ପୁଣି ବଡ଼ ଆକ୍ସନ ନେଲେ ଟ୍ରମ୍ପ: ଅନ୍ତର୍ଜାତୀୟ ଅପରାଧ ଅଦାଲତ ବିରୋଧରେ ପ୍ରତିବନ୍ଧକ ଘୋଷଣା

ଓ୍ବାଶିଂଟନ,୭।୨: ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରି ଆସୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅନ୍ତର୍ଜାତୀୟ ଅପରାଧ ଅଦାଲତ(ଆଇସିସି) ବିରୋଧରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ତାଙ୍କର ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ, ସେ ଏହି ସଂଗଠନକୁ ‘ଭିତ୍ତିହୀନ’ ବୋଲି କହିଛନ୍ତି। ଏହି ଆଦେଶରେ ଅଭିଯୋଗ କରାଯାଇଛି ଯେ, ଅନ୍ତର୍ଜାତୀୟ ଅପରାଧ ଅଦାଲତ ସର୍ବଦା ଆମେରିକା ଏବଂ ଏହାର ସହଯୋଗୀ ଇସ୍ରାଏଲ ବିରୋଧରେ ଅନ୍ୟାୟ ଏବଂ ଭିତ୍ତିହୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ। ଏହି […] The post ପୁଣି ବଡ଼ ଆକ୍ସନ ନେଲେ ଟ୍ରମ୍ପ: ଅନ୍ତର୍ଜାତୀୟ ଅପରାଧ ଅଦାଲତ ବିରୋଧରେ ପ୍ରତିବନ୍ଧକ ଘୋଷଣା appeared first on Dharitri Odia News.

ପୁଣି ବଡ଼ ଆକ୍ସନ ନେଲେ ଟ୍ରମ୍ପ: ଅନ୍ତର୍ଜାତୀୟ ଅପରାଧ ଅଦାଲତ ବିରୋଧରେ ପ୍ରତିବନ୍ଧକ ଘୋଷଣା

ଓ୍ବାଶିଂଟନ,୭।୨: ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରି ଆସୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅନ୍ତର୍ଜାତୀୟ ଅପରାଧ ଅଦାଲତ(ଆଇସିସି) ବିରୋଧରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ତାଙ୍କର ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ, ସେ ଏହି ସଂଗଠନକୁ ‘ଭିତ୍ତିହୀନ’ ବୋଲି କହିଛନ୍ତି। ଏହି ଆଦେଶରେ ଅଭିଯୋଗ କରାଯାଇଛି ଯେ, ଅନ୍ତର୍ଜାତୀୟ ଅପରାଧ ଅଦାଲତ ସର୍ବଦା ଆମେରିକା ଏବଂ ଏହାର ସହଯୋଗୀ ଇସ୍ରାଏଲ ବିରୋଧରେ ଅନ୍ୟାୟ ଏବଂ ଭିତ୍ତିହୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ।

ଏହି ଆଦେଶ ଅନୁସାରେ, ଆମେରିକା ଏବେ ଆଇସିସି ଅଧିକାରୀ ଏବଂ ସେମାନଙ୍କ ପରିବାର ଉପରେ ଭିସା ପ୍ରତିବନ୍ଧକ ଲଗାଇଛି। ଏହା ସହିତ, ଅନ୍ତର୍ଜାତୀୟ ଅପରାଧ ଅଦାଲତର ତଦନ୍ତରେ ସହଯୋଗ କରୁଥିବା ଲୋକଙ୍କ ଉପରେ ମଧ୍ୟ ଭିସା ପ୍ରତିବନ୍ଧକ ଲଗାଯାଇଛି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ଗସ୍ତରେ ଥିବା ସମୟରେ ଟ୍ରମ୍ପ ଏହି ନିର୍ଦ୍ଦେଶରେ ସ୍ବାକ୍ଷର କରିଥିଲେ। ୨୦୨୪ରେ ଅନ୍ତର୍ଜାତୀୟ ଅପରାଧ ଅଦାଲତ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଯୁଦ୍ଧ ଅପରାଧୀ ବିବେଚନା କରିଥିଲେ ଏବଂ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ।

ଆଦେଶରେ କୁହାଯାଇଛି ଯେ, ଅନ୍ତର୍ଜାତୀୟ ଅପରାଧ ଅଦାଲତ ଆଫଗାନିସ୍ତାନରେ ଆମେରିକୀୟ ସୈନିକ ଏବଂ ଗାଜାରେ ଇସ୍ରାଏଲୀ ସୈନିକଙ୍କ ଦ୍ୱାରା କଥିତ ଯୁଦ୍ଧ ଅପରାଧର ଭିତ୍ତିହୀନ କାର୍ଯ୍ୟରେ ନିୟୋଜିତ ଥିଲା, ତେଣୁ ଏହି ନିଷ୍ପତ୍ତି ନିଆଯାଇଛି।
ଟ୍ରମ୍ପ ପ୍ରଥମ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରେ ମଧ୍ୟ ସେ ଆଇସିସି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଟ୍ରମ୍ପ କିଛି ଦିନ ପୂର୍ବରୁ UNHRC ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ମଧ୍ୟ ନେଇଥିଲେ। ଆମେରିକା ଆଉ ଜାତିସଂଘ ମାନବାଧିକାର ପରିଷଦ (UNHRC) ବୈଠକରେ ଅଂଶଗ୍ରହଣ କରିବ ନାହିଁ। ଏହା ବ୍ୟତୀତ, ଡୋନାଲ୍ଡ ଟ୍ରମ୍ପ ପାଲେଷ୍ଟାଇନକୁ ସାହାଯ୍ୟ କରୁଥିବା ଜାତିସଂଘର ସଂସ୍ଥା ୟୁନାଇଟେଡ ନେସନ୍ସ ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି (UNRWA)ର ପାଣ୍ଠି ମଧ୍ୟ ବନ୍ଦ କରିଦେଇଛନ୍ତି।

 

The post ପୁଣି ବଡ଼ ଆକ୍ସନ ନେଲେ ଟ୍ରମ୍ପ: ଅନ୍ତର୍ଜାତୀୟ ଅପରାଧ ଅଦାଲତ ବିରୋଧରେ ପ୍ରତିବନ୍ଧକ ଘୋଷଣା appeared first on Dharitri Odia News.