ପୁଣି ବଢ଼ିଲା କିଟ୍‌ ଅଡ଼ୁଆ, ମୃତ ଛାତ୍ରଙ୍କ ବାପା କହିଲେ…

ଭୁବନେଶ୍ୱର,୨।୪: ପୁଣି ବଢ଼ିଲା କିଟ୍‌ ଅଡ଼ୁଆ। କିଟ୍‌ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ଅର୍ଣ୍ଣବଙ୍କ ବାପା। କିଟ୍‌ କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। କର୍ତ୍ତୃପକ୍ଷଙ୍କ ଉପରେ କ୍ଷୋଭ ସହ ମ୍ୟାନେଜମେଣ୍ଟ ଅବହେଳାକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ପିଲାକୁ ତାଙ୍କ ଦାୟିତ୍ୱରେ ଛଡ଼ା ଯାଇଥିଲା, ଅବହେଳାରୁ ମତ୍ୟୁ ହୋଇଛି। ପୁଅ ସହ କୌଣସି ଅଘଟଣ ଘଟିଛି, ଆତ୍ମହତ୍ୟା କରିନିବୋଲି ବାପା କହିଛନ୍ତି। ହଷ୍ଟେଲ ୱାଡେନଙ୍କ କଥା ଓ ଘଟଣାବଳୀ ମଧ୍ୟରେ […] The post ପୁଣି ବଢ଼ିଲା କିଟ୍‌ ଅଡ଼ୁଆ, ମୃତ ଛାତ୍ରଙ୍କ ବାପା କହିଲେ… appeared first on Dharitri Odia News.

ପୁଣି ବଢ଼ିଲା କିଟ୍‌ ଅଡ଼ୁଆ, ମୃତ ଛାତ୍ରଙ୍କ ବାପା କହିଲେ…

ଭୁବନେଶ୍ୱର,୨।୪: ପୁଣି ବଢ଼ିଲା କିଟ୍‌ ଅଡ଼ୁଆ। କିଟ୍‌ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ଅର୍ଣ୍ଣବଙ୍କ ବାପା। କିଟ୍‌ କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। କର୍ତ୍ତୃପକ୍ଷଙ୍କ ଉପରେ କ୍ଷୋଭ ସହ ମ୍ୟାନେଜମେଣ୍ଟ ଅବହେଳାକୁ ଦାୟୀ କରିଛନ୍ତି।
ସେ କହିଛନ୍ତି, ପିଲାକୁ ତାଙ୍କ ଦାୟିତ୍ୱରେ ଛଡ଼ା ଯାଇଥିଲା, ଅବହେଳାରୁ ମତ୍ୟୁ ହୋଇଛି।
ପୁଅ ସହ କୌଣସି ଅଘଟଣ ଘଟିଛି, ଆତ୍ମହତ୍ୟା କରିନିବୋଲି ବାପା କହିଛନ୍ତି। ହଷ୍ଟେଲ ୱାଡେନଙ୍କ କଥା ଓ ଘଟଣାବଳୀ ମଧ୍ୟରେ ତାଳମେଳ ରହୁନି। ଏଭଳି ଅବହେଳା କଲେ ପଶ୍ଚିମବଙ୍ଗରୁ ଆଉ କେହି କିଟ୍‌ ଆସିବେ ନାହିଁ। ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ସତ୍ୟାସତ୍ୟ ବାହାର କରାଯାଉ। ମୃତ ଛାତ୍ରଙ୍କ ବାପାଙ୍କ ଅଭିଯୋଗ ନେଇ କିଟ୍‌ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ମଞ୍ଚେଶ୍ବର  ଥାନା ଅଞ୍ଚଳର ଏକ ନିର୍ମାଣାଧୀନ କୋଠା ତଳୁ ଛାତ୍ରଙ୍କ ମୃତଦେହ ଜବତ ହୋଇଥିଥିଲା। ମୃତଛାତ୍ର କିଟ୍‌ ବିଶ୍ବବିଦ୍ୟାଳୟରେ ବିଟେକ ତୃତୀୟ ବର୍ଷର ଛାତ୍ର। ଛାତ୍ର ଜଣଙ୍କ ନାଁ ଅର୍ଣ୍ଣବ ମୁଖାର୍ଜୀ, ଘର ପଶ୍ଚିମବଙ୍ଗ ବାଁକୁରା।
ଅର୍ଣ୍ଣବ କିଟ୍‌ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ତେବେ ଏବେ ପ୍ରଶ୍ନ ଉଠୁଛି ହଷ୍ଟେଲ୍‌ରୁ ସେ କାହିଁକି ମଞ୍ଚେଶ୍ୱର ଆସିଥିଲେ। ସେଠାରେ କେଉଁ ପରିସ୍ଥିତିରେ ତାଙ୍କରୁ ମୃତ୍ୟୁ ଘଟିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ଅପମୃତ୍ୟୁ ମାମଲା ରୁଜୁ କରି ମଞ୍ଚେଶ୍ବର ପୋଲିସର ତଦନ୍ତ ଜାରି ରଖିଥିବା ବେଳେ ଅର୍ଣ୍ଣବଙ୍କ ମୃତ୍ୟୁ ନେଇ କିଟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

The post ପୁଣି ବଢ଼ିଲା କିଟ୍‌ ଅଡ଼ୁଆ, ମୃତ ଛାତ୍ରଙ୍କ ବାପା କହିଲେ… appeared first on Dharitri Odia News.