ପୁଣି ମଜଭୁତ ହେଲା ଟଙ୍କା, ଭାଙ୍ଗିଲା ୬ ବର୍ଷର ରେକର୍ଡ

ନୂଆଦିଲ୍ଲୀ ୨୯।୩: ପୁଣି ବିଦେଶୀ ନିବେଶକ ଫେରିବା ଭାରତୀୟ ମୁଦ୍ରା ଟଙ୍କାକୁ ଅଧିକ ମଜଭୁତ କରିଛି। ମାର୍ଚ୍ଚ ମାସରେ ଭାରତୀୟ ଟଙ୍କା ଡଲାର ତୁଳନାରେ ୬ ବର୍ଷର ସବୁଠୁ ଦ୍ରୁତ ମାସିକ ଅଭିବୃଦ୍ଧି ପ୍ରଦର୍ଶନ କରିଛି। ଏହି ସମୟରେ ଟଙ୍କା ୨.୧୭% ବଢି ପ୍ରତି ଡଲାର ୮୫.୫୦ସ୍ତରରେ ବନ୍ଦ ହୋଇଛି। ଏହା ପୂର୍ବରୁ ନଭେମ୍ବର ୨୦୧୮ରେ ଟଙ୍କା ୫ %ରୁ ଅଧିକ ଅଭିବୃଦ୍ଧି ହାସଲ କରିଥିଲା। ଶୁକ୍ରବାର  ବନ୍ଦ ବେଳକୁ ଭାରତୀୟ ମୁଦ୍ରାରେ ୨୪ ପଇସା ବୃଦ୍ଧି ହୋଇଛି।  ତଥ୍ୟ ଅନୁସାରେ ଜାରି ଆର୍ଥିକ ବର୍ଷରେ ଟଙ୍କା ୨%ରୁ ଅଧିକ ହ୍ରାସ ହୋଇଛି। ୨ ଏପ୍ରିଲ ୨୦୨୪ରେ ଟଙ୍କା ଡଲାର ତୁଳନାରେ ୮୩.୪୨ ସ୍ତରରେ ଥିଲା। ବୈଦେଶିକ ମୁଦ୍ରା ବ୍ୟବସାୟୀଙ୍କ ଅନୁସାରେ ମାର୍ଚ୍ଚ ମାସରେ ବଜାରକୁ ବିଦେଶୀ ନିବେଶକ ଫେରିଛନ୍ତି। ଏଣୁ ଘରୋଇ ମୁଦ୍ରାରେ ବୃଦ୍ଧି ଦେଖାଯାଇଛି। ଗତ ୬ଟି ବ୍ୟବସାୟୀକ ଅଧିବେଶନରେ ନିବେଶକମାନେ ୩୨,୦୦୦ କୋଟିରୁ ଅଧିକ ନିବେଶ କରିଛନ୍ତି। ଶୁକ୍ରବାର ଇଣ୍ଟରବ୍ୟାଙ୍କ ଫରେନ ଏକ୍ସଚେଞ୍ଜ ବଜାରରେ ଭାରତୀୟ ମୁଦ୍ରା ୮୫.୬୪ସ୍ତରରେ ଖୋଲିଥିଲା। ଦିନର କାରବାର କାଳରେ ଟଙ୍କା ୮୫.୪୦ର ଉଚ୍ଚତମ ସ୍ତର ଓ ୮୫.୭୦ରୁ ନିମ୍ନତମ ସ୍ତରକୁ ଛୁଇଁଛି। ମାର୍ଚ୍ଚ ପ୍ରଥମ ଓ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ବିଦେଶୀ ସଂସ୍ଥାଗତ ନିବେଶକ ବ୍ୟାପକ ବିକାବିକି କରିଥିଲେ। ହେଲେ ଏବେ ବିକାବିକି ବନ୍ଦ ରହିଛି। ଏହିକାରଣରୁ ମାସକରେ ଘରୋଇ ବଜାରରୁ ମାତ୍ର ୩,୯୭୩ କୋଟି ଟଙ୍କା ବାହାର

