ପୁଣି ଭାଜପା ଛାଡି ଆର୍ଜେଡି ସହ ଯିବେ କି ନୀତୀଶ: ନିଜେ କଲେ ଖୁଲାସା
ପାଟନା,୬।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିଲେ। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନିକଟରେ ନୀତୀଶ ଆରଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଭେଟିଥିଲେ। ବିହାରର ମୁଖ୍ୟମନ୍ତ୍ରୀ ନିଜେ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି। ଏହି ପ୍ରସଙ୍ଗରେ ନୀତୀଶ କହିଛନ୍ତି ଯେ, ଆମେ ତାଙ୍କ ସହ ଦୁଇଥର ଯାଇ ବଡ଼ ଭୁଲ କରିଥିଲୁ। ଆମେ ଆରମ୍ଭରୁ ଭାଜପା ସହିତ ଅଛୁ। […] The post ପୁଣି ଭାଜପା ଛାଡି ଆର୍ଜେଡି ସହ ଯିବେ କି ନୀତୀଶ: ନିଜେ କଲେ ଖୁଲାସା appeared first on Dharitri Odia News.
ପାଟନା,୬।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିଲେ। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନିକଟରେ ନୀତୀଶ ଆରଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଭେଟିଥିଲେ। ବିହାରର ମୁଖ୍ୟମନ୍ତ୍ରୀ ନିଜେ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି। ଏହି ପ୍ରସଙ୍ଗରେ ନୀତୀଶ କହିଛନ୍ତି ଯେ, ଆମେ ତାଙ୍କ ସହ ଦୁଇଥର ଯାଇ ବଡ଼ ଭୁଲ କରିଥିଲୁ। ଆମେ ଆରମ୍ଭରୁ ଭାଜପା ସହିତ ଅଛୁ। ଏବେ ଆଉ କେଉଁଠାକୁ ଯିବୁ ନାହିଁ। କେବଳ ଭାଜପା ସହିତ ରହିବୁ।
ନିକଟରେ ସୂଚନା କମିଶନରଙ୍କ ନିଯୁକ୍ତି ସମ୍ପର୍କରେ ନୀତୀଶ କୁମାର ଏବଂ ବିରୋଧୀ ଦଳର ନେତା ତେଜସ୍ବୀ ଯାଦବଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ତାଙ୍କ ବିଷୟରେ ଅନେକ କଳ୍ପନାଜଳ୍ପନା କରାଯାଇଥିଲା। ତେବେ ସୂଚନା କମିଶନରଙ୍କ ନାମକୁ ସିଲ କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
The post ପୁଣି ଭାଜପା ଛାଡି ଆର୍ଜେଡି ସହ ଯିବେ କି ନୀତୀଶ: ନିଜେ କଲେ ଖୁଲାସା appeared first on Dharitri Odia News.