ପୁଣି ବିଜେଡିରେ ବିବାଦ, କାର୍ଯ୍ୟକାରିଣୀରେ କେଉଁମାନେ ସ୍ଥାନ ପାଇଲେ ? ଘୋଷଣା ହେଲାନି ନାଁ

ଭୁବନେଶ୍ଵର: ବାଦ ବିବାଦ ଭିତରେ ଏବେ ବିଜେଡିରେ ପୁଣି ଚର୍ଚ୍ଚା। ଏବେ ଏହି ଚର୍ଚ୍ଚା- ବିଜେଡି କାର୍ଯ୍ୟକାରିଣୀରେ କେଉଁମାନେ ସ୍ଥାନ ପାଇଲେ।କାହିଁକି କୌଣସି ନାମ ଘୋଷଣା ହେଲା ନାହିଁ ? ଚର୍ଚ୍ଚା ହେଉଛି ବିଜେଡିରେ ବିଦ୍ରୋହ ମୁଣ୍ଡ ଟେକୁଥିବାରୁ ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟଙ୍କ ନାଁ ଘୋଷଣା କରାଯାଇନାହିଁ।ଆଗକୁ ଯେପରି ଦଳ ଭିତରେ ମନମାଳିନ୍ୟ ନରହିବ, ଦଳ ସଂଗଠିତ ହେବ ତାକୁ ନଜରରେ ରଖି ସତର୍କତାର ସହ କମିଟି ଗଠନ କରାଯାଉଛି।Also read: ନବୀନଙ୍କୁ ମନମୋହନଙ୍କ କାଉଣ୍ଟର, ଆପଣଙ୍କ ଅମଳରେ କ'ଣ ହେଉଥିଲା ?ବିଜେଡି କାର୍ଯ୍ୟକାରିଣୀରେ କେଉଁମାନେ ସ୍ଥାନ ପାଇଲେ ? କାହିଁକି କୌଣସି ନାମ ଘୋଷଣା ହେଲାନି ? ତାକୁ ନେଇ ଦଳ ଭିତରେ ଆରମ୍ଭ ହୋଇଛି ଚର୍ଚ୍ଚା।ବିଜେଡିର ପୁଣି ସଭାପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ।ସାଧାରଣ ଭାବେ ଦଳ ସଭାପତି ଘୋଷଣା ପୂର୍ବରୁ ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ଘୋଷଣା ହେବା କଥା। ରାଜ୍ୟ ପରିଷଦର ୩୫୫ ସଦସ୍ୟ ରହିବା ବ୍ୟବସ୍ଥା ଥିବା ବେଳେ ରହିଛି ଏଥିରୁ ୮୧ ଜଣ କାର୍ଯ୍ୟକାରିଣୀରେ ସାମିଲ ହୋଇପାରିବେ।କାର୍ଯ୍ୟକାରିଣୀର ସଦସ୍ୟ ସଭାପତି ନିର୍ବାଚନ କରିଥାନ୍ତି। କିନ୍ତୁ ରାଜ୍ୟ ପରିଷଦ କି କାର୍ଯ୍ୟକାରିଣୀ କମିଟି, କାହାରି ନାଁ ଘୋଷଣା ହୋଇନାହିଁ।ତେଣୁ ଚର୍ଚ୍ଚା ହେଉଛି ଦଳରେ ବିଦ୍ରୋହ ମୁଣ୍ଡ ଟେକୁଥିବାରୁ କାର୍ଯ୍ୟକାରୀଣୀ ସଦସ୍ୟଙ୍କ ନାମ ଘୋଷଣା ହୋଇନ

ପୁଣି ବିଜେଡିରେ ବିବାଦ, କାର୍ଯ୍ୟକାରିଣୀରେ କେଉଁମାନେ ସ୍ଥାନ ପାଇଲେ ? ଘୋଷଣା ହେଲାନି ନାଁ

ଭୁବନେଶ୍ଵର: ବାଦ ବିବାଦ ଭିତରେ ଏବେ ବିଜେଡିରେ ପୁଣି ଚର୍ଚ୍ଚା। ଏବେ ଏହି ଚର୍ଚ୍ଚା- ବିଜେଡି କାର୍ଯ୍ୟକାରିଣୀରେ କେଉଁମାନେ ସ୍ଥାନ ପାଇଲେ।କାହିଁକି କୌଣସି ନାମ ଘୋଷଣା ହେଲା ନାହିଁ ? ଚର୍ଚ୍ଚା ହେଉଛି ବିଜେଡିରେ ବିଦ୍ରୋହ ମୁଣ୍ଡ ଟେକୁଥିବାରୁ ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟଙ୍କ ନାଁ ଘୋଷଣା କରାଯାଇନାହିଁ।ଆଗକୁ ଯେପରି ଦଳ ଭିତରେ ମନମାଳିନ୍ୟ ନରହିବ, ଦଳ ସଂଗଠିତ ହେବ ତାକୁ ନଜରରେ ରଖି ସତର୍କତାର ସହ କମିଟି ଗଠନ କରାଯାଉଛି।

Also read: ନବୀନଙ୍କୁ ମନମୋହନଙ୍କ କାଉଣ୍ଟର, ଆପଣଙ୍କ ଅମଳରେ କ'ଣ ହେଉଥିଲା ?

