୍ରିକେଟ ବୋର୍ଡ ପୁଣି ଥରେ ଅଧିନାୟକ ବାବର ଆଜାମଙ୍କୁ ହସ୍ତାନ୍ତର କରିଛି। ବାବର ଟି-୨୦ ଏବଂ ଦିନିକିଆ ଫର୍ମାଟରେ ଦଳର ନେତୃତ୍ୱ ନେବେ। ଚୟନ କମିଟିର ସୁପାରିଶ ପରେ ପିସିବି ଅଧ୍ୟକ୍ଷ ମୋହସିନ ନକଭି ଏହି ନିଷ୍ପତ୍ତି ନେଇଛନ୍ତି। ଶାନ ମାସୁଦ ପାକିସ୍ତାନର ଟେଷ୍ଟ ଦଳର ଅଧିନାୟିକତ୍ୱ ଗ୍ରହଣ କରିବେ। ନିକଟରେ ଅଧିନାୟକତ୍ୱକୁ ନେଇ ଦଳରେ ଅନେକ ଅଶାନ୍ତି ଦେଖାଦେଇଥିଲା। ବିଶ୍ୱକପ ୨୦୨୩ରେ ପାକିସ୍ତାନର […] The post ପୁଣି ପାକିସ୍ତାନ କ୍ରିକେଟ୍‌ର ମଙ୍ଗ ଧରିଲେ ବାବର ଆଜାମ: ଶାହିନ୍‌ଙ୍କୁ ଝଟ୍‌କା appeared first on Dharitri Odia News.

ପୁଣି ପାକିସ୍ତାନ କ୍ରିକେଟ୍‌ର ମଙ୍ଗ ଧରିଲେ ବାବର ଆଜାମ: ଶାହିନ୍‌ଙ୍କୁ ଝଟ୍‌କା

ଇସଲାମାବାଦ୍‌,୩୧।୩: ପାକିସ୍ତାନ କ୍ରିକେଟ ଦଳରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ପାକିସ୍ତାନ କ୍ରିକେଟ ବୋର୍ଡ ପୁଣି ଥରେ ଅଧିନାୟକ ବାବର ଆଜାମଙ୍କୁ ହସ୍ତାନ୍ତର କରିଛି। ବାବର ଟି-୨୦ ଏବଂ ଦିନିକିଆ ଫର୍ମାଟରେ ଦଳର ନେତୃତ୍ୱ ନେବେ। ଚୟନ କମିଟିର ସୁପାରିଶ ପରେ ପିସିବି ଅଧ୍ୟକ୍ଷ ମୋହସିନ ନକଭି ଏହି ନିଷ୍ପତ୍ତି ନେଇଛନ୍ତି। ଶାନ ମାସୁଦ ପାକିସ୍ତାନର ଟେଷ୍ଟ ଦଳର ଅଧିନାୟିକତ୍ୱ ଗ୍ରହଣ କରିବେ। ନିକଟରେ ଅଧିନାୟକତ୍ୱକୁ ନେଇ ଦଳରେ ଅନେକ ଅଶାନ୍ତି ଦେଖାଦେଇଥିଲା।
ବିଶ୍ୱକପ ୨୦୨୩ରେ ପାକିସ୍ତାନର ଖରାପ ପ୍ରଦର୍ଶନ ଥିଲା। ଏହି ଟୁର୍ନାମେଣ୍ଟ ପରେ ବାବର ସମସ୍ତ ତିନୋଟି ଫର୍ମାଟର ଅଧିନାୟକତ୍ୱ ଛାଡିଥିଲେ। ପିସିବି ଶାହିନ ଆଫ୍ରିଦିଙ୍କୁ ବାବରଙ୍କ ପରେ ଟି-୨୦ ଦଳର ଅଧିନାୟକ କରିଥିଲା। ଟେଷ୍ଟ ପାଇଁ ଶାନ ମାସୁଦଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଅଧିନାୟକତ୍ୱ ପରିବର୍ତ୍ତନ ପରେ ମଧ୍ୟ ଦଳର ପ୍ରଦର୍ଶନରେ କୌଣସି ପାର୍ଥକ୍ୟ ନ ଥିଲା। ତେଣୁ ଟି-୨୦ ବିଶ୍ୱକପ ୨୦୨୪ର ଠିକ ପୂର୍ବରୁ ପିସିବି ପୁନର୍ବାର ଅଧିନାୟକତ୍ୱ ପରିବର୍ତ୍ତନ କରି ଦାୟିତ୍ୱ ବାବରଙ୍କୁ ଦେଇଛି।
ପାକିସ୍ତାନ କ୍ରିକେଟ ବୋର୍ଡ ଏକ୍ସରେ ଏକ ଭିଡିଓ ଶେୟାର କରିଛି। ବୋର୍ଡ ଭିଡିଓର କ୍ୟାପସନରେ ଲେଖିଛି, ବାବର ଆଜମଙ୍କୁ ଧଳା ବଲ ଫର୍ମାଟ (ଦିନିକିଆ ଏବଂ ଟି-୨୦) ର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିଲା। ଚୟନ କମିଟିର ସୁପାରିଶ ପରେ ପିସିବି ଅଧ୍ୟକ୍ଷ ମୋହସିନ ନକଭି ବାବର ଆଜମଙ୍କୁ ପାକିସ୍ତାନ ପୁରୁଷ କ୍ରିକେଟ ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଛନ୍ତି।

 

The post ପୁଣି ପାକିସ୍ତାନ କ୍ରିକେଟ୍‌ର ମଙ୍ଗ ଧରିଲେ ବାବର ଆଜାମ: ଶାହିନ୍‌ଙ୍କୁ ଝଟ୍‌କା appeared first on Dharitri Odia News.