ପୁଣି ମଜଭୁତ ହେଲା ଟଙ୍କା, ଭାଙ୍ଗିଲା ୬ ବର୍ଷର ରେକର୍ଡ

ନୂଆଦିଲ୍ଲୀ ୨୯।୩: ପୁଣି ବିଦେଶୀ ନିବେଶକ ଫେରିବା ଭାରତୀୟ ମୁଦ୍ରା ଟଙ୍କାକୁ ଅଧିକ ମଜଭୁତ କରିଛି। ମାର୍ଚ୍ଚ ମାସରେ ଭାରତୀୟ ଟଙ୍କା ଡଲାର ତୁଳନାରେ ୬ ବର୍ଷର ସବୁଠୁ ଦ୍ରୁତ ମାସିକ ଅଭିବୃଦ୍ଧି ପ୍ରଦର୍ଶନ କରିଛି। ଏହି ସମୟରେ ଟଙ୍କା ୨.୧୭% ବଢି ପ୍ରତି ଡଲାର ୮୫.୫୦ସ୍ତରରେ ବନ୍ଦ ହୋଇଛି। ଏହା ପୂର୍ବରୁ ନଭେମ୍ବର ୨୦୧୮ରେ ଟଙ୍କା ୫ %ରୁ ଅଧିକ ଅଭିବୃଦ୍ଧି ହାସଲ କରିଥିଲା। ଶୁକ୍ରବାର  ବନ୍ଦ ବେଳକୁ ଭାରତୀୟ ମୁଦ୍ରାରେ ୨୪ ପଇସା ବୃଦ୍ଧି ହୋଇଛି।  

ତଥ୍ୟ ଅନୁସାରେ ଜାରି ଆର୍ଥିକ ବର୍ଷରେ ଟଙ୍କା ୨%ରୁ ଅଧିକ ହ୍ରାସ ହୋଇଛି। ୨ ଏପ୍ରିଲ ୨୦୨୪ରେ ଟଙ୍କା ଡଲାର ତୁଳନାରେ ୮୩.୪୨ ସ୍ତରରେ ଥିଲା। ବୈଦେଶିକ ମୁଦ୍ରା ବ୍ୟବସାୟୀଙ୍କ ଅନୁସାରେ ମାର୍ଚ୍ଚ ମାସରେ ବଜାରକୁ ବିଦେଶୀ ନିବେଶକ ଫେରିଛନ୍ତି। ଏଣୁ ଘରୋଇ ମୁଦ୍ରାରେ ବୃଦ୍ଧି ଦେଖାଯାଇଛି। ଗତ ୬ଟି ବ୍ୟବସାୟୀକ ଅଧିବେଶନରେ ନିବେଶକମାନେ ୩୨,୦୦୦ କୋଟିରୁ ଅଧିକ ନିବେଶ କରିଛନ୍ତି। ଶୁକ୍ରବାର ଇଣ୍ଟରବ୍ୟାଙ୍କ ଫରେନ ଏକ୍ସଚେଞ୍ଜ ବଜାରରେ ଭାରତୀୟ ମୁଦ୍ରା ୮୫.୬୪ସ୍ତରରେ ଖୋଲିଥିଲା। ଦିନର କାରବାର କାଳରେ ଟଙ୍କା ୮୫.୪୦ର ଉଚ୍ଚତମ ସ୍ତର ଓ ୮୫.୭୦ରୁ ନିମ୍ନତମ ସ୍ତରକୁ ଛୁଇଁଛି। 

ମାର୍ଚ୍ଚ ପ୍ରଥମ ଓ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ବିଦେଶୀ ସଂସ୍ଥାଗତ ନିବେଶକ ବ୍ୟାପକ ବିକାବିକି କରିଥିଲେ। ହେଲେ ଏବେ ବିକାବିକି ବନ୍ଦ ରହିଛି। ଏହିକାରଣରୁ ମାସକରେ ଘରୋଇ ବଜାରରୁ ମାତ୍ର ୩,୯୭୩ କୋଟି ଟଙ୍କା ବାହାରିଛି। ତେବେ ଏହା ପୂର୍ବରୁ ଜାନୁୟାରୀରେ ୭୮,୦୨୭ କୋଟି ଓ ଫେବୃଆରୀରେ ୩୪,୫୭୪ କୋଟି ଟଙ୍କା ବାହାରି ଯାଇଥିଲା। ଏହିଭଳି ଭାବେ ଜାରି କ୍ୟାଲେଣ୍ଡର ବର୍ଷରେ ଜାନୁୟାରୀରୁ ଏ ପର୍ଯ୍ୟନ୍ତ ବଜାରରୁ ମୋଟ ୧.୧୬ଲକ୍ଷ କୋଟି ଟଙ୍କା ବାହାରି ଯାଇଛି।