ବିଜେଡି କାର୍ଯ୍ୟକାରିଣୀରେ କେଉଁମାନେ ସ୍ଥାନ ପାଇଲେ ? କାହିଁକି କୌଣସି ନାମ ଘୋଷଣା ହେଲାନି ? ତାକୁ ନେଇ ଦଳ ଭିତରେ ଆରମ୍ଭ ହୋଇଛି ଚର୍ଚ୍ଚା।ବିଜେଡିର ପୁଣି ସଭାପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ।ସାଧାରଣ ଭାବେ ଦଳ ସଭାପତି ଘୋଷଣା ପୂର୍ବରୁ ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ଘୋଷଣା ହେବା କଥା। ରାଜ୍ୟ ପରିଷଦର ୩୫୫ ସଦସ୍ୟ ରହିବା ବ୍ୟବସ୍ଥା ଥିବା ବେଳେ ରହିଛି ଏଥିରୁ ୮୧ ଜଣ କାର୍ଯ୍ୟକାରିଣୀରେ ସାମିଲ ହୋଇପାରିବେ।

କାର୍ଯ୍ୟକାରିଣୀର ସଦସ୍ୟ ସଭାପତି ନିର୍ବାଚନ କରିଥାନ୍ତି। କିନ୍ତୁ ରାଜ୍ୟ ପରିଷଦ କି କାର୍ଯ୍ୟକାରିଣୀ କମିଟି, କାହାରି ନାଁ ଘୋଷଣା ହୋଇନାହିଁ।ତେଣୁ ଚର୍ଚ୍ଚା ହେଉଛି ଦଳରେ ବିଦ୍ରୋହ ମୁଣ୍ଡ ଟେକୁଥିବାରୁ କାର୍ଯ୍ୟକାରୀଣୀ ସଦସ୍ୟଙ୍କ ନାମ ଘୋଷଣା ହୋଇନି।ଆଗକୁ ଯେପରି ଦଳରେ ମନମାଳିନ୍ୟ ନରହିବ ତାକୁ ଦୃଷ୍ଟିରେ ରଖି ସତର୍କତାର ସହ କମିଟି ଗଠନ କରାଯାଉଛି।ଏପଟେ ବିଜେଡି ନେତାଙ୍କ କହିବା କଥା ବିଜେପି ଓ କଂଗ୍ରେସରେ ବି କନ୍ଦଳ ଅଛି।ସବୁ ଦଳରେ କନ୍ଦଳ ରହିବା ସ୍ବାଭାବିକ।ଆଗକୁ ଦଳ କିଭଳି ସଂଗଠିତ ହେବ, ସେନେଇ କାର୍ଯ୍ୟକ୍ରମ ଚାଲିଛି।

କ୍ଷମତାରୁ ଯିବା ପରେ ପ୍ରଥମ ଥର ବିଜେଡିରେ ଏଭଳି ସ୍ଥିତି, ଯାହା ଆଗରୁ କେବେ  ଦେଖିବାକୁ ମିଳିନଥିଲା।ବିଶେଷ କରି ୱାକଫ୍ ବିଲ୍ ପରଠାରୁ ଦଳରେ ବିବାଦ ଦେଖିବାକୁ ମିଳିଥିଲା।ଏପରିକି ବରିଷ୍ଠ ନେତା ବିଭିନ୍ନ ସ୍ଥାନରେ ମେଳି ବାନ୍ଧିଥିବା ଦେଖାଯାଇଥିଲା। ସବୁ ଘଟଣାକୁ ଦେଖିଲେ ଦଳରେ ଅଡୁଆ ପରିସ୍ଥିତି ହୋଇଛି।ସେଥିପାଇଁ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ଘୋଷଣା କରାଯାଇନାହିଁ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।

୨୦୨୪ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ଦଳରେ ଏବେ ସବୁ ଠିକ ଚାଲିନାହିଁ।ନେତା ନେତାଙ୍କ ଭିତରେ ବାକ ଯୁଦ୍ଧ ଚାଲିଛି।ତେବେ